ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ନିୟମିତ ରଖନ୍ତୁ ଏହିସବୁ କଥାକୁ ଧ୍ୟାନ, ନଚେତ ଅସନ୍ତୁଷ୍ଟ ହୋଇଯିବେ ମାତା ଲକ୍ଷ୍ମୀ
* ଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀ ସେହି ସ୍ଥାନରେ ବାସ କରି ଥାଆନ୍ତି ଯେଉଁ ସ୍ଥାନ ସଫା ସୁତୁରା ରହିଥାଏ l ଯେଉଁ ସ୍ଥାନ ଅସନା ଓ ଅପରିଷ୍କାର ହୋଇଥାଏ ସେହି ସ୍ଥାନରେ ମାତା ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀ ବାସ କରି ଥାଆନ୍ତି l
* ଘରର ଉତର ଦିଗର ସମ୍ବନ୍ଧ ଧନର ଦେବୀ ଲକ୍ଷ୍ମୀଙ୍କ ସହିତ ରହିଛି ଓ ଏହିଦିଗ ଟି ହେଉଛି କୁବେରଙ୍କ ସ୍ଥାନ l ଏହିଦିଗ କୁ ସର୍ବଦା ସଫା ରଖିବା ଉଚିତ l ଏହି ଦିଗରେ ଓଜନିଆ ଜିନିଷ ମଧ୍ୟ ରଖନ୍ତୁ ନାହିଁ l ନଚେତ ଲକ୍ଷ୍ମୀଙ୍କ ଆଶୀର୍ବାଦ ରୁ ବଂଚିତ ହେବେ l
* ଘରେ ଯେବେବି ଝାଡୁ ରଖଛନ୍ତି ତାହାକୁ ଲୁଚେଇ ରଖନ୍ତୁ l ଝାଡ଼ୁରେ ପାଦ ବାଜିବା ମାତ୍ରକେ ତାହାକୁ ମୁଣ୍ଡରେ ଲଗାଇବା ଆବଶ୍ୟକ l ଯେଉଁ ଘରେ ଝାଡ଼ୁର ଅପମାନ ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ ରହି ନଥାଆନ୍ତି l
* ମାନ୍ୟତା ରହିଛି ଯେ ଯେଉଁ ଘରେ ସକାଳେ ଓ ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀଙ୍କ ପୂଜା ଓ ବିଷ୍ନୁ ଙ୍କ ଶଙ୍ଖ ପୂଜା କରାଯାଇ ଥାଏ ସେଠାରେ ଈଶ୍ୱରଙ୍କ କୃପା ରହିଥାଏ l