ଭୁବନେଶ୍ଵର/କୋଣାର୍କ ; କୋଣାର୍କ ସୂର୍ୟ୍ୟ ମନ୍ଦିର ପରିସରରେ ଖଣି ମନ୍ତ୍ରଣାଳୟ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସହଭାଗିତାରେ ଡିଏମଏଫ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି । ଜାନୁଆରୀ ୧୮ ରୁ ୨୧ ଯାଏ ଚାଲିବାକୁଥିବା କାର୍ୟ୍ୟକ୍ରମରେ ଖଣି ପ୍ରଭାବିତ ଅଞ୍ଚଳର ଦୀର୍ଘସ୍ଥାୟୀ ବିକାଶ ତଥା ଉନ୍ନତି ସମ୍ବନ୍ଧୀୟ ପ୍ରଦର୍ଶନୀ ସାମିଲ ହୋଇଛି । ନାଲକୋ, ଓଡ଼ିଶା ଖଣି ନିଗମ, ତଥା ଖଣି ମନ୍ତ୍ରଣାଳୟରଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ଖଣି ମନ୍ତ୍ରଣାଳୟରଯୁଗ୍ମ ସଚିବ ଶ୍ରୀମତୀ ଫରିଦା ଏମ. ନାୟକ ଏହି ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ।
“ନିରନ୍ତର ବିକାଶ ଦ୍ୱାରା ସମ୍ପ୍ରଦାୟକୁ ସଶକ୍ତ କରିବା” ବିଷୟବସ୍ତୁ ଉପରେ ଆଧାରିତ ଏହି ପ୍ରଦର୍ଶନୀରେଡିଏମଏଫ,ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଜିଏସଆଇ), ହିନ୍ଦୁସ୍ତାନ କପର ଲିମିଟେଡ୍, ନାଲକୋ, ହିନ୍ଦୁସ୍ତାନ ଜିଙ୍କ ଏବଂ ଓଡ଼ିଶା ସରକାରଙ୍କ ତରଫରୁ ବିଭିନ୍ନ ଷ୍ଟଲ ମାଧ୍ୟମରେ ସ୍ଵୟଂ ସହାୟକ ଗୋଷ୍ଠୀ ତଥା ଅନ୍ୟାନ୍ୟ ଗୋଷ୍ଠୀ ବିକାଶ ସମ୍ବନ୍ଧୀୟ ବିଭିନ୍ନ କାର୍ୟ୍ୟକ୍ରମ ପ୍ରଦର୍ଶିତ ହୋଇଛି।ଏହି ଷ୍ଟଲଗୁଡ଼ିକରେ ସ୍ଥାନୀୟ ହସ୍ତଶିଳ୍ପ, ଅଭିନବ ଜୀବିକା ପ୍ରକଳ୍ପ ଏବଂ ଗୋଷ୍ଠୀ-ପରିଚାଳିତ ବିଭିନ୍ନ କାର୍ୟ୍ୟକ୍ରମ ପ୍ରଦର୍ଶିତ ହୋଇଛି।ଏହି ପ୍ରଦର୍ଶନୀରେ ଡିଏମଏଫ ଦ୍ଵାରା ସ୍ଥାନୀୟ ଅଞ୍ଚଳର ଜୀବନଧାରଣ,ଆତ୍ମନିର୍ଭରଶୀଳତା ତଥା ବିକାଶରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ପ୍ରତିଫଳିତ ହୋଇଛି।
ଶ୍ରୀମତୀ ଫରିଦା ଏମ. ନାୟକ ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ହାସଲ କରିବା ପାଇଁ ମନ୍ତ୍ରଣାଳୟର ଦୃଢ଼ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ସେ ଓଡ଼ିଶା ସରକାର,କର୍ପୋରେଟ ଅଂଶୀଦାର ଏବଂ ଡିଏମଏଫ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଓ ଅବଦାନକୁ ପ୍ରଶଂସା କରିଥିଲେ।
