Odisha news

ଚଢ଼ା ଦର ରେ ବିଦେଶୀ ମଦ ବିକି, ଖାଉଟି ଅଦାଲତ ରେ ଦୋକାନୀ ଦଣ୍ଡିତ।

0
ନୂଆପଡ଼ା (ସୁରେନ୍ଦ୍ର ତିୱାରୀ)   ଜଣେ ବିଦେଶୀ ମଦ ଦୋକାନୀ ଚଢ଼ା ଦର ରେ ମଦ ବିକ୍ରି କରି ଲକ୍ଷେ ୨୦ହଜାର ଟଙ୍କା ଜୋରିମାନା ଗଣିବାକୁ ଖାଉଟି ଅଦାଲତଙ୍କ ଦ୍ୱାରା  ଏଭଳି ରାୟ ନିର୍ଦ୍ଧେଶ ଦେଇଛନ୍ତି । ଉପରୋକ୍ତ ରାୟ ନୂଆପଡ଼ା ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମଦ ଦୋକାନୀ ମାନେ ସାବାଡ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ନୂଆପଡ଼ା ରେଳୱେ ଷ୍ଟେସନ ରୋଡ ବିଜୁ ଏକ୍ସପ୍ରେସ୍‌ ୱେ ପାର୍ଶ୍ଵ ରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନୀ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ନେବା ଅଭିଯୋଗରେ ଖାଉଟି ଅଦାଲତ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ମଦ ଦୋକାନୀ ସନ୍ତୋଷ କୁମାର ଗୁପ୍ତା ଦୁଇଟି ପୃଥକ ପୃଥକ ମାମଲାରେ ଅଭିଯୋଗକାରୀଙ୍କୁ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ ନୂଆପଡ଼ା ସହରର ତୋପରାମ ରାଉତ ଓ ଗଣେଶ ଚନ୍ଦ୍ର ନାଗ ୯ ଏପ୍ରିଲ ୨୦୨୩  ରେ ନୂଆପଡ଼ାସ୍ଥିତ ଗୁପ୍ତା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ଆସି ୩୭୫ ଏମ.ଏଲ. ର ଏକ ବିଦେଶୀ ମଦ ରୟାଲ ଷ୍ଟେଗ ବୋତଲ ମାଗିଥିଲେ। ସେଥିରେ ଏମ.ଆର.ପି. ୩୫୦ ଟଙ୍କା ରହିଥିଲା। ହେଲେ ଦୋକାନୀ ୪୨୦ ଟଙ୍କା ଦେବାକୁ ଦାବି କରିଥିଲେ। ଗ୍ରାହକମାନେ ପ୍ରତିବାଦ କରିବାରୁ ଶେଷରେ ଦୋକାନୀ ନିର୍ଦ୍ଧାରିତ ମୂଲ୍ୟ ଠାରୁ ୫୦ଟଙ୍କା ଚଢ଼ା ଦର ଅଧିକା ନେଇଥିଲେ। ଏହା ବିରୋଧରେ ଦୁଇ ଗ୍ରାହକ ଜିଲା ଅବକାରୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେଠାରେ ସେ ମାନଙ୍କୁ ନ୍ୟାୟ ନ ମିଳିବାରୁ ପୁନଃ ଜିଲା ଖାଉଟି ଅଦାଲତରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଖାଉଟି ଅଦାଲତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସଦସ୍ୟ ହଳଧର ପଧାନଙ୍କ ଖଣ୍ଡପୀଠ ମାମଲାର ବିଚାର କରି ମଦ ଦୋକାନୀ ଗୁପ୍ତାଙ୍କୁ ଦୋଷୀ ସାବ୍ୟସ୍ତ କରି ନିର୍ଦ୍ଦେଶନାମା ପାଇବାର ୩୦ଦିନ ଭିତରେ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଓ କେସ୍‌ ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ଲେଖାଏ ୨ ଅଭିଯୋଗକାରୀଙ୍କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଖିଲାପ କଲେ ବାର୍ଷିକ ସୁଧ ୧୫% ଲାଗୁ ହେବ। ଏହାସହିତ ଅସୁଲି କରିଥିବା ଅଧିକ ୫୦ ଟଙ୍କାର ବାର୍ଷିକ ୧୮% ସୁଧ ହାରରେ ଫେରାଇବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
Nalco
Leave A Reply