Odisha news

ମଦ ନିଶାର ପ୍ରଭାବ : ୩ ବନ୍ଧୁଙ୍କ ମଧ୍ୟରେ ଲାଗିଲା ଅଦ୍ଭୁତ ଚାଲେଞ୍ଜ , ୪୦୦ କିମି ଦୌଡ଼ି ପହଁଚିଲେ ଅନ୍ୟ ଗୋଟିଏ ଦେଶରେ

ନୂଆଦିଲ୍ଲୀ : ତିନି ସାଙ୍ଗ ଙ୍କ ମଧ୍ୟରେ ଏପରି ଚାଲେଞ୍ଜ ଲାଗିଲା ଯେ ଦୋୖଡି ଦୌଡ଼ି ପହଞ୍ଚିଗଲେ ଆଉ ଗୋଟିଏ ଦେଶରେ l ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ତିନିବନ୍ଧୁ ଗୋଟିଏ ସ୍ଥାନରେ ବସି ମଦ ପିଉଥିଲେ l ଏହି ସମୟରେ ତିନି ଜଣଙ୍କ ମଧ୍ୟରେ ଜିଦି ଲାଗିଥିଲା , ଜିଦିକୁ ପୁରା କରିବା ପାଇଁ ତିନି ଜଣ ଦୌଡିବାକୁ ଲାଗିଲେ l ଆଶ୍ଚର୍ଯ୍ୟର କଥା ଏହା ଯେ ତିନି ଜଣ ଦ୍ରୁତଗାମୀ ଧାବକ ଭଳି ଦୌଡ଼ି ଥିଲେ ଓ ନିଜ ନିଜର ଚାଲେଞ୍ଜ ପୁରା କରିଥିଲେ l କିନ୍ତୁ ସେମାନେ ସମସ୍ତେ ଏପରି ରାସ୍ତା ଦେଇ ଯାଇଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା l

ମିରର ୟୁକେ ର ଗୋଟିଏ ସୂଚନା ଅନୁସାରେ ଏହି ତିନିବନ୍ଧୁ ଆଫଗାନିସ୍ତାନ ର ଗୋଟିଏ ସ୍ଥାନରେ ବସି ଆସର ଜମାଇ ଥିଲେ l ଏହି ସମୟରେ ତିନିଜଣ ଙ୍କ ମଧ୍ୟରେ ଜିଦି ଲାଗିଥିଲା ଯେ ଗ୍ଲୋବ ଉପରେ ଯେଉଁଠି ହାତ ରଖିବେ ସେହି ସ୍ଥାନକୁ ଦଉଡ଼ିକି ଯିବେ l ଏହାପରେ ସେମାନଙ୍କ ମଧ୍ୟରୁ ଜଣେ ଆଖି ବନ୍ଦ କରି ଗୋଟିଏ ସ୍ଥାନ ଉପରେ ଆଙ୍ଗୁଠି ରଖିଦେଲା l ଏହାପରେ ସେହି ସ୍ଥାନ କୁ ତିନିଜଣ ବାହାରି ପଡିଲେ l

ଏହି ସର୍ତ୍ତ କୁ ପୁରା କରିବା ପାଇଁ ସେମାନେ ଦୁର୍ଗମ ପାହାଡ଼ ,ରେ ପାଖାପାଖି ୪ ଶହ କିଲୋମିଟର ଦୌଡ଼ି ଥିଲେ l ଏପରି ସ୍ତିତି ରେ ସେମାନଙ୍କୁ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା l ସେମାନେ ପଡୋଶୀ ଦେଶ ତାଜାକିସ୍ତାନ ରେ ପହଞ୍ଚି ଯାଇଥିଲେ l ସେହି ଯୁବକ ମାନେ ଆଫଗାନିସ୍ତାନ ସୀମାକୁ ଲାଗିଥିବା ଚୀନ ପର୍ଯ୍ୟନ୍ତ ଓ ତାଜାକିସ୍ତାନ ର ବାର ଟାଙ୍ଗ ପର୍ଯ୍ୟନ୍ତ ଦୌଡ଼ି ଥିଲେ l ଏହି ଅଂଚଳ ପାମିର ପର୍ବତ ଦେଇ ଅତିକ୍ରମ କରୁଛି l

ସେମାନଙ୍କ ମଧ୍ୟରୁ ଜଣେ ଆଫଗାନ ସେନାରୁ ଅବସର ଗ୍ରହଣ କରିଛନ୍ତି l ସେମାନେ କହିଛନ୍ତି ଯେ ଆମକୁ ତାଜାକିସ୍ତାନ ବିଷୟରେ କିଛି ବି ଜଣା ନଥିଲା , କିନ୍ତୁ ଜିଦି ପୁରା କରିବା ପାଇଁ ଦୌଡ଼ିଲୁ l ସେମାନେ ଯିବା ସମୟରେ ମ୍ୟାପ ,ଅନୁଯାୟୀ ରାସ୍ତା ଦେଖିଥିଲେ l ଏହି ସମୟରେ ତାଙ୍କୁ ଅନେକ ଅସୁବିଧାର ସମୁଖୀନ କରିବାକୁ ପଡିଥିଲା ଯେପରିକି ଭିସା ଓ ଦେହ ଅସୁସ୍ଥ ଲାଗିବା , ଖାଇବା ପିଇବା ରେ ଅସୁବିଧା ହେବା ଇତ୍ୟାଦି  l ଏହାକୁ ପୁରାଣ କରିବା ପାଇଁ ୭ଦିନ ସମୟ ଲାଗିଥିଲା l ୭ଦିନ ପରେ କୁରକୁଲ ଝୀଲ ରେ ପହଂଚି ଥିଲେ

Comments are closed.