ଆଜି ହେଉଛି ମହାକୁମ୍ଭ ର ମହାସ୍ନାନ ଓ ପବିତ୍ର ମକର ସଂକ୍ରାନ୍ତି : ୧୪୪ ବର୍ଷ ପରେ ଘଟୁଛି ସମୁଦ୍ର ମନ୍ଥନ ଭଳି ଶୁଭ ସଂଯୋଗ
ପ୍ରୟାଗରାଜ ରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ ହିନ୍ଦୁ ଧର୍ମ ର ସବୁଠୁ ବିଶାଳ ଧାର୍ମିକ ଆୟୋଜନ ଅଟେ, ଏହି ସମୟ ରେ ଦେଶ ବିଦେଶ ର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କର ଏଠାରେ ସମାଗମ ହୋଇଥାଏ, ଏବଂ ତ୍ରିବେଣୀ ସଙ୍ଗମ ରେ ସମସ୍ତେ ଆସ୍ଥାରେ ବୁଡ଼ ପକାଇ ଥାଆନ୍ତି l ଜାନୁଆରୀ ୧୩ ତାରିଖ ପୌଷ ପୁର୍ଣିମା ଠାରୁ ମହାକୁମ୍ଭ ଆରମ୍ଭ ହୋଇ ଫେବୃଆରୀ ୨୬ ତାରିଖ ମହାଶିବରାତ୍ରି ଦିନ ସମାପନ ହେବ l
ମାନ୍ୟତା ଅନୁସାରେ ଯେତେବେଳେ ଦେବଗୁରୁ ବୃହସ୍ପତି ୧୨ ଟି ରାଶିର ଭ୍ରମଣ ଚକ୍ର ସମ୍ପୂର୍ଣ କରି ପୁନର୍ବାର ବୃଷ ରାଶିକୁ ଫେରି ଥାଆନ୍ତି, ସେତେବେଳେ ମହାକୁମ୍ଭ ର ଆୟୋଜନ କରାଯାଇ ଥାଏ. ପୌରାଣିକ କଥା ଅନୁସାରେ ଯେତେବେଳେ ଦେବତା ଓ ଅସୁର ଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା, ସେତେବେଳେ ଅସୁର ଙ୍କ ଗୁରୁ ଶୁକ୍ର ଥିଲେ, ଯିଏକି ଏହି ସମୟ ରେ ରାହୁ କେତୁ ଙ୍କ ସହିତ ରହିଥିଲେ, ଏବଂ ଦେବଗୁରୁ ବୃହସ୍ପତି ଶୁକ୍ର ଙ୍କ ରାଶିରେ ଥିଲେ l
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ଥର ବୁଧ ମକର ରାଶିରେ ରହି ବୁଧ ଆଦିତ୍ୟ ଯୋଗ ଘଟୁଛି, କୁମ୍ଭ ଯୋଗ ଓ ରାଶି ପରିବର୍ତ୍ତନ ଯୋଗ ମଧ୍ୟ ଅତି ଶୁଭ ଅଟେ , ଅନ୍ୟ ପକ୍ଷରେ କୁମ୍ଭ ରାଶି ଓ ଶୁକ୍ର , ଗୁରୁ ଙ୍କ ରାଶି ପରିବର୍ତ୍ତନ ଦୁର୍ଲଭ ସଂଯୋଗ ଘଟୁଛି l ମହାକୁମ୍ଭ ରେ ୧୪୪ ବର୍ଷ ପରେ ସମୁଦ୍ର ମନ୍ଥନ ଭଳି ଶୁଭ ସଂଯୋଗ ଗଟୁଛି l
ସୂର୍ଯ୍ୟ, ଚନ୍ଦ୍ରମା ଓ ଶନି ୩ଟି ଗ୍ରହ ମକର ଓ କୁମ୍ଭ ରାଶିରେ ଗୋଚର କରୁଛନ୍ତି l ଗ୍ରହ ମାନଙ୍କର ଏହି ସଂଯୋଗ ଦେବାସୁର ଯୁଦ୍ଧ ସମୟ ରେ ଘଟିଥିଲା, ଏହା ସହିତ ଶ୍ରବଣ ନକ୍ଷତ୍ର ସିଦ୍ଧି ଯୋଗ ରେ ସୂର୍ଯ୍ୟ-ଚନ୍ଦ୍ର ଙ୍କ ସ୍ଥିତି ଓ ଉଚ୍ଚ ଶୁକ୍ର ଏବଂ କୁମ୍ଭ ରାଶିରେ ଶନି ଙ୍କ କାରଣରୁ ମହାକୁଂଭ ମହାସ୍ନାନ ଖୁବ ମଙ୍ଗଳକାରୀ ଅଟେ l