Odisha news

କୁଇ କୁଳ ସମିତି ର ନୂତନ କର୍ମକର୍ତା ନିର୍ବାଚନ

0
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାର ବଡଗାଁ ଠାରେ କୁଇ କୂଳ ସମାଜ ସମିତି ର ସଭାପତି ମନୋଜ କୁମାର ମଲିକ ଙ୍କ ନେତୃତ୍ୱରେ  ଏକ ନୂତନ କମିଟି ଗଠନ କରାଯାଇଛି l ଏହି କମିଟି ଚୟନ ନିମନ୍ତେ ବାଲିଗୁଡା ବ୍ଲକର ୧୪ଟି ପଞ୍ଚାୟତରୁ ୧୦ ଜଣ ଲେଖାଏଁ  କର୍ମକର୍ତା ମାନେ ଉପସ୍ଥିତ ରହି ପ୍ରଥମେ ନୂତନ କମିଟି ଗଠନ କରା ଯାଇଥିଲା l ଏହି କମିଟି ରେ ସଭାପତି ଭାବେ ମନୋଜ କୁମାର  ମଲିକ ଚୟନ କରାଯାଇଥିବା ବେଳେ ଉପସଭାପତି-ବାଳକୃଷ୍ଣ ମଳିକ ଓ ସମ୍ପାଦକ ରାପୁ ମଳିକ, ସହ ସମ୍ପାଦକ-ମଦନ ମଲ୍ଲିକ  ସର୍ବ ସମତି କ୍ରମେ ଏହି କର୍ମକର୍ତା ମାନଙ୍କୁ ନୂତନ ଭାବରେ ଚୟନ କରା ଯାଇଥିଲା l ଏହି ସମାଜ କିପରି ଭାବରେ ଦିନକୁ ଦିନ ଉନ୍ନତି  କରିବା ସହ ଆଗାମୀ ଦିନରେ ସମାଜ ସହ  ସମ୍ମାନିତ ରକ୍ଷା କରି ତାଳ କୁ ତାଳ ମିଶାଇ ଆଗ କୁ ବଢ଼ି  ଉନ୍ନତି କରିପାରିବ, ସେ ସମ୍ପର୍କରେ ଆଲୋଚନା ହେଇଥିଲା l  ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ଘୋଷଣା କରାଯାଇଥିଲା  l
Leave A Reply