Odisha news

ଅଦିନିଆ ବର୍ଷା ବୋହିନେଲା ମୁଗ ଫସଲ : ଚାଷୀ ମୁଣ୍ଡରେ ଚଡ଼କ

0

ମହାକାଳପଡ଼ା :  ସ୍ଥାନୀୟ ବ୍ଲକ ଅଂଚଳରେ ରବି ରୂତୁରେ ତୁହାକୁ ତୁହା ଅଦିନିଆ ବର୍ଷା ମୁଗ ଫସଲକୁ ପ୍ରଭାବିତ କରିଛି । ମୁଗ ଫସଲର ପ୍ରଥମ ଦଫା ଫୁଲ ସମୟରେ ଲଘୁଚାପ ବର୍ଷା ହେତୁ କାଳମୁଣ୍ଡି ପୋକ ଲାଗି ଯିବାରୁ ପ୍ରାୟ ୩୦% କ୍ଷତି ହୋଇଥିଲା । ପରବର୍ତି ସମୟରେ ଖରା ଲାଗି ରହିବାରୁ ଉଷୁମ ପାଇ ଗଛ ଫୁଲ ଧରିବାରୁ ମୁଗ ଚାଷୀଙ୍କ ମନରେ ହରସ ଦେଖାଦେଇଥିଲା । କିନ୍ତୁ ଦୁର୍ଭାଗର କଥା ମାର୍ଚ ମାସ ଶେଷାର୍ଦ୍ଧରେ ମହାମାରୀ କରୋନା କାୟା ବିସ୍ତାର କଲାଭଳି ଲଗାତର ଅଦିନିଆ ବର୍ଷା ମୁଗ ଗଛରେ ଫଳିଥିବା ଛୁଇଁକୁ ପ୍ରାୟ ୪୦% କ୍ଷତି ପହଂଚାଇଥିଲା । କିନ୍ତୁ ଚାଷୀ ଧର୍ଯ୍ୟ ସହକାରେ ଉଭୟ କ୍ଷତିକୁ ଖାତିର ନ କରି ଘର ପୋଡ଼ିରୁ ଶିକା ଖଣ୍ଡେ ପାଇଲା ଭଳି ଅମଳ ଅପେକ୍ଷାରେ ଥିଲା ।ପ୍ରଥମ ପର୍ଯ୍ୟାୟ ତାଲା ବନ୍ଦ ଜାରି ରହିବାରୁ ଚାଷୀ ଦୈବ ଦୁର୍ବିପାକରୁ ବର୍ତି ଯାଇଥିବା ମୁଗ ଅମଳ ପାଇଁ ଅଂଟା ଭିଡ଼ିଥିଲା ।

ଏପ୍ରୀଲ ମାସ ଶେଷ ସପ୍ତାହରେ ୨ୟ ପର୍ଯ୍ୟାୟ ତାଲାବନ୍ଦ ଜାରି ରହିଥିବା ବେଳେ କୃଷକ ମାନଙ୍କ ପ୍ରତି ସରକାର କୋହଳ ନିତି ଆପଣେଇବାରୁ ଚାଷୀ ମାନେ କ୍ଷତ ମୁହାଁ ହୋଇଥିଲେ । ମାତ୍ର ମୁଗ ଅମଳ ପାଇଁ କ୍ଷତକୁ ଯିବାରୁ ଥୁଂଟା ଗଛକୁ ଦେଖି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଥିଲା । ତେବେ କ୍ଷତରେ ବାକି ଥିବା ପ୍ରାୟ ୩୦% ମୁଗକୁ ଓପାଡ଼ି ବିଲରେ କଚଡ଼ା ପକାଇଥିବା ବେଳେ ଅଦିନିଆ ଲଗାଣ ବର୍ଷା ସେସବୁକୁ ମାଟିରେ ମିଶାଇ ଦେଇଛି ।

ବିଗତ ବର୍ଷରେ ହେକ୍ଟର ହେକ୍ଟର ଜମିରେ ମୁଗ ଚାଷ କରି ଚାଷୀ ଗୁଂଠ ପିଛା ୪ ରୁ ୫ କେଜି ଅମଳ କରିଥିବା ବେଳେ ଚଳିତ ବର୍ଷ ବିହନ ଗଣ୍ଡାକ ସଂଗ୍ରହ କଷ୍ଟସାଧ୍ୟ ହୋଇପଡ଼ିବ ବୋଲି ପୁରୁଖା ଚାଷୀ ମାନେ କୁହଁନ୍ତି ।ତେବେ ସରକାର ଏହି ଦୁର୍ଦ୍ଦିନ ସମୟରେ ମୁଗ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ଅଗ୍ରଣ ଚାଷୀମାନେ ଦାବି କରିଛନ୍ତି

Govt
Leave A Reply