Odisha news

ମା ଲକ୍ଷ୍ମୀଙ୍କର ଉତ୍ପତି କିପରି ହେଲା

0

ଗୁରୁବାର ଦିନଟି ମା ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଛି l ଆମ ହିନ୍ଦୁ ଧର୍ମରେ ଲକ୍ଷ୍ମୀଙ୍କୁ ଧାନର ଦେବୀ ବୋଲି କୁହାଯାଇ ଥାଏ ଓ ଉପାସନା କରାଯାଇଥାଏ l ଧାର୍ମିକ ମାନ୍ୟତା ଅନୂସରେ ମା ଲକ୍ଷ୍ମୀ ଅଟେ ଚଞ୍ଚଳ ଯେ ଗୋଟିଏ ସ୍ଥାନରେ ଅଧିକ ସମୟ ପର୍ଯ୍ୟନ୍ତ ରୁହନ୍ତି ନାହିଁ l ତେଣୁ ମା ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଆମ ହିନ୍ଦୁ ଧର୍ମରେ ଗୁରୁବାର ଦିନ ଅତିସକାଳୁ ବିଧିବଦ୍ଧ କ୍ରମେ ମା ଲକ୍ଷ୍ମୀଙ୍କୁ ପୂଜାର୍ଚନା କରାଯାଏ l ମା ଲକ୍ଷ୍ମୀ ବିଷ୍ଣୁଙ୍କର ଅର୍ଦ୍ଧାଙ୍ଗିନୀ ଅଟନ୍ତି ଏବଂ କ୍ଷୀର ସାଗରରେ ବିରlଜମାନ କରିଥାନ୍ତି l

ବିଷ୍ଣୁ ପୁରାଣ ଅନୁସାରେ ଲକ୍ଷ୍ମୀଙ୍କର ଅନେକ କଥାରହିଛି l ଏକଦା ଋଷି ଦୁର୍ବାସା ଦେବରାଜ ଇନ୍ଦ୍ରଙ୍କୁ ଏକ ଫୁଲମାଳ ସମର୍ପଣ କଲେ l ତାପରେ ଇନ୍ଦ୍ର ସେହି ମାଳଟିକୁ ତାଙ୍କ ହାତୀର ମୁଣ୍ଡରେ ପିନ୍ଧାଇ ଦେଲେ l ହାତୀଟି ଫୁଲମାଳ ଟିକୁ ପୃଥିବୀ ଉପରେ ଫିଙ୍ଗିଦେଲା ,ଏହା ଦେଖି ଦୁର୍ବାସା କ୍ରୋଧିତ ହୋଇଗଲେ l ତା ପରେ ସେ ଇନ୍ଦ୍ରଙ୍କୁ ଅଭିଶାପ ଦେଲେ ଯେ “ଅପାଙ୍କର ଏହି ଅହଂକାର ଯୋଗୁ ଆପଣଙ୍କ ପୌରୁଷ କ୍ଷୀଣ ହୋଇଯିବ ଏବଂ ରାଜାଥlଟ ମଧ୍ୟ ଛିନ୍ନ ହୋଇଯିବ l “ଏହାର କିଛିଦିନ ପରେ ଦାନବ ମାନଙ୍କର ଆତଙ୍କ ସମଗ୍ର ସ୍ଵର୍ଗପୁରୀରେ ବଢିଗଲା ଯାହା ଦ୍ୱାରା ତିନି ଭୁବନ କମ୍ପିବାକୁ ଲାଗିଲା l ଏହି କାରଣରୁ ରାଜା ଇନ୍ଦ୍ରଙ୍କର ସିଂହାସନ ମଧ୍ୟ ଚାଲିଗଲା l

ସେତିକି ବେଳେ ଦେବତାଗଣ ବିଷ୍ଣୁଙ୍କର ଶରଣ ନେଲେ l ବିଷ୍ଣୁ ଦେବତାଙ୍କୁ ସମୁଦ୍ର ମନ୍ଥନ ପାଇଁ ପରାମର୍ଶ ଦେଇ କହିଲେ “ଏହି ସମୁଦ୍ର ମନ୍ଥନରୁ ଯେଉଁ ଅମୃତ ଉତ୍ପନ ହେବ ତାହାକୁ ଆପଣ ମାନେ ପାନକରି ଅମର ହୋଇଯିବ”l ଏହାପରେ ଦେବତା ମାନେ କ୍ଷୀର ସମୁଦ୍ର ମନ୍ଥନ କରି ଅନେକ ରତ୍ନ ସହିତ ଅମୃତ ଓ ବିଷ ପ୍ରାପ୍ତ କରିଥିଲେ l ଏହି ସମୁଦ୍ର ମନ୍ଥନରୁ ମା ଲକ୍ଷ୍ମୀଙ୍କର ମଧ୍ୟ ଉତ୍ପତି ହୋଇଛି ତେଣୁ ତାଙ୍କୁ ସିନ୍ଧୁ କନ୍ୟା କୁହାଯାଏ l ଅମୃତ ପାନକରି ଦେବତା ମାନେ ଆମର ହୋଇଗଲେ ଓ ଦାନବ ମାନଙ୍କୁ ଯୁଧ୍ୟରେ ବିନାଶ କଲେ l ଏହି ଅମରତ୍ୱରେ ଇନ୍ଦ୍ରଙ୍କର ଦୁର୍ବାସାଙ୍କ ଅଭିଶାପରେ ଚାଲିଯାଇଥିବା ରାଜଥାଟ ମଧ୍ୟ ଫେରି ଆସିଲା l

Nalco

Leave A Reply