Odisha news

ଗ୍ରୀଷ୍ମ ଋତୁରେ ଶରୀରକୁ ହାଇଡ୍ରେଟ ରଖିବା ସହିତ ଓଜନ ହ୍ରାସ କରିବ ଲେମ୍ବୁପାଣି : ରିସର୍ଚ୍ଚ

0

ଗ୍ରୀଷ୍ମ ଋତୁ ଆସିଗଲା, ଚାରିଆଡେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି l ଧୀରେ ଧୀରେ ଖରାର ପ୍ରକୋପ ବଢିବା ସହିତ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯିବ l ଏହି ସମୟରେ ଗରମ ଅତ୍ୟଧିକ ଝାଳ ବାହାରି ଶରୀର ରୁ ଜଳୀୟ ଅଂଶ କମିବାକୁ ଲାଗିଥାଏ l ଯାହାକି ଅନେକ ଗୁଡିଏ ସମସ୍ୟାର କାରଣ ହୋଇଥାଏ l ବିଶେଷ ଭାବରେ ଗରମ ଦିନରେ ଡିହାଇଡ୍ରେସନ କାରଣରୁ ଶରୀର ପାଇଁ ଅଧିକ କ୍ଷତି କାରକ ହୋଇଥାଏ l ଏପରି ସ୍ଥିତିରେ ମଣିଷ ନିଜର ସ୍ୱାସ୍ଥ୍ୟ ର ବିଶେଷ ଧ୍ୟାନ ରଖିବା ଜରୁରୀ l ନିକଟରେ ହୋଇଥିବା ଅଧ୍ୟୟନ ଅନୁସାରେ କିଛିଟା କଥାକୁ ଧ୍ୟାନ ରଖି ଡିହାଇଡ୍ରେସନ ରୁ ରକ୍ଷା ପାଇବାର କିଛିଟା ଜିନିଷ କୁ ଗୁରୁତ୍ୱ ଦିଆଯାଇ ଥିଲା l ସେହିସବୁ ଜିନିଷ ମାନଙ୍କ ମଧ୍ୟରେ ଲେମ୍ବୁ ପାଣି କୁ ଗୋଟିଏ ଉତ୍ତମ ଡ୍ରିଂକ୍ସ ଭାବରେ ଗୁରୁତ୍ୱ ଦିଆଯାଇଥିଲା l

– ଲେମ୍ବୁ ଭିଟାମିନ ସି ରେ ଭରପୁର ଅଟେ l
-ଏହାଛଡା ଏଥିରେ ସାଇଟ୍ରିକ ଏସିଡ ରହିଥାଏ l
– ଲେମ୍ବୁ ଭିଟାମିନ ବି 6, ଭିଟାମିନ E, ଫୋଲଟ ଭଳି ପୋଷାକ ତତ୍ତ୍ୱରେ ଭରପୁର ଅଟେ l
– ଲେମ୍ବୁ ରେ ଥାଇମିନ, ନିୟସିନ, ଇତ୍ୟାଦି ପ୍ରଚୁର ମାତ୍ରାରେ ରହିଥାଏ l
– ଲେମ୍ବୁ ବ୍ଲଡ଼ ପ୍ରେସର, ଡିପ୍ରେସନ, ଇତ୍ୟାଦିକୁ ଦୂର କରିଥାଏ ଓ ଲିଭର କୁ ସୁସ୍ଥ ରଖିଥାଏ l

* ଗ୍ରୀଷ୍ମ ଋତୁରେ ଲେମ୍ବୁ ପାଣି ସେବନ କରିବା ଦ୍ୱାରା ଇମ୍ୟୁନିଟି ମଜବୁତ ହୋଇଥାଏ, ଲେମ୍ବୁ ଭିଟାମିନ ସି ର ଗୋଟିଏ ଭଲ ମାଧ୍ୟମ ଅଟେ l
* ମୋଟାପା ସମସ୍ୟାରେ ଥିଲେ ନିୟମିତ ସକାଳୁ ଲେମ୍ବୁ ପାଣି ଗୋଟିଏ ଭଲ ମାଧ୍ୟମ ଅଟେ l ଲେମ୍ବୁ ପାଣି ଶରୀରରୁ ବିଷାକ୍ତ ପଦାର୍ଥ କୁ ବାହାର କରି  ଓଜନ ହ୍ରାସ କରିଥାଏ l
* ଯେଉଁ ଲୋକମାନେ ଡିପ୍ରେସନ ସମସ୍ୟା ଦେଇ ଗତି କରୁଛନ୍ତି ସେମାନେ ନିୟମିତ ଲେମ୍ବୁ ପାଣି ନିହାତି ସେବନ କରିବା ଜରୁରୀ l
* ଲେମ୍ବୁ ରେ ସିଟ୍ରସ ଏସିଡ ରହିଥାଏ, ଯାହାକି ରକ୍ତଚାପ କୁ ସନ୍ତୁଳିତ କରିଥାଏ l
*ଗରମ ଦିନରେ ଖାଦ୍ୟ ହଜମ କରିବା ସହିତ ଶରୀର କୁ ହାଇଡ୍ରେଟ ରଖିଥାଏ ଲେମ୍ବୁ ପାଣି l ଲେମ୍ବୁ ପାଣି ହାଇଡ୍ରୋଵୋରୀକ ଏସିଡ ଓ ପିତ ସିକ୍ରେସନ କୁ ବୃଦ୍ଧି କରିଥାଏ , ଯାହାଦ୍ୱାରା ପାଚନ ସମସ୍ୟା ଠିକ ରହିଥାଏ l
* ଲେମ୍ବୁ ପାଣି କିଡ୍ନୀ ପାଇଁ ମଧ୍ୟ ଖୁବ ଉପକାରୀ ଅଟେ l ଏହା କିଡ୍ନୀ ପାଇଁ ଗୋଟିଏ କ୍ଳୀଞ୍ଜର ଭଳି କାର୍ଯ୍ୟ କରିଥାଏ l
* ଗ୍ରୀଷ୍ମ ଋତୁରେ ନିୟମିତ ଲେମ୍ବୁ ପାଣି ସେବନ କରିବା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ ଓ ଶରୀର ର ଜଳୀୟ ଅଂଶ ଠିକ ରହିଥାଏ l

Govt
Leave A Reply