Odisha news

ଲଭ+ସେକ୍ସ+ଧୋକ୍କା ଅଭିଯୋଗରେ ଯୁବକ ଅଟକ

0

କନ୍ଧମାଳ : ପ୍ରେମ ପରେ ପ୍ରତାରଣା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗୋଛାପଡା  ପୁଲିସ ଅଟକ ରଖିଛି। ଏନେଇ ନାବାଳିକାଙ୍କ ବାପା ଗୋଛାପଡ଼ା ଥାନାରେ ଏତଲା ଦେବାପରେ ପୁଲିସ୍ ମାମଲା ରୁଜୁକରି ଯୁବକକୁ ଅଟକ ରଖିଛି। ନାବାଳିକାକୁ ଶିଶୁ ମଙ୍ଗଳ ସମିତି ପାଖରେ ହାଜର କରିଥିବା ବେଳେ ବର୍ତ୍ତମାନ ନାବାଳିକା ଜଣକ ଦୁଇ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗୋଛାପଡ଼ା ଥାନା ଅଞ୍ଚଳର ଏକ ଗ୍ରାମର ଜନୈକା ନାବାଳିକା ସହିତ ଖଜୁରିପଡ଼ା ଥାନା ସୁଡ଼ୁରୁକୁମ୍ପା  ପଞ୍ଚାୟତର  ବବୁଲୁ ବେହେରା(୨୯) ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା । ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା। ତେବେ ନାବାଳିକା ଜଣକ ଏନେଇ ଘରେ କହିଥିଲା।

ଏହା ଜାଣଇବା ପରେ ପରିବାର ଲୋକେ ଗୋଛାପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ବବୁଲକୁ ଅଟକ ରଖି ଅଧିକ ପଚରାଉଚରା ଚଳାଇଥିବାବେଳେ ନାବାଳିକାକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରାଇଥିବା ଗୋଛାପଡ଼ା ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକ ସୂଚନା ଦେଇଛନ୍ତି।

Leave A Reply