Odisha news

ଅଦିନିଆ ବର୍ଷା ବୋହିନେଲା ମୁଗ ଫସଲ : ଚାଷୀ ମୁଣ୍ଡରେ ଚଡ଼କ

0

ମହାକାଳପଡ଼ା :  ସ୍ଥାନୀୟ ବ୍ଲକ ଅଂଚଳରେ ରବି ରୂତୁରେ ତୁହାକୁ ତୁହା ଅଦିନିଆ ବର୍ଷା ମୁଗ ଫସଲକୁ ପ୍ରଭାବିତ କରିଛି । ମୁଗ ଫସଲର ପ୍ରଥମ ଦଫା ଫୁଲ ସମୟରେ ଲଘୁଚାପ ବର୍ଷା ହେତୁ କାଳମୁଣ୍ଡି ପୋକ ଲାଗି ଯିବାରୁ ପ୍ରାୟ ୩୦% କ୍ଷତି ହୋଇଥିଲା । ପରବର୍ତି ସମୟରେ ଖରା ଲାଗି ରହିବାରୁ ଉଷୁମ ପାଇ ଗଛ ଫୁଲ ଧରିବାରୁ ମୁଗ ଚାଷୀଙ୍କ ମନରେ ହରସ ଦେଖାଦେଇଥିଲା । କିନ୍ତୁ ଦୁର୍ଭାଗର କଥା ମାର୍ଚ ମାସ ଶେଷାର୍ଦ୍ଧରେ ମହାମାରୀ କରୋନା କାୟା ବିସ୍ତାର କଲାଭଳି ଲଗାତର ଅଦିନିଆ ବର୍ଷା ମୁଗ ଗଛରେ ଫଳିଥିବା ଛୁଇଁକୁ ପ୍ରାୟ ୪୦% କ୍ଷତି ପହଂଚାଇଥିଲା । କିନ୍ତୁ ଚାଷୀ ଧର୍ଯ୍ୟ ସହକାରେ ଉଭୟ କ୍ଷତିକୁ ଖାତିର ନ କରି ଘର ପୋଡ଼ିରୁ ଶିକା ଖଣ୍ଡେ ପାଇଲା ଭଳି ଅମଳ ଅପେକ୍ଷାରେ ଥିଲା ।ପ୍ରଥମ ପର୍ଯ୍ୟାୟ ତାଲା ବନ୍ଦ ଜାରି ରହିବାରୁ ଚାଷୀ ଦୈବ ଦୁର୍ବିପାକରୁ ବର୍ତି ଯାଇଥିବା ମୁଗ ଅମଳ ପାଇଁ ଅଂଟା ଭିଡ଼ିଥିଲା ।

ଏପ୍ରୀଲ ମାସ ଶେଷ ସପ୍ତାହରେ ୨ୟ ପର୍ଯ୍ୟାୟ ତାଲାବନ୍ଦ ଜାରି ରହିଥିବା ବେଳେ କୃଷକ ମାନଙ୍କ ପ୍ରତି ସରକାର କୋହଳ ନିତି ଆପଣେଇବାରୁ ଚାଷୀ ମାନେ କ୍ଷତ ମୁହାଁ ହୋଇଥିଲେ । ମାତ୍ର ମୁଗ ଅମଳ ପାଇଁ କ୍ଷତକୁ ଯିବାରୁ ଥୁଂଟା ଗଛକୁ ଦେଖି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଥିଲା । ତେବେ କ୍ଷତରେ ବାକି ଥିବା ପ୍ରାୟ ୩୦% ମୁଗକୁ ଓପାଡ଼ି ବିଲରେ କଚଡ଼ା ପକାଇଥିବା ବେଳେ ଅଦିନିଆ ଲଗାଣ ବର୍ଷା ସେସବୁକୁ ମାଟିରେ ମିଶାଇ ଦେଇଛି ।

ବିଗତ ବର୍ଷରେ ହେକ୍ଟର ହେକ୍ଟର ଜମିରେ ମୁଗ ଚାଷ କରି ଚାଷୀ ଗୁଂଠ ପିଛା ୪ ରୁ ୫ କେଜି ଅମଳ କରିଥିବା ବେଳେ ଚଳିତ ବର୍ଷ ବିହନ ଗଣ୍ଡାକ ସଂଗ୍ରହ କଷ୍ଟସାଧ୍ୟ ହୋଇପଡ଼ିବ ବୋଲି ପୁରୁଖା ଚାଷୀ ମାନେ କୁହଁନ୍ତି ।ତେବେ ସରକାର ଏହି ଦୁର୍ଦ୍ଦିନ ସମୟରେ ମୁଗ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ଅଗ୍ରଣ ଚାଷୀମାନେ ଦାବି କରିଛନ୍ତି

Leave A Reply