Odisha news

ଲିଭିଂ ରିଲେସନ୍ ପରେ ବ୍ରେକ୍ ଅପ୍ : ଟଙ୍କା ନେଇ ଯୁବକ ଗିରଫ

0

ଭୁବନେଶ୍ୱର,(ନି.ପ୍ର): ଲିଭିଂ ରିଲେସନ୍ରେ ରହିବାପରେ ଧୋକ୍କ୍ା ଦେଲା ପ୍ରେମିକ । ଧୋକ୍କ୍ା ଦେଇ ପ୍ରେମିକ ଫେରାର ହୋଇଯିବା ସହ ଯୁବତୀଙ୍କ ମୋବାଇଲ୍ ଓ ଟଙ୍କା ନେଇ ଫେରାର ହୋଇଯାଇଥିବା ନେଇ ଶହୀଦନଗର ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ବୁଧବାର ଗିରଫ କରିଛି । ଅଭିଯୁକ୍ତ ହେଲେ ଜଗତସିଂହପୁରର ସତ୍ୟରଞ୍ଜନ୍ ନାୟକ(୨୯) । ସେ ଏଠାରେ ସ୍ଥାନୀୟ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମଞ୍ଚେଶ୍ୱର ରେଲୱେ କଲୋନୀ, ଟାଇପ୍-୧୧, ଏଫ୍୪/୧ରେ ରହିବା ସହ ଏକ ଘରୋଇ କମ୍ପାନୀରେ କାର୍ଯ୍ୟକରୁଥିଲେ । ସେ ଓ ତାଙ୍କର ଜନୈକ ବାନ୍ଧବୀ ଏଠାରେ ଲିଭିଂ ରିଲେସନ୍ ସିପ୍ରେ ରହୁଥିଲେ ।

ପରେ କୌଣସି କାରରକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ପରସ୍ପର ପରସ୍ପରଠାରୁ ଦୂରେଇ ଯାଇଥିଲେ । ମାତ୍ର ସତ୍ୟରଞ୍ଜନ୍ ଯୁବତୀଙ୍କର ମୋବାଇଲ୍ ଓ ୫ହଜାର ଟଙ୍କା ନେଇ ଯାଇଥିଲେ । ଯୁବତୀ ତାଙ୍କୁ ଟଙ୍କା ମୋବାଇଲ୍ ବାରମ୍ବାର ମାଗିଥିଲେ ମଧ୍ୟ ସେ ଦେଇନଥିଲେ । ଶେଷରେ ନିରାଶ ହୋଇ ଯୁବତୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଗତ ମାସ ୨୧ ତାରିଖରେ ସେ ଶହୀଦନଗର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ମଙ୍ଗଳବାର ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତର ଜାମିନ୍ ନାମଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Leave A Reply