Odisha news

ଦୁଇ ଚୋର ଗିରଫ,ଟାଟା ଏସିଇ ଓ ରୋଟର ଜବତ

0

କୋଠପଦା,୭ା୮ :ମାହାଙ୍ଗା ବ୍ଲକ ଅନ୍ତର୍ଗତ ମଣିଯୋରୀ ଗ୍ରାମର ଜନୈକ ବ୍ୟକ୍ତିଙ୍କ ରୋଟର ମେସିନ ଚୋରି ହେବା ଘଟଣାରେ ଦୁଇ ଚୋରଙ୍କୁ ଗିରଫ କରାଯିବା ସହ ଚୋରି ସାମଗ୍ରୀ ଜବତ ହୋଇଥବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ, ମଣିଯୋରୀ ଗ୍ରାମର ସୈାମ୍ୟରଞ୍ଜନ ସାହୁ ନିଜ ଘର ଦୁଆର ମୁହଁରୁ ରୋଟର ମେସିନ ଚୋରି ହୋଇଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ ।

ଶ୍ରୀ ସାହୁଙ୍କ ଅଭିଯୋଗକୁ ଭିତ୍ତିକରି ସ୍ଥାନୀୟ ପୋଲିସ ପକ୍ଷରୁ ଏହି ଚୋରୀ ଘଟଣାର ତଦନ୍ତ ଚଳାଇବା ସହ ଏଥିରେ ସମ୍ପୃକ୍ତ ଥିବା ଉଷୁମା ଗ୍ରାମର ପ୍ରକାଶ ସାହୁ ଏବଂ ଅନ୍ୟତମ ସହଯୋଗୀ ସାଲେପୁର ବ୍ଲକ ଅନ୍ତର୍ଗତ କୁସଂବି ଅଞ୍ଚଳର ସେକ ସାହାଜୁଦ୍ଦିନ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଚୋରୀ ସାମଗ୍ରୀ ପରିବହନରେ ବ୍ୟବହୃତ ଟାଟାଏସିଇ ଗାଡି ଓ ଚୋରି ହୋଇଥିବା ରୋଟର ଜବତ କରାଯାଇଥିବା ମାହାଙ୍ଗା ଆଇଆଇସି ରଞ୍ଜନ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଏହି ଚୋରୀ ଘଟଣାରେ ଆହୁରି କେତକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ଜଣାଯାଇଛି ।

Nalco
Leave A Reply