ଭୁବନେଶ୍ୱର, ୦୫ ଜୁନ୍ – ଭାରତୀୟ ରେଳବାଇ ଦ୍ୱାରା ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ରେ ଶିଶୁ ଜନ୍ମ ହେବା ଖୁସି ଖବର ମିଳୁଛି ।ଏହା ଭାରତୀୟ ରେଳବାଇ ପାଇଁ ଅତ୍ୟନ୍ତ ଶୁଭ ଖବର । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ଏକ ଘୋଷଣା କରି କହିଛନ୍ତି ଯେ ପୂର୍ବତଟ ରେଳପଥର ଅଧିକାରୀ ମାନେ ବ୍ୟକ୍ତିଗତ କିମ୍ବା ସ୍ୱେଛାକୃତ ଭାବେ ରେଳପଥର ପରିସୀମା ମଧ୍ୟରେ ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ନବଜାତକ ଶିଶୁ ମାନଙ୍କୁ ଉପହାର କୁପନ ପ୍ରଦାନ କରିବେ ।