Odisha news

ଦୁର୍ଘଟଣାରେ ୧ ମୃତ ୧ଆହାତ

0

କୁଆଖିଆ ୦୨/୧୦ :  ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାର ପରିବା ମାର୍କେଟ ଏନ.ଏଚ ରେ ଗତକାଲି ରାତି ୯ଟାରେ ଏକ ଟ୍ରକ ଧକ୍କା ଦେବାରୁ ସାହାପୁର କେଉଟ ଲଗୁଆଁ ଗ୍ରାମର ପ୍ରଫୁଲ ମାଝି(୪୫) ଓ ଅନ୍ୟଜଣେ ଗୌରାଙ୍ଗ ଆହାତହୋଇ କଟକ ମେଡ଼ିକାଲ ଯାଉଥିଲେ । ବାଟରେ ପ୍ରଫୁଲ ମାଝିଙ୍କର ମୃତ ହୋଇଥିଲା । ପ୍ରଫୁଲର ୧ଟିପୁଅ ଓ ୧ଟି ଝିଅ ଓ ସ୍ତ୍ରୀ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ମୃତୁ୍ୟରେ ପିନାକ ରଂଜନ ଦାସ, ଅକ୍ଷୟ କୁମାର ସାହୁ ଶୋକ ପ୍ରକଟ କରି ପରିବାରଙ୍କୁ ସରକାରୀ ସହାୟତା ଦେବାକୁ ଦାବୀ କରିଛନ୍ତି । ଅନ୍ୟଜଣେ ଗୌରାଙ୍ଗର ଦୁଇ ଗୋଡ଼ ନଷ୍ଟ ହୋଇଥିବା ଜଣାଯାଇଥିଲେ ମଧ୍ୟ କଟକ ବଡ଼ ମେଡ଼ିକାଲରେ ଚିକିସôାଧିନ ଅଛନ୍ତି । କୁଆଖିଆ ଥାନା ପୋଲିସ ଟ୍ରକଟିକୁ ଅଟକାଇ ତଦନ୍ତ ଜାରି ରଖିଛି ।

Leave A Reply