Odisha news

ମହାଭାରତର ରୋଚକ କଥା : କାହିଁକି କୃଷ୍ଣ ସତ୍ୟଭାମାଙ୍କ ତୁଳନା ଲୁଣ ସହିତ କରିଥିଲେ

ପୌରାଣିକ କଥା ଅନୁସାରେ ଶ୍ରୀ କୃଷ୍ଣଙ୍କର ୮ଟି ପତ୍ନୀ ଥିଲେ l ଏହି ସମସ୍ତଙ୍କ ମଧ୍ୟରୁ ସତ୍ୟଭାମା ସବୁଠୁ ସୁନ୍ଦରୀ ଥିଲେ l କୃଷ୍ଣ ନିଜର ଅଧିକାଂଶ ସମୟ ଅତିବାହିତ କରୁ ଥିଲେ l କୁହାଯାଏ ଯେ ସତ୍ୟଭାମା ସବୁଠୁ ସୁନ୍ଦରୀ ଥିବା କାରଣରୁ ତାଙ୍କ ମନରେ ଅନେକ ଅହଂକାର ଥିଲା l ଏକଦା ସେ କୃଷ୍ଣଙ୍କୁ ପଚାରିଥିଲେ ମୁଁ ଆପଣଙ୍କୁ କିପରି ଲାଗେ ? ଏହାର ଉତ୍ତରରେ ଭଗବାନ କହିଥିଲେ ତମେ ମତେ ଲୁଣ ଭଳି ଲାଗ l ଏହା ଶୁଣି ସତ୍ୟଭାମା ଶ୍ରୀ କୃଷ୍ଣ ଙ୍କ ଉପରେ ରାଗି ଯାଇଥିଲେ ଓ କହିଥିଲେ ଯେ ଏହି ସୁନ୍ଦର ବିଶ୍ୱରେ ଆପଣଙ୍କୁ ଅନ୍ୟ କୌଣସି ପଦାର୍ଥ ମିଳିଲା ନାହିଁ ?ଶ୍ରୀ କୃଷ୍ଣ ସେହି ସମୟରେ ଯେମିତି ସେମିତି ସତ୍ୟଭାମା ଙ୍କୁ ବୁଝାଇ ନେଇଥିଲେ l

କିଛିଦିନ ପରେ ଶ୍ରୀ କୃଷ୍ଣ ନିଜର ମହଲ ରେ ଗୋଟିଏ ଭୋଜିର ଆୟୋଜନ କରିଥିଲେ l ସେତେବେଳେ ଭଗବାନ ପ୍ରଥମେ ସତ୍ୟଭାମାଙ୍କ ପାଟିରେ ଟିକିଏ ତରକାରୀ ଦେଇଥିଲେ ସେଥିରେ ଲୁଣ ନଥିବା କାରଣରୁ ସେ ତାହାକୁ ପାଟିରୁ ବାହାର କରି ଦେଇଥିଲେ l ଏହାପରେ ପାଟିରେ ମିଠା ଜିନିଷ ପାଟିରେ ନେଇଥିଲେ ଓ ଖରାପ ଲାଗିଥିଲେ ମଧ୍ୟ ପାଣି ପିଇ ଢ଼ୋକି ଥିଲେ l ଏହା ପରେ ଆଉ କିଛି ବ୍ୟଞ୍ଜନ ନାଇଁ ତାହାକୁ ମଧ୍ୟ ପାଟିରୁ କାଢି ଦେଇଥିଲେ l

ଏହାପରେ ସେ କ୍ରୋଧରେ ଚିତ୍କାର ଛାଡିଥିଲେ ଏହାକୁ କିଏ ରାନ୍ଧିଛି ? ସତ୍ୟଭାମାଙ୍କ ପାଟି ଶୁଣି ଶ୍ରୀକୃଷ୍ନ ଦୌଡ଼ି କି ଆସିଲେ ଓ ପଚାରିଲେ କଣ ହେଲା ? ସତ୍ୟଭାମା କହିଥିଲେ କିଏ କହିଥିଲା ଆପଣଙ୍କୁ ଭୋଜିର ଆୟୋଜନ କରିବାପାଇଁ , ଏମିତିରେ କୌଣସି ବିନା ଲୁଣରେ କଣ ଭୋଜି ହୁଏ l ଏହାକୁ ଦେଖି ଶ୍ରୀକୃଷ୍ଣ ପଚାରି ଥିଲେ କଣ ଲୁଣ ବିନା କୌଣସି ଜିନିଷ ଖାଇ ଦେବ ?

ଏହି ପ୍ରଶ୍ନର ଉତ୍ତରରେ ସତ୍ୟଭାମା କହିଥିଲେ କଣ ମିଠା ଜିନିଷ ବିନା ମିଠାରେ ଓ ଲୁଣି ଜିନିଷ ବିନା ଲୁଣରେ ଖାଆନ୍ତି ? ଏହାପରେ ଶ୍ରୀକୃଷ୍ଣ ହସି ଦେଇ କହିଲେ ସେହିଦିନ ସେଥିପାଇଁ ମୁଁ କହିଥିଲି ତମେ ମତେ ଲୁଣ ଭଳି ପ୍ରିୟ l ଏହାପରେ ସେ ବୁଝି ପାରିଥିଲେ ଯେ ତାଙ୍କୁ ଭଗବାନ କେତେ ମାତ୍ରାରେ ପ୍ରେମ କରନ୍ତି l

ଏହି କାହାଣୀର ମର୍ମ ହେଉଛି ନାରୀ ଜଳ ଭଳି ଅଟେ l ଯାହା ସହିତ ମିଶିଥାଏ ତାର ଗୁଣକୁ ଆପଣାଇ ନେଇଥାଏ l ସେଥିପାଇଁ ନାରୀ ଲୁଣ ଭଳି ଅଟେ l ଯିଏ ନିଜର ଅସ୍ତିତ୍ବ ହଜାଇ ମଧ୍ୟ ନିଜ ପ୍ରେମ ଓ ସ୍ନେହ ରେ ଗୋଟିଏ ପରିବାରକୁ ବାନ୍ଧି ରଖିବାରେ ସକ୍ଷମ ଅଟେ l ତେଣୁ ଏହାକୁ ସବୁ ନାରୀ ଗ୍ରହଣ କରିବା ଉଚିତ l

Comments are closed.