ଆମ ପ୍ରତେକ ହିନ୍ଦୁ ଧର୍ମରେ ମାତା ଲକ୍ଷ୍ମୀଙ୍କୁ ପ୍ରାଧାନ୍ୟ ଦେଇଥାଉ l ସେ ସମସ୍ତଙ୍କ ଜୀବନର ସମସ୍ତ ଅସୁବିଧାକୁ ଦୂର କରି ସୁଖ ସମୃଦ୍ଧି ପ୍ରଦାନ କରିଥାନ୍ତି ଏବଂ ଜୀବନକୁ ଆଲୋକିତ କରିଥାନ୍ତି l କିନ୍ତୁ କିଛିଟା ଏପରି କାର୍ଯ୍ୟ ରହିଛି ଯାହା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି l ସେସବୁ କାର୍ଯ୍ୟ ଠାରୁ ଆମକୁ ଦୁରେଇ ରହିବ ବଶ୍ୟକ l
* ମାତା ଲକ୍ଷ୍ମୀ ସବୁବେଳେ ଆଲୋକକୁ ପସନ୍ଦ କରିଥାନ୍ତି l ତାଙ୍କୁ ଘର ଅନ୍ଧାର ରହିଲେ ଅସନ୍ତୋଷ ଲାଗିଥାଏ l ତେଣୁ ସନ୍ଧ୍ୟା ସମୟରେ ଘର ଅନ୍ଧାର ରଖିବା ଉଚିତ ନୁହେଁ l ଏଭଳି କରିବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ଦେଇଥାଏ l
* ଲକ୍ଷ୍ମୀଙ୍କୁ ଜଳ ଅତ୍ୟନ୍ତ ପ୍ରିୟ ଅଟେ l ଯେଉଁ ଘରେ ପାଣି ନଷ୍ଟ ହୋଇଥାଏ ସେଠାରେ ଖରାପ ପ୍ରଭାବ ଦେଖା ଦେଇଥାଏ l ଘରେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ l
* ବିଷ୍ଣୁ ପତ୍ନୀ ଲକ୍ଷ୍ମୀଙ୍କୁ ଅତିଥି ମାନଙ୍କୁ ସ୍ନେହ ଓ ଭଲ ସ୍ୱଭାବ ଦ୍ୱାରା ଖିସି ପ୍ରଦାନ କଲେ ସନ୍ତୁଷ୍ଟ ହୋଇଥାନ୍ତି l ଲକ୍ଷ୍ମୀ ପୁରାଣ ଅନୁସାରେ ଆପଣଙ୍କ ଘରୁ କୌଣସି ବ୍ୟକ୍ତି ଭୋକିଲା ଆସିବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାନ୍ତି l
* ନିଜ ଘରେ ରୋଷେଇ ସାରିବା ପରେ ଗାଈ ,କୁକୁର ଓ ଚଢେଇ ମାନଙ୍କ ପାଇଁ ପ୍ରଥମେ ଅର୍ଣ୍ଣ ବାହାର କରି ରଖିବା ଆବଶ୍ୟକ l ଗୁରୁଜନ ମାନଙ୍କୁ ଆଦର ସହକାରେ ସବୁବେଳେ ଖାଇବାକୁ ଦେବା ବଶ୍ୟକ l ଭଲ ସଂସ୍କାର ଥିବା ବ୍ୟକ୍ତି ପାଖରେ ଓ ଘରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ l
* ପରିବାରରେ ସମସ୍ତେ ସୁଖରେ ରହିବ ପାଇଁ କଳହ ଠାରୁ ଦୁରେଇ ରହିବ ଆବଶ୍ୟକ l ଯେଉଁ ଘରେ କଳହ କମ ହୋଇଥାଏ ସେହିଘର ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଦ୍ୱାରା ସମସ୍ତେ ସୁଖଶାନ୍ତିରେ ବସବାସ କରିଥାନ୍ତି ଏବଂ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l