Odisha news

ଦିଲ୍ଲୀର ଶିଖ୍‌ ଗୁରୁଦ୍ୱାର ପରିଚାଳନା କମିଟି ପକ୍ଷରୁ ‘ଲଙ୍ଗର୍‌ ଅନ୍‌ ହ୍ୱିଲ୍ସ’ ସେବା ଆରମ୍ଭ

0

ଦିଲ୍ଲୀର ଶିଖ୍‌ ଗୁରୁଦ୍ୱାର ପରିଚାଳନା କମିଟି ଗରିବ ଲୋକଙ୍କ ପାଇଁ ‘ଲଙ୍ଗର୍‌ ଅନ୍‌ ହ୍ୱିଲ୍ସ’ ସେବା ଆରମ୍ଭ କରିଛନ୍ତି । ଗାଡ଼ିରେ ଖାଦ୍ୟ ପଦାର୍ଥ ରଖାଯାଇ ଦିଲ୍ଲୀର ବିଭିନ୍ନ ଇଲାକାରେ ବଣ୍ଟାଯାଉଛି । ଯେଉଁମାନେ ଗୁରୁଦ୍ୱାର ଆସିପାରୁ ନାହାନ୍ତି ତଥା ଆଖପାଖରେ ଗୁରୁଦ୍ୱାର ନ ଥିବାରୁ ଲଙ୍ଗର୍‌ରୁ ବଞ୍ଚିତ ବ୍ୟକ୍ତିମାନଙ୍କ ପାଇଁ ଏ ସେବା ଉପଲବ୍ଧ । ଏବେ ଏହାକୁ ମାସେ ପାଇଁ ଆରମ୍ଭକରାଯାଇଛି । ଦରକାର ପଡ଼ିଲେ ସେବା ଆଗକୁ ଜାରି ରହିବ । ପ୍ରତିଦିନ ବଙ୍ଗଳା ସାହି ଗୁରୁଦ୍ୱାରରୁ ୧୫ଟି ଗାଡ଼ି ଲଙ୍ଗର୍‌ ବାଣ୍ଟିବା ପାଇଁ ଯାଉଛି । ଲକ୍ଷ୍ୟ ରହିଛି ପ୍ରତିଦିନ ୧୫ ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇବା । ଲଙ୍ଗର ଯାନ ଗୁଡ଼ିକ ମୁଖ୍ୟତଃ ଦିଲ୍ଲୀର ବଡ଼ ବଡ଼ ବସ୍‌ ଷ୍ଟପ୍‌ ଓ ରେଳ ଷ୍ଟେସନ୍‌ ବାହାରେ ଛିଡ଼ା ହେଉଛି ।

Leave A Reply

Your email address will not be published.