ପଦ୍ମ ଫୁଲ ର ସୌନ୍ଦର୍ଯ୍ୟ ପ୍ରାୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଏହା ସ୍ବାସ୍ଥ୍ୟ ର ଗନ୍ତାଘର ଅଟେ । ଆୟୁର୍ବେଦ ଅନୁସାରେ ପଦ୍ମ ଫୁଲ ର ସମସ୍ତ ଭାଗ କୁ ଅଲଗା ଅଲଗା ଭାବରେ ବ୍ୟବହାର କରାଯାଇ ଥାଏ । ପଦ୍ମ ଫୁଲ ଅଲଗା ଅଲଗା ରଙ୍ଗ ର ରହିଥାଏ । ଧଳା, ନାଲି , ଗୋଲାପି ଏଭଳି ଅନେକ ରଙ୍ଗର । ଆଉ ପ୍ରତ୍ୟେକ ଫୁଲର ଅଲଗା ଅଲଗା ଗୁଣ ରହିଛି ।
ଆୟୁର୍ବେଦ ର ବିଶେଷଜ୍ଞ ଙ୍କ ମତରେ ପଦ୍ମ ଫୁଲ ମନକୁ ଶାନ୍ତ କରି ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ । ଏଙ୍ଗଜାଇଟି ମଧ୍ୟ ଦୂର କରିଥାଏ ପଦ୍ମ ଫୁଲ ।
* ପଦ୍ମ ଫୁଲ ରେ ଦୁଇଟି ମହତ୍ତ୍ଵ ପୂର୍ଣ୍ଣ ତତ୍ତ୍ଵ ରହିଛି । ଗୋଟିଏ ହେଲା ଏପୋମର୍ଫିନ ଓ ଅନ୍ୟଟି ହେଲା ନ୍ୟୁସିଫୋରିନ , ଏହି ଦୁଇଟି ଉପାଦାନ ମସ୍ତିଷ୍କ ପାଇଁ ଖୁବ୍ ହିତକର । ଏହି ଦୁଇଟି ଉପାଦାନ ମସ୍ତିଷ୍କ କୁ ଶାନ୍ତ କରିବା ସହିତ ଏଙ୍ଗଜଇଟି ସମସ୍ୟା ଠିକ୍ କରିଥାଏ । ପଦ୍ମ ଫୁଲ ରେ ଭିଟାମିନ ବି ସି ଓ ଆଇରନ ର ଉପାଦାନ ମଧ୍ୟ ରହିଥାଏ ।
* ଶାନ୍ତି ଓ ଉତେଜନା ପାଇଁ ପଦ୍ମ ଫୁଲ ଗୋଟିଏ ଭଲ ଉପାଦାନ ଅଟେ । ଆପଣ ଙ୍କ ପରିବାର ରେ ଯଦି କେହି ଡିପ୍ରେଶନ ସମସ୍ୟା ଦେଇ ଗତି କରୁଛି ତେବେ ଘରର ସାଜସଜ୍ଜା ରେ ପଦ୍ମ ଫୁଲ ବ୍ୟବହାର କରିବା ଦ୍ଵାରା ମନ ଖୁସି ରହିଥାଏ ଓ ଫିଲ ଗୁଡ୍ ହରମନ୍ ସିକ୍ରେଶନ ହୋଇଥାଏ । ଯାହାଦ୍ଵାରା ଉତେଜନା ହ୍ରାସ ହୋଇଥାଏ ଓ ଭଲ ନିଦ ହେବାରେ ସାହାଯ୍ୟ ମିଳିଥାଏ । ପଦ୍ମ ଫୁଲ ର ଅର୍କ ଏଙ୍ଗଯାଇଟି ରୁ ଆରାମ ଦେଇଥାଏ ।
* ରକ୍ତଚାପ ନିୟନ୍ତ୍ରଣ କରିଥାଏ ପଦ୍ମ ଫୁଲ :-
ପଦ୍ମ ଫୁଲ ଦ୍ଵାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ । ଶରୀରର ତାପମାତ୍ରା ନର୍ମାଲ ରହିଥାଏ । ଏହାଦ୍ବାରା ଆପଣ ରିଫ୍ରେଶ ଅନୁଭବ ହୋଇଥାଏ । ଆପଣ ଚିନ୍ତା ଓ ରକ୍ତଚାପ ନିୟନ୍ତ୍ରଣ ପାଇଁ ପଦ୍ମ ଫୁଲ ରେ ପ୍ରସ୍ତୁତ ତୈଳ ଲଗାଇ ଥାଆନ୍ତି ।
* ପଦ୍ମ ଫୁଲ ରେ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ରହିଥାଏ । ଯଦି ଆପଣ କୌଣସି ପୁରୁଣା ଯନ୍ତ୍ରଣା ଅନୁଭବ କରି ଥାଆନ୍ତି ତେବେ ପଦ୍ମ ଫୁଲ ତେଲ ରେ ମାଲିସ୍ କରିବା ଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ । ଯଦି ଆପଣ କୌଣସି ହର୍ବାଲ ଟି ପ୍ରସ୍ତୁତ କରି ସେବନ କରୁଛନ୍ତି ତେବେ ସେଥିରେ କିଛିଟା ପଦ୍ମ ଫୁଲ କିମ୍ବା ପତ୍ର ପକାଇ ସେବନ କରନ୍ତୁ, ପୁରୁଣା ଯନ୍ତ୍ରଣା ଦୁର ହେବ ।
