ଯେ କୌଣସି ସମାଜର, ଦେଶ ସଂସ୍ଥା ଓ ଉଦ୍ୟୋଗ ମାନଙ୍କ ଉର୍ନତି ନିମନ୍ତେ ଗୋଟେ ଶ୍ରମିକ ମୁଖ୍ୟ ଭୂମିକା ଗ୍ରହଣ କରେ l ଏହାର ବଡ ସଂଖ୍ୟର ସଫଳତା ଶ୍ରେୟ ଗୋଟେ ଶ୍ରମିକ ହିଁ ହୋଇଥାଏ । ଗୋଟେ କର୍ମଚାରୀ ବିନା ଯେ କୌଣସି ଉଦ୍ୟୋଗର ମୂଳଦୁଆ ଠିଆ ହେବ ଅସମ୍ଭବ । ମେ ମାସ ୧୮୮୬ ଯୁକ୍ତରାଷ୍ଟ୍ର ଆମେରିକାର ମଜଦୁର ସଂଘ ଦ୍ଵାରା ଆଠଘଣ୍ଟା ଶ୍ରମଦିବସକୁ ନେଇ ଏକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ଏହି ରକ୍ତମୟ ସଂଘର୍ଷରେ ଅନେକ ମଜଦୁରଙ୍କ ପ୍ରାଣ ଯାଇଥିଲା । ପରବର୍ତ୍ତୀ ମୁହୁର୍ତରେ ଆନ୍ତର୍ଜାତିକର ଜେନିଭା ଅଧିବେଶନ ମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଦିଆଯାଇଥିଲା । ଆଜି ଆମ ସରକାରଙ୍କ ଦ୍ଵାରା ଶ୍ରମିକ ମାନଙ୍କ ପାଇଁ ଅନେକ ଯୋଜନା ଓ କାନୁନ ତିଆରି ହୋଇଛି ସତ କିନ୍ତୁ ଆଜି ବି ଶ୍ରମିକ ମାନଙ୍କ ମାନସିକ ଓ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇନାହାନ୍ତି । ବାସ୍ତବରେ ଆଜି ବି ସେ ପ୍ରତାଡ଼ିତ କିଛି ପୁଞ୍ଜିବାଦୀଙ୍କ ଦ୍ଵାରା, ଆଜି ବି ସେ ବାହାର ରାଜ୍ୟ ଓ ଦେଶ ଉପରେ ନିର୍ଭର କରେ ନିଜ ଜୀବିକା ପାଇଁ ।
ସେଦିନ ଅନେକ ବର୍ଷର ବ୍ୟବଧାନରେ ମୋର ଗୋଟେ ପୁରୁଣା ବନ୍ଧୁ ରବି ବାବୁଙ୍କୁ ଫୋନ କରିଥିଲି । ଆଉ ମୋ ଫୋନ ପ୍ରତି ଉତ୍ତରରେ ଅଭିବାଦନ ସହ ନିଜ ଖୁସି ବ୍ୟକ୍ତ କଲେ । ନିଜ ସ୍ୱାସ୍ଥ୍ୟ ଓ ପରିବାର କଥା ବୁଝିଲା ପରେ, ଜାଣିବାକୁ ପାଇଲି ଯେ, ସେ ଏବେ ଅଫିସରେ, ମୁଁ ଘଡି ଦେଖିଲି,ରାତ୍ର ପ୍ରାୟ ୯ ଟା ହେବ, ଆଉ ପଚାରିଲି, ଡେରିର କାରଣ ! ମୋ ପ୍ରଶ୍ନର ଉତ୍ତରରେ ସେ ଟିକେ ହସିଲେ, ଆଉ ଭାବ ବଦଳାଇ କହିଲେ, ଏମିତି ତ ସବୁ ଦିନେ ହୁଏ, ଫେରୁ ଫେରୁ ରାତ୍ର ହୋଇଯାଏ । ଘରକୁ ଫେରୁ ଫେରୁ ୩ ବର୍ଷ ପୁଅ ବି ଶୋଇ ଯାଇଥାଏ । ଜୀବନ ଟା ତ ଏମିତି, ବେସରକାରୀ କର୍ମଚାରୀ ହେବା ଗୋଟେ ଭୁଲ ବୋଧେ ।
ମଣିଷ ଗୋଟେ ମେସିନ ପାଲଟି ଯାଏ । ନିଜ ପାଇଁ ବା ନିଜ ପରିବାର କଥା ଭାବିବା ପାଇଁ ବି ସମୟ ନଥାଏ । ଦୁଃଖ ପ୍ରକାଶ କରି କହିଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ପ୍ରାୟ ବର୍ଷେ ହେଲାଣି ମାଆବାପାଙ୍କୁ ଦେଖିବାକୁ ଗାଁକୁ ବି ଯାଇନାହାନ୍ତି ସେ । କିଛି ଅନ୍ୟ ବାର୍ତ୍ତାଳାପ ପରେ ମୁଁ ଫୋନ ରଖିଲି । କିନ୍ତୁ ଭାବୁଥିଲି ରବି ବାବୁ ଆଜି ପ୍ରାଇଭେଟ କମ୍ପନୀର ଉଚ୍ଚ ପଦବୀରେ, ଅନେକ ଦାୟିତ୍ୱ ତାଙ୍କ ଉପରେ, ଅନେକ ପିଲା ତାଙ୍କ ତଳେ କାମ କରନ୍ତି, କିନ୍ତୁ ଏବେ ବି ସେ ସଂଘର୍ଷରତ ନିଜ ସଫଳତାର ଦୌଡରେ। କର୍ମ କର୍ତ୍ତବ୍ୟ ଜୀବନ ଭିତରେ ସେ ଭୁଲିଯାଇଛନ୍ତି, ନିଜ ଉଦ୍ଧେଶ୍ୟ, ଲକ୍ଷ ଆଉ ନିଜେ ନିଜ ପରିଚୟ । ଯେଉଁ ଉଡାଣ ପାଇଁ ସେ ଧାଇଁ ଆସିଥିଲେ ଅନେକ ଦୂରରୁ, କଣ ସେ ସଫଳ ହୋଇପାରିଲେ ? ସେ କଣ ତାଙ୍କ ଉଦ୍ଧେଶ୍ୟ ଓ ଲକ୍ଷରେ ପହଞ୍ଚିପାରିଲେ…ଦେଖିବାର କଥା !
ଦିନ ଥିଲା ରବି ବାବୁ ନିଜର ବ୍ୟକ୍ତିତ୍ୱ ପ୍ରଭାବରେ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ, ନିଜ କଳା, ଅଭିନୟ, ସାହିତ୍ୟ ମଧ୍ୟମରେ ସମାଜରେ ଗୋଟେ ଛାପ ଛାଡି ଥିଲେ, ନିଜ ଭାଷାର କୌଶଳ ଓ ତର୍କ ମାଧ୍ୟମରେ ଅନେକଙ୍କୁ ଚୁପ କରେଇପାରୁଥିଲେ । ତାଙ୍କ ତୀକ୍ଷ୍ଣ ବକ୍ତବ୍ୟ ବଳରେ ଗୋଟିଏ ଉଦୟମାନ ରାଜନେତାର ପରିକଳ୍ପନା କରୁଥିଲା ସମାଜର ବୁଦ୍ଧିଜୀବୀମାନେ । କିନ୍ତୁ ଆଜି ସେ ତେଜମାନ ରବି ନିଷ୍କ୍ରିୟ, ନିସ୍ତେଜ । କମ୍ପାନୀର ସୀମା ଭିତରେ ସେ ବନ୍ଦୀ । ଆପଣ ଚିନ୍ତା କରନ୍ତୁ ମଣିଷର ଯେଉଁ ଦକ୍ଷତା ଥାଏ ତାହା କଣ କମ୍ପାନୀ ମାନଙ୍କ ପାଇଁ ଗଛିତ କରାହୋଇ ଥିଲା କି ? କିନ୍ତୁ ଆଜିର ବେସରକାରୀ ସଂସ୍ଥା କିଛି ଅର୍ଥ ଓ ପଦବୀର ସ୍ବପ୍ନ ଦେଖାଇ ତୁମର ଯେଉଁ ଦକ୍ଷତାକୁ ଗୋଡରେ ଦଳି ଚକଟି ଦେଇଛି। ଆଉ ତିଆରି କରିଛି ତୁମକୁ ଗୋଟିଏ ଗୋଟିଏ ମେସିନ । ନିଜ ଅଭିଲାଷାକୁ ଜଳାଞ୍ଜଳି ଦେଇ ସେ ଆଜି ପୁଅ, ସ୍ୱାମୀ, ଓ ବାପାର କର୍ତ୍ତବ୍ୟ କରିଚାଲିଛି । ରବି ପରି ଅନେକ ଉଦୟାମନ ବ୍ୟକ୍ତିତ୍ୱ ଆଜି ଛନ୍ଦି ହୋଇପଡିଛନ୍ତି କିଛି ବେସରକାରୀ ଚାକିରୀ ଓ ଅଜଣା ଭବିଷ୍ୟତ ନୌକାରେ ।
ନିଜ କର୍ମମୟ ଜୀବନ ଭିତରେ ବେସରକାରୀ କର୍ମ କ୍ଷେତ୍ରକୁ ବାଛି ନେଇଛି ସେ । ନୂଆ ନୂଆ କମ୍ପନୀର ଉଚ୍ଚ ଉଚ୍ଚ ଅଟାଳିକା ଓ ଫୁଲ ବଗିଚା କି ସୁନ୍ଦର ଲାଗୁଥିଲା। ନିଜ ସ୍ୱପକୁ ସାକାର କରିବା ପାଇଁ ଅନେକ ଆକାର ଦେବାକୁ ଲାଗିଲା ସେ । କିନ୍ତୁ ଭିତରେ କିଛି ଅଲଗା ଖେଳ ଚାଲେ ଏଠି । କର୍ମ ସହ ଶାସନ ବି ଚାଲେ । ଠିକାଦାର ଶ୍ରମିକଙ୍କ କଥା କହିଲେ ନସରେ ଏଠି। ସରକାରଙ୍କ ନିୟମ ଏଠି ପାଣିର ଗାର । ଏଠି ଅନେକ କଠିନ ପରିଶ୍ରମ କରିବାକୁ ପଡେ ତାକୁ । ସମୟକୁ ଭୁଲି ଦିବା-ରାତ୍ର ଏଠି ଏକ କରିଦେଇଛି ସେ । ଅର୍ଥ କ୍ଷମତାର ଖେଳରେ ସେ ବି ଦୌଡ଼ିଚି ଏଠି ।
ନିଜ ଅବକାଶ, ମୂଲ୍ୟବାନ ସମୟ, ଦିନରାତି, ନିଜ ଜ୍ଞାନ କୌଶଳ ଟେକି ଦେଇଛି ଏହି ବେସରକାରୀ ସଂସ୍ଥା ହାତରେ । ମଣିଷ ଏଠି ମଣିଷ ହୋଇ ରହେନି ଗୋଟେ ମେସିନ ପାଲଟିଯାଏ । କିଛି ମୁଷ୍ଟି ବାଦୀ ବ୍ୟକ୍ତି ମାନଙ୍କ ପାଇଁ ଏହି ସ୍ଥାନ ଅଣନିଶ୍ଵାସି ହୋଇଯାଏ ଆଉ କଳାପାଣିର ବନ୍ଦୀ ଗୃହ ପାଲଟିଯାଏ । କିଛି ପଦବୀରେ ଥିବା ବ୍ୟକ୍ତି ଏଠି ରାଜନୀତିର ପଶାଖେଳ ହୁଅ । କମ୍ପାନୀର ଆଇନ କାନୁନ ତା ବାଟେ । କିଛି ଉଚ୍ଚ ପଦବୀରେ ଥିବା ଅଫିସର ନିଜ ଶାସନ କ୍ଷମତାକୁ ଚରିତାର୍ଥ କରିବା ପାଇଁ ନିଜ କ୍ଷମତାର ଦୂରୁପଯୋଗ କରନ୍ତି । ଆଉ ଅଣନିଶ୍ୱାସୀ ହୋଇଯାଏ.. ଆଉ ସେତେ ବେଳେ ମୁକ୍ତିର ବାଟ ଖୋଜେ ସେ ।ନିଜ ମାଟିକୁ ଛାଡିବା କାହାକୁ ବା ଇଛା ଥାଏ । ନିଜ ପ୍ରୀତି ପରିଜନଙ୍କୁ ଛାଡି କିଏ ବା ଆସିବାକୁ ଇଛା କରେ। ପରିସ୍ଥିତି ସମୟ ଆଉ ବୟସର ପଛେ