Odisha news

ଗୁରୁବାର ଦିନ ଗୋଲାପ ଫୁଲ ରେ ମା ଲକ୍ଷ୍ମୀ ଙ୍କ ନିକଟରେ କରି ନିଅନ୍ତୁ ଏହି ଛୋଟ ଉପାୟ , ଦୂରେଇ ଯିବ ଜୀବନ ରୁ ସମସ୍ତ ଅସୁବିଧା

0

ଗୋଲାପ ଫୁଲ କୁ ଫୁଲ ମାନଙ୍କର ରାଜା ବୋଲି କୁହାଯାଏ, ଏହାର ସୁଗନ୍ଧ ଓ ସୋଉନ୍ଦର୍ଯ୍ୟ ମନ ମୁଗ୍ଧକାରି । ଗୋଲାପ ଫୁଲ କୁ ଈଶ୍ବରଙ୍କ ଆରାଧନା, ନାରୀ ର ଶୃଙ୍ଗାର, ଘର ସଜା ରେ ବ୍ୟବହାର କରାଯାଏ । ଏହା ବ୍ୟତୀତ ମଧ୍ୟ ଗୋଲାପ ଫୁଲ ଜୀବନ ର ବିଭିନ୍ନ ସମସ୍ୟା କୁ ଦୁର କରିଥାଏ ।

ଆମ ହିନ୍ଦୁ ଧର୍ମରେ ଗୋଲାପ ଫୁଲ ସହିତ ଯୋଡ଼ି ହୋଇଥିବା ଜ୍ୟୋତିଷ ବିଦ୍ୟା ମଧ୍ୟ ରହିଛି। ଜ୍ୟୋତିଷ ଶାସ୍ତ୍ର ରେ ଗୋଲାପ ଫୁଲ ଉପାୟ ଦ୍ଵାରା ଜୀବନ ରେ କିଛିଟା ସୁଖ ସମୃଦ୍ଧି ଲାଭ କରି ହେବ।
ଗୁରୁବାର ଦିନ ଧନ ପ୍ରାପ୍ତି ପାଇଁ ଗୋଲାପ ଫୁଲ ର ଉପାୟ :-
* ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଦ୍ମ ଫୁଲ ପ୍ରିୟ ଅଟେ । କିନ୍ତୁ ମାତା ଲକ୍ଷ୍ମୀଙ୍କ ବୈଭବ ରୂପ କୁ ଗୋଲାପ ଫୁଲ ଖୁବ୍ ପସନ୍ଦ ଅଟେ । ଆପଣ ପ୍ରତିଦିନ ମା ଙ୍କୁ ଗୋଲାପ ଫୁଲ ଅର୍ପଣ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।
* ଯଦି ଆପଣଙ୍କ ର ବ୍ୟର୍ଥ ରେ ଧନ ଖର୍ଚ୍ଚ ହେଉଛି ତେବେ ଆପଣ ନିୟମିତ ଆଲମାରୀ ଭିତରେ ଗୋଟିଏ ଲେଖାଏଁ ଗୋଲାପ ଫୁଲ ରଖନ୍ତୁ ।
* ପାନ ପତ୍ର ଓ ଗୋଲାପ ଫୁଲ ର ୭ଟି ପାଖୁଡ଼ା ନେଇ ଦେବୀ ଦୁର୍ଗା ଙ୍କ ନିକଟ ରେ ଅର୍ପଣ କରନ୍ତୁ। ଏପରି କରିବା ଦ୍ବାରା ବାକି ରହିଥିବା ଅର୍ଥ ଆପଣ ଫେରି ପାଇବେ ।
ସ୍ବାସ୍ଥ୍ୟ କୁ ଠିକ୍ କରିବାର ଉପାୟ :-
* ଗୋଲାପ ଫୁଲ ମନ ଓ ମସ୍ତିଷ୍କ କୁ ଶାନ୍ତ କରିଥାଏ ।
* ଦେହ ଅସୁସ୍ଥ ଥିବା ସମୟ ରେ ଆପଣ ଦେଖିଥିବେ ତାଙ୍କୁ ଗୋଲାପ ଫୁଲ ଦିଆ ଯାଇଥାଏ, ଏପରି କରିବା ଦ୍ବାରା ରୋଗୀକୁ ସକରାତ୍ମକ ଶକ୍ତି ଆସିଥାଏ।
* ଯଦି ପରିବାର ରେ କେହି ଶଯ୍ୟାଶାୟୀ ହୋଇଛନ୍ତି ତେବେ ପ୍ରତିଦିନ ତାଙ୍କ ଶଯ୍ୟା ନିକଟ ରେ ଧଳା ରଙ୍ଗର ଗୋଲାପ ଫୁଲ ରଖନ୍ତୁ । ଏହାଦ୍ବାରା ମନରେ ସକାରାତ୍ମକ ଉର୍ଯା ଭରିବ ।
କାର୍ଯ୍ୟାଳୟ ରେ ସକାରାତ୍ମକ ଊର୍ଜା ପାଇଁ -:
* ଯଦି ଆପଣ ଙ୍କୁ ନିଜ ସହକର୍ମୀ ଙ୍କ ସହିତ କାମ କରିବା ପାଇଁ କାର୍ଯ୍ୟାଳୟ ରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ନିଜ ଟେବୁଲ୍ ଉପରେ ପ୍ରତିଦିନ ୨ଟି ତାଜା ନାଲି ଗୋଲାପ ରଖନ୍ତୁ । ଏହାଦ୍ବାରା କାର୍ଯ୍ୟାଳୟ ରେ ଶତ୍ରୁ ନାଶ ହୋଇ କାମ କରିବାରେ ମନ ଲାଗିବ ।
Leave A Reply