ଚଳିତ ବର୍ଷ ଯୋଡ଼ା ଶ୍ରାବଣ ମାସ ଓ ମଳମାସ ର ସଂଯୋଗ କାରଣରୁ ଘଟିଛି ଦୁର୍ଲଭ ଯୋଗ l ଦୀର୍ଘ ୧୯ ବର୍ଷ ପରେ ଘଟିଛି ଏଭଳି ଦୁର୍ଲଭ ଯୋଗ l ମଳମାସ ଜୁଲାଇ ୧୮ ତାରିଖ ରୁ ଆରମ୍ଭ ହୋଇଥିଲା, ଓ ଏହା ୧୬ ଅଗଷ୍ଟ ରେ ସମାପ୍ତ ହେବ l ଜ୍ୟୋତିଷ ବିଦ୍ୟାରେ ଏହି ସମୟକୁ ଖୁବ ଶୁଭ ବୋଲି ଗ୍ରହଣ କରାଯାଇଛି l ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଏହି ସମୟ ଖୁବ ଶୁଭ ଅଟେ l ଜ୍ୟୋତିର୍ବିଦ ଙ୍କ ମତ ଅନୁସାରେ କୁହାଯାଇଛି ଯେ ମଳମାସ ର ସମାପନ ପୂର୍ବରୁ କିଛିଟା ବିଶେଷ ଉପାୟ କରିବା ଦ୍ୱାରା ମଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ଧନଧାନ୍ୟ ର ବରଦାନ ଦେବେ l
* ଘରର ଠାକୁର ଘରେ ମଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କର ପ୍ରତିମା ସାମ୍ନାରେ ଅଖଣ୍ଡ ଜ୍ୟୋତି ଜଳାନ୍ତୁ ଓ ୧୧ ଜଣ କନ୍ୟାଙ୍କୁ ଭୋଜନ କରାନ୍ତୁ l
* ମଳମାସ ର ଯେକୌଣସି ଦିନରେ ଦଖିଣବର୍ତ୍ତୀ ଶଙ୍ଖ ରେ ଜଳ ଭରି ଭଗବାନ ବିଷ୍ଣୁଙ୍କୁ ଜଳାଭିଷେକ କରନ୍ତୁ , ଏହାଦ୍ୱାରା ମଲକ୍ଷ୍ମୀ ଙ୍କ କୃପା ଲାଭ ହେବ l
* ମଳମାସ ରେ ସକାଳୁ ସକାଳୁ ସ୍ନାନ କାର୍ଯ୍ୟ ରୁ ନିବୃତ ହୋଇ ଗୋଟିଏ ଲୋଟା ପାଣିରେ ତୁଳସୀ ପତ୍ର ଅର୍ପଣ କରି ସେହି ଜଳ କୁ ବିଷ୍ଣୁ ଙ୍କୁ ଅର୍ପଣ କରନ୍ତୁ l
* ମଳମାସ ରେ ସନ୍ଧ୍ୟା ସମୟ ରେ ମୁଖ୍ୟ ଦ୍ୱାରରେ ଦୀପ ଟିଏ ରଖନ୍ତୁ ଏହାଦ୍ୱାରା ଘରର ସମସ୍ତ କଷ୍ଟ ଦୂର ହେବ l ଏହି ଦୀପରେ ସାମାନ୍ୟ କଳା ରାଶି ଅର୍ପଣ କରନ୍ତୁ l
* ଏହି ମାସର ପ୍ରତି ଗୁରୁବାର ଦିନ ତୁଳସୀ ରେ ଜଳ ଅର୍ପଣ କରିବା ସମୟରେ ‘ଓଂ ଶ୍ରୀଙ୍ଗ ହିଂ କ୍ଳିଙ୍ଗ ଶ୍ରୀ ସିଧ ଲଖ୍ମୈ ନମଃ’ ମନ୍ତ୍ର ଅର୍ପଣ କରନ୍ତୁ l
ଆଜିର ଦିନରେ ଘରର ସୁଖ ସମୃଦ୍ଧି ପାଇଁ ବିଷ୍ଣୁଙ୍କ ସହସ୍ର ନାମ ଜପ କରନ୍ତୁ l ଏହାଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l
ଏହି ମାସରେ ପବିତ୍ର ନଦୀରେ ଦୀପ ଦାନ କରିବା ଦ୍ୱାରା ପିତୃ ଦୋଷ ରୁ ମୁକ୍ତି ମିଳିଥାଏ l
ନିୟମିତ ବ୍ରାହ୍ମଣ ଙ୍କ ଆଶୀର୍ବାଦ ଗ୍ରହଣ କରିବା ଦ୍ୱାରା ଜୀବନରେ ବାଧା ବିଘ୍ନ ଦୂର ହୋଇଥାଏ l