ସଫଳତାର ପୁଞ୍ଜି କହୁଛି ଯେ ଆମ ଜୀବନ ଅମୃତ ସମାନ l ଏହାର ମୂଲ୍ୟକୁ ବୁଝିବା ଆବଶ୍ୟକ l ମଣିଷକୁ ସବୁବେଳେ ଏପରି କାର୍ଯ୍ୟ କରିବା ଉଚିତ ଯାହାଦ୍ୱାରା ସମାଜର କଲ୍ୟାଣ ହେବ l ସବୁ ମଣିଷଙ୍କ ନିକଟରେ କିଛି ନା କିଛି ପ୍ରତିଭା ଲୁଚି ରହିଥାଏ l ଏହି ପ୍ରତିଭାକୁ ଜାଣି ପ୍ରକାଶ କରିବା ଆବଶ୍ୟକ l
ଗୀତାରେ ଭଗବାନ କୃଷ୍ଣ କହିଛନ୍ତି ମଣିଷକୁ ନିଜ ଖରାପ ଅଭ୍ୟାସ ଠାରୁ ଦୁରେଇ ରହିବା ଆବଶ୍ୟକ l ଖରାପ ଅଭ୍ୟାସ ମଣିଷର ଭଲ କାର୍ଯ୍ୟରେ ସବୁବେଳେ ବାଧକ ସାଜିଥାଏ l ଆମ ନିଜ ଭିତରେ ଥିବା କିଛିଟା ଖରାପ ଅଭ୍ୟାସ କୁ ଆମେ ଯଦି ଦୁରେଇ ଦେବା ତେବେ ଆମେ ସଫଳତାର ପାହାଚ ଚଢି ପାରିବା l
* ଆଳସ୍ୟ – ସଫଳତାର ପୁଞ୍ଜି କହୁଛି ଯେ ଆଳସ୍ୟ ବ୍ୟକ୍ତିର ସବୁଠୁ ବଡ ଶତ୍ରୁ ଅଟେ l ଆଳସ୍ୟ ଗୋଟିଏ ଏପରି ଖରାପ ଗୁଣ ଅଟେ ଯାହାକି ସମସ୍ତ କାର୍ଯ୍ୟରେ ବାଧକ ସାଜିଥାଏ l ବ୍ୟକ୍ତି ସବୁବେଳେ ଧ୍ୟାନ ରଖିବା ଉଚିତ ଯେ ସମୟ କାହାରି ପାଇଁ ବସି ନଥାଏ l ସେ ନିଜ ଗତିରେ ଚାଲିଥାଏ , ଯେଉଁ ସମୟ ଠାରେ ଗାଡି ଯାଏ ସେ ଆଉ ଫେରି ନଥାଏ l ତେଣୁ ଆଳସ୍ୟ ତ୍ୟାଗ କରି ସମୟର ମୂଲ୍ୟକୁ ବୁଝିବା ଆବଶ୍ୟକ l
* ଲୋଭ – ଯେଉଁ ଲୋଭ ଆପଣଙ୍କୁ ଭଲ ବାଟକୁ ନେବ ତାହାକୁ ଲୋଭ କରିବା ଆବଶ୍ୟକ l ନଚେତ ଲୋଭ ମଣିଷର ସବୁଠୁ ଖରାପ ଅଭ୍ୟାସ ଅଟେ l ଯଦି କୌଣସି ବ୍ୟକ୍ତି ଜ୍ଞାନ ଆହରଣ କରିବାର ଲୋଭ ରଖିଛି ତେବେ ତାହା ଗ୍ରହଣୀୟ l କିନ୍ତୁ ଧନ ଲୋଭ ,ଖାଦ୍ୟ ଲୋଭ ମଣିଷକୁ ଖରାପ ବାଟରେ ନେଇ ଯାଇଥାଏ l କାରଣ ଯେତେବେଳେ ମଣିଷର ଲୋଭ ବୃଦ୍ଧି ପାଇଥାଏ ସେତେବେଳେ ମଣିଷ ସ୍ୱାର୍ଥପର ହୋଇଯାଏ l
* କ୍ରୋଧ – କୁହାଯାଏ ଯେ କ୍ରୋଧ ମଣିଷର ସବୁଠୁ ବଡ ଶତ୍ରୁ l କ୍ରୋଧୀ ମଣିଷ ନିକଟରୁ ସମସ୍ତେ ଦୁରେଇ ଯାଇ ଥାଆନ୍ତି l ମଣିଷ ଯେତେବେଳେ କ୍ରୋଧର ବଶବର୍ତ୍ତୀ ହୋଇଥାଏ ସେତେବେଳେ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥାଏ l କଥାରେ ଅଛି ଯେପରି ଧନୁ ତୀରରୁ ବାହାରିଗଲେ ଓ କଥା ପାଟିରୁ ବାହାରିଗଲେ ଆଉ ଫେରି ନଥାଏ l ତେଣୁ କ୍ରୋଧ ମଣିଷ ସହିତ ସମସ୍ତେ ଦୂରତା ରଖି ଥାଆନ୍ତି l
Comments are closed.