Odisha news

ଜୀବନଶୈଳୀ ଉପରେ ଲକଡାଉନର ପ୍ରଭାବ

0

Editorial : ନିୟମତଃ ପ୍ରକୃତି ଉଭୟ ଦାତା ଓ ଗ୍ରହୀତା ଭୂମୀକାରେ ଅବତ୍ତୀର୍ଣ୍ଣ । ବୟୋବୃଦ୍ଧଙ୍କ ମତ-ଶହ ଶହ ବର୍ଷ ପୂର୍ବେ କରୋନାଠାରୁ ବି ଭୟଙ୍କର ଭାବେ ମାରାତ୍ମକ ଥିଲା କାର୍ତ୍ତୀକ ମହାମାରୀ । ଅଥଚ ଏହି ମହାମାରୀ ମନୁଷ୍ୟକୁ ମାନବିକତା ମୂଲ୍ୟବୋଧକୁ ଅନୁଭବ କରାଇବାରେ ସମର୍ଥ ହୋଇଥିଲା । ଜାତିବାଦର ସକଳ ବନ୍ଧନ ଓ ପାଚେରୀକୁ ଭାଙ୍ଗି ସମଗ୍ର ସମାଜକୁ ଭାଇଚାରର ଛନ୍ଦି ଦେଇଥିଲା ଏକ ଅତୁଟ ଶକ୍ତି ରଜ୍ଜୁରେ । ସେ କାଳରେ ଅନ୍ତିମ ସଂସ୍ମାର ଆଗରୁ ଲୋକଙ୍କ ଧାରଣା ଥିଲା ଭିନ୍ନ । ଆଗେ ଦି ମୁଠା ପେଟପୂରା ଖାଇଦେବା ,ପଛକୁ କୋକେଇ କାନ୍ଧରେ ବୋହି ଅନ୍ତିମ ସଂସ୍କାର କରିବା । କିନ୍ତୁ ଏ ମହାମାରୀ ତାର ରୌଦ୍ରରୂପ ପ୍ରକଟ କରି ସେଥିରେ ବାଧକ ସାଜିଥିଲା । ସେ ସମୟରେ ନିଦାନ ବୋଇଲେ କେବଳ ଦେଶୀ ଜଡିବୁଡିର ଉପଚାରକୁ ବୁଝାଉଥିଲା ।
ଆଜିକାଲି ଚିକିତ୍ସା ବିଜ୍ଞାନର ଦ୍ରୁତ ଉନ୍ନତି ଫଳରେ ଏ ପୃଥିବୀରେ ସବୁ କିଛି ସମ୍ଭବପର । ଯେଉଁଭଳି ଦ୍ରୁତ ଗତିରେ ଗବେଷଣା, ବୈଜ୍ଞାନୀକ ପରୀକ୍ଷାନିରୀକ୍ଷା ଚାଲିଛି ଲାଗୁଛି ବିଶ୍ୱବାସୀ କରୋନା ମହାମାରୀର ନିଦାନ ବା ଉପଚାର ପାଇଁ ଔଷଧ ବିକଶିତ ହେବାକୁ ଆଉ ଡେରି ଲାଗିବ ନାହିଁ । ୍ଅବଶ୍ୟ ଏବେକା କରୋନା ମହାମାରୀକୁ ରୋକିବା ଲାଗି ବର୍ତ୍ତମାନର ଲକଡାଉନ ପ୍ରତ୍ୟେକ ମଣିଷକୁ କିଛି ନା କିଛି ସମସ୍ୟା ସହିତ ଜୁଝିବାକୁ ସିନା ବାଧ୍ୟକରୁଛି । ମାତ୍ର ଏକଥା ସତ ଯେ ,ଲକଡାଉ ବା ତାଲାବନ୍ଦୀ ଦ୍ୱାରା ଲୋକଙ୍କ ହୃଦୟରେ ପରସ୍ପର ସାହାଯ୍ୟର ନିଶ୍ଚିତ ଭାବନା ଉତ୍ପନ୍ନ କରିଛି । ବର୍ତ୍ତମାନର ପରିବର୍ତ୍ତିତ ସମୟରେ ଗରିବଙ୍କ ପେଟ ଆଗ ପୂରେଇ ନିଜ ପେଟ ଭରୁଛନ୍ତି ଧନୀକ ବର୍ଗ । ପରସ୍ପରର ସାହାଯ୍ୟ-ସହଯୋଗ ପାଇଁ ହାତ ବଢାଉଛନ୍ତି ପ୍ରତ୍ୟେକ ମଣିଷ ଜୀବ । ତେବେ ଲକଡାଉନ ଯୋଗୁଁ ଆର୍ଥକ କ୍ଷୟକ୍ଷତିକୁ ସହିବାକୁ ପଡିଛି ସିନା ଦୁର୍ନୀତି., ଭ୍ରଷ୍ଟାଚାର, ଅନ୍ୟାୟ, ଅନୀତି ଅନାଚାର , ଅପରାଧ ଓ ପ୍ରଦୂଷଣ ସହିତ ଉକ୍ରଟ ରୋଗରେ ପୀଡିତ ବ୍ୟକ୍ତି ବି ଅନେକାଂଶରେ ମୁକ୍ତି ପାଉଛନ୍ତି । ନିଜ ପରିବାର ଭିତରେ ଏକାନ୍ତବାସ କରୁଥିବା ଲୋକଙ୍କର ଜୀବନଶୈଳୀ ଯଥେଷ୍ଟ ପରିବତ୍ତ୍ନ ଆସିଛି , ଯାହାର ସୁଫଳକୁ ଆମେ ପ୍ରତ୍ୟକ୍ଷ କରୁଛେ । ଭୟଙ୍କର କରୋନା ମହାମରୀକୁ ରୋକିବା ଲାଗି ଲକଡାଉନଠାରୁ ଶସ୍ତା ତଥା ପ୍ରଭାବୀ ଆଉ କୌଣସି ଔଷଧ କାହା ପାଖରେ ନାହିଁ । ଅବଶ୍ୟ ଏକଥା ସ୍ୱୀକର କରିବାକୁ ହେବ ଯେ ଲକଡାଉନ ଦ୍ୱାରା ଆମର ଯଥେଷ୍ଟ ଆର୍ଥିକ କ୍ଷତି ଘଟିଛି । ଲଗାମ ଲାଗିଛି ବ୍ୟକ୍ତିଗତ ସ୍ୱାଧୀନତା ଉପରେ । ସୁଆଦିଆ ଖାନାପିନା ଓ ମନଖୋଲା ବୁଲାଚଲାର ସ୍ୱାଧୀନତା ବି ଆଉ ନାହିଁ । ଯଦିଓ ଏ କଥା ସତ ଯେ ଲକଡାଉନ ଜାରି ହେବାର ପରବର୍ତୀ ସମୟରେ ଦୁର୍ନୀତୀ ଭ୍ରଷ୍ଟାଚାର,ପ୍ରଦୂଷଣ, ନାନାଦି ଅଜଣା ବ୍ୟାଧି ଓ ନିଶା ଜନିତ ସାମାଜିକ ଓ ଆର୍ଥିକ କ୍ଷତିରୁ ମୁକ୍ତିର ମାର୍ଗ ଫିଟିଯାଇଛି ।
ଟିକେ ତଳେଇ ଦେଖିଲେ ଜଣାଯାଏ, ଯେବେଠୁ ଲକଡାଉନ ଜାରି ହେଲା ସେବେଠାରୁ ଦେଶରେ ଅପରାଧର ହାର ଦ୍ରୁତ ଗତିରେ ହ୍ରାସ ପାଇିବାକୁ ଲାଗିଛି ହରିୟାଣାରେ ଆଗରୁ ରୋଜ କାହିଁ କେତେ ବଳାକ୍ରାର,ଲୁଟତରାଜ, ହତ୍ୟା ଓ ଅପହରଣ ସଂକ୍ରାନ୍ତ ମାମଲା ରୁଜୁ ହେଉଥିଲା । ଏବେ କିନ୍ତୁ ସେସବୁ ଅପରାଧର ହାର ଶୂନ ସ୍ତରକୁ ଖସିଆସିଛି । ମଦ୍ୟପ ସ୍ୱାମୀର ଉତ୍ପାତ ଓ କଳିତକରାଳ ଯୋଗୁଁ ପରିବାର ଭାଙ୍ଗିଯାଉଥିବା ବେଳେ ବର୍ତ୍ତମାନ ତାହା ପାଲଟିଯାଇଛି ସ୍ୱର୍ଗ । ସେହିଭଳି ପୂର୍ବରୁ ଅସହନୀୟ ଅତ୍ୟାଚାର ଓ ଅମାନବୀୟ ଲାଂଛନା ଓ ଜୁଲମର ଶୀକାର ହେଉଥିଲେ ମହିଳାମାନେ । ଏବେ କିନ୍ତୁ ସେ ଦିଗରେ ସକରାତ୍ମକ ପରିବର୍ତ୍ତନ ପରିଦୃଷ୍ଟ । ଗତ ପନ୍ଦର ଦିନ ଭିତରେ ଦିଲ୍ଲୀ ଏନସିଆରେ ପ୍ରଦୂଷଣର ସ୍ତରରେ ନବେ ପ୍ରତିଶତ ହ୍ରାସ ଘଟିଛି । ସେମିତି ଗଙ୍ଗା ଯମୁନାର ଜଳ କାଚକେନ୍ଦୁ ଭଳି ସ୍ୱଛ ନିର୍ମଳ ଦିଶିଲାଣି । କ୍ରମବଦ୍ଧିର୍ଣ୍ଣୁ କାଶ,ଛିଙ୍କ, ଶ୍ୱାସ ଓ ଟି. ବି ଇତ୍ୟାଦି ରୋଗ ପାଇଁ ଲକଡାଉନ ସଂଜୀବନୀ ଭଳି କାମ ଦେଉଛି । ଲକଡାଉନକୁ ଶତପ୍ରତିଶତ କରାଇବାରେ ପୋଲିସ ବଳ ଯେଇଁ ଚମକ୍ରାର ଭୂମିକା ନିର୍ବାହ କରିଛି ସେମାନଙ୍କୁ ଯେତେ ପ୍ରଶଂସା କଲେ ବି କମ ହେବ । ଅନୁରୂପ ଭାବେ ନିଶାଦ୍ରବ୍ୟ ଚୋରାଚାଲାଣ ଲିପ୍ତ ତସ୍କରଙ୍କୁ ରୋକିବା ଦିଗରେ ପୋଲିସଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ । ଦେଶରେ ପ୍ରାଣଘାତକ ପ୍ରଦୂଷଣରୁ ମୁକ୍ତି ମିଳିବା ଦ୍ୱାରା ପ୍ରାୟ.ଅଧା ବ୍ୟାଧି ବିନା ଔଷଧରେ ଦୂର ହୋଇଗଲାଣି । ବାୟୁମଣ୍ଡଳକୁ ଆଛାଦିତ ପ୍ରଦୂଷଣର କଳା ଛାଇ ଆଉ ଆଖିକି ଦିଶୁନାହିଁ । ଏହାବ୍ୟତୀତ, ଡାକ୍ତରଖାନକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇ ତିନି ପ୍ରତିଶତରେ ପହଁଚିଛି ।

ଏଣେ ଭ୍ରଷ୍ଟାଚାର ଉପରେ ଅଙ୍କୁଶ କଷିଛି କ୍ଷମତାସୀନ ରାଜ୍ୟ ସରକାର । କରୋନା କବଳିତ ହେବା ପୂର୍ବରୁ ଧାଁ-ଦଉଡ ଜୀବନରେ ନା ଥିଲା ସୁଖ ନା ଥିଲା ଶାନ୍ତି । ସହରର ଗଳି ଉପଗଳିରେ ବୋହିଯାଉଥିବା ଫୁରକୁଟିଆ ଗନ୍ଧିଆ ପାଣିରେ ଚାଷୀ ଯେଉଁ ପନିପରିବା ଫଳାଉଥିଲେ ତାକୁ ଖାଇ ଲୋକେ କ୍ୟାନସର ରୋଗର ଶୀକାର ହେଉଥିଲେ । ଏବେ କିନ୍ତୁ ସେଭଳି ହେବା ଲକ୍ଷ କରାଯାଉନାହିଁ । ପୂର୍ବରୁ ସହରର ନାଳିରୁ ନିର୍ଗତ ଗନ୍ଧିଆ ପାଣିରେ ମିଶି ଗଙ୍ଗା ଯମୁନା ନଦୀର ଜଳ କଳୁଷିତ ହେଉଥିଲା । କହିବା ବାହୁଲ୍ୟ, ଗଙ୍ଗା ନତୀର ପବିତ୍ର ଜଳରୁ ଚଳେ ନେଇ ମୃତୁ୍ୟଶର୍ଯ୍ୟାରେ ପଡିଥିବା ବ୍ୟକ୍ତିର ପାଟିରେ ଦେଲେ ଅଉ ସେଇି ପାଣିରୁ ଟିକେ ସାଧାରଣ ଲୋକଟି ପାଟିରେ ନେଲେ କୁଆଡେ ମୁକ୍ତି ପାଇ ପବିତ୍ର ହୋଇଯାନ୍ତି ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି । ବର୍ତ୍ତମାନର  ଲକଡାଉନ ଯୋଗୁଁ ଗଙ୍ଗା ଯମୁନା ନଦୀର ଜଳ କିୟତାଂଶରେ ପ୍ରଦୂଷଣ ମୁକ୍ତ ହେବାରେ ଲାଗିଛି । ଆଗକୁ ପ୍ରଦୂଷଣକୁ ଦୂର କରିବା ସକାଶେ ସରକାର କେତେ କଠୋର ପଦକ୍ଷେପ ନେଉଥିଲେ ସିନା ହେଲେ ସବୁ କିଛି ଭ୍ରଷ୍ଟାଚାର ଯୋଗୁଁ ନାକାମ ହେଇଯାଉଥିଲା । ଭ୍ରଷ୍ଟାଚାର ଉପରେ ରୋକ ଲଗାଇବା ସକାଶେ କଡା ନିୟମ କାର୍ଯ୍ୟକାରୀ ହେବା ସତ୍ୱେ ବି ଭ୍ରଷ୍ଟାଚାର ଭ୍ରଷ୍ଟାଚାରୀଙ୍କ ଅସ୍ତିମଜ୍ଜାଗତ । ମଦ ,ସିଗାରେଟ ଓ ଅନ୍ୟ ନିଶାଦ୍ରବ୍ୟର ଚୋରା କାରବାରକୁ ଲୋକିବାପାଇଁ ପ୍ରୟାସ କରାଯାଉଚି ମାତ୍ର ସେଥିରୁ ଏତେଟା ସୁଫଳ ମିଳୁନାହିିଁ ।


ଯେଉଁ ପରିବାରରେ ପିଲାମାନଙ୍କ ନିଶା ଛଡେଇବାପାଇଁ ପାଣି ଭଳି ଲକ୍ଷ ଲକ୍ଷ ଟଙ୍କା ନିଶା ନିବାରଣ କେନ୍ଦ୍ରଗୁଡିକରେ ଖର୍ଚ୍ଚ ହେଉଥିଲା । ବର୍ତ୍ତମାନ ସମୟରେ ସଙ୍ଗରୋଧ ଦ୍ୱାରା ସେହି ପିଲାଙ୍କ ନିଶା ଆପଣାଛାଏଁ ଛାଡିଯାଇଥିବା ଦେଖିବାକୁ ମିଳୁଛି । ବିଶେଷତଃ ଲକଡାଉନ ବା ତାଲାବନ୍ଦୀ ଯୋଗୁଁ ହରିଆଣାରେ ମଦ,ଧୂଆଁପତ୍ର, ବିଡି ସିଗାରେଟ ଇତ୍ୟାଦି ଦଳିମକଚି ଦିଆଯାଉଛି । ମଦ ସମେତ ବିଡି, ସିଗାରେଟ, ଧୂଆଁପତ୍ର ବିକ୍ରି ପ୍ରାୟ ୍୍ଅଶୀ ପ୍ରତିଶତ ହ୍ରାସ ପାଇଛି । ଖାଲି ସେତିକି ନୁହେଁ , ନିଶା ଦାନବର ଚକ୍ରବୁ୍ୟହକୁ ଯେତେବେଳେ ମଦ ନିବାରଣ ଆଇନ ଓ କଟକଣା ଭେଦିପାରିଲା ନାହିଁ ତାକୁ ଏବେ ଲକଡାଉନ ଭେଦ କରିବାରେ ସଫଳ ହୋଇଛି । ତେବେ ଏହି ନିଶା ଯୋଗୁଁ କେତେ ଯେ ପରିବାର ନଷ୍ଟବିନଷ୍ଟ ହୋଇଯାଇଛି ତାହା ଏଠି ବର୍ଣ୍ଣନା କରିବା ଅନାବଶ୍ୟକ । ଯୋଉ ଲୋକ ପରିବାର ବିରୋଧ ସତ୍ୱେ ବି ନିଶାକୁ ତ୍ୟାଗ କରିପାରୁ ନ ଥିଲେ ଆଜିକାର ଲକଡାଉନ ସମୟରେ ସେ ବିନା ନିଶାରେ ଜିଇଁବା ଶିଖୁଛି । ଏତଦ୍ଭିନ୍ନ ହରିଆଣାରେ ମହିଲାମାନଙ୍କ ପାଇଁ ଲକଡାଉନ ବରଦାନ ସଦୃଶ୍ୟ । କାରଣ ଏବେକା ଲକଡାଉନ ସମୟରେ ପ୍ରତିଦିନ ସଂଜବେଳେ ମଦ୍ୟପ ସ୍ୱାମୀ ଓ ପିଲା ମଦ ନ ପିଇ ଘରକୁ ଆସୁଛନ୍ତି ସ୍ୱାମୀ ଓ ସ୍ତ୍ରୀ ଚେହେରାରେ ଏବେ ଫୁଟିଉଠୁଛି କଇଁଫୁଲିଆ ହସ ଓ ଉକୁଟିଆସୁଛି ଆଖିଝଲସା ଚମକ । କାରଣ ସ୍ୱାମୀ ଓ ପିଲା ଏବେ ମାଙ୍କୁ ଆଉ ସ୍ତ୍ରୀକୁ ସମ୍ମାନ-ଆଦର ପ୍ରଦର୍ଶନ କରିବା ଲକ୍ଷ କରାଯାଉଛି । ଲକଡାଉନ ପୂର୍ବରୁ ସ୍ତ୍ରୀମାନେ ମଦ୍ୟପ ସ୍ୱାମୀଙ୍କ ନିଧୁମ ଛେଚା ଖାଉଥିଲେ । ଏପରି କି ପିଟାପିଟି ଓ ମରାଧରିରୁ ବି ରକ୍ଷା ପାଇପାରୁ ନଥିଲେ । ଏବେ ସେମାନେ ବୁଝିଗଲେଣି ନିଶା ହେଉଛି ସର୍ବନାଶର ମୂଳ । ଆଉ ବିନା ନଶାରେ ଜୀବନ ଖୁବ ଆନନ୍ଦମୟା । ୧୯୯୬ରେ ବଂଶୀଲାଲ ସରକାର ଯେତେବେଳେ ନିଶା ନିବାରଣ ନିୟମ ଲାଗୁକଲେ ହରିୟାଣାର ଜୀବନଶୈଳୀ ପୂରାପୂରି ଭାବେ ବଦଳିଯାଇଥିଲା । ଅପରାଧର ହାର ଦ୍ରୁତ ଗତିରେ ନିମ୍ନଗାମୀ ହୋଇଥିଲା । ମହିଳାଙ୍କ ଉପରେ ହେଉଥିବା ଉତ୍ପୀଡନ ଓ ଅତ୍ୟାଚାର ହାରରେ ୯୯ ପ୍ରତିଶତ ହ୍ରାସ ଘଟିଥିଲା । ପରବର୍ତ୍ତୀ ସମୟରେ ଅବଶ୍ୟ ରାଜନୈତିକ ସମେତ ଅନ୍ୟ କେତେକ ଯୋଗୁଁ ବଂଶୀଲାଲ ସରକାରଙ୍କ ନିଶା ନିବାରଣ ଆଇନ ସଫଳ ହୋଇପାରି ନଥିଲା । ବଂଶୀଲାଲ ସରକାରଙ୍କ ନିଶା ନିବାରଣ ଆଇନ ଯଦି ସଫଳ ହୋଇଥାନ୍ତା ତେବେ ହରିଆଣାର ମହିଳାମାନେ ସ୍ୱାମୀ ଦାୟନନ୍ଦଙ୍କ ଭଳି ବଂଶୀଲାଲଙ୍କୁ ପୂଜା କରିଥାନ୍ତେ ।

Leave A Reply