କୋରେଇ : ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଆଜି ବୈତରଣୀ ମଣ୍ଡଳ ପକ୍ଷରୁ ବରୁଣ୍ଡାଇ କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳ ସଭାପତି ବିଷ୍ଣୁ ଚରଣ ରଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ପର୍ଯ୍ୟବେକ୍ଷକ ଭାବେ ସୁଦୀପ୍ତ ପଣ୍ଡା ଯୋଗଦେଇ ସଦସ୍ୟତା କିପରିଭାବେ ଅନଲାଇନ ଦ୍ୱାରା କରାଯାଇପାରିବ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିବାସହ ଯେତେ ଅଧିକରୁ ଅଧିକ ସଦସ୍ୟତା ସଂଗ୍ରହ ହୋଇପାରିବ ତାହା ଆଗାମୀ ପଂଚାୟତ ନିର୍ବାଚନରେ ଫଳପ୍ରଦ ହେବା ସହ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳ ଲାଭବାନ ହୋଇପାରିବା ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ପ୍ରକାଶ ଧଳ, ବରୁଣ୍ଡେଇ ସରପଞ୍ଚ ଲିପ୍ସା ପରିଡା, ସଦସ୍ୟତା ମଣ୍ଡଳ କୋଡିନେଟର ପ୍ରକାଶ ସାହୁ, ବୈତରଣୀ ମଣ୍ଡଳ ମହିଳା କୋଡିନେଟର ଜୟନ୍ତୀସାହୁ ପ୍ରମୁଖ ସଦସ୍ୟତା ସମ୍ପର୍କ ରେ ମାତବ୍ୟକ୍ତ କରିଥିଲେ। ଆଜିର ଏହି କର୍ମଶାଳାରେ ବୈତରଣୀ ମଣ୍ଡଳର ୯ଗୋଟି ପଞ୍ଚାୟତରୁ ଶତାଧିକ କାର୍ଯ୍ୟ କର୍ତା ଉପସ୍ଥିତ ଥିଲେ।ଶେଷରେ ପୂର୍ବତନ ସରପଞ୍ଚ ଉଦୟ ପରିଡା ଧନ୍ୟବାଦ ଦେଇଥିଲେ