Odisha news

ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକ ଓ ସାମ୍ୱାଦିକଙ୍କୁ ଦୁର୍ବବ୍ୟବହାର ଘଟଣାକୁ ୨୪ଘଣ୍ଟା ବିତିଗଲାଣି , ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଅସମର୍ଥ ପୋଲିସ : କୋଣାର୍କ ଥାନା ଆଗରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପକ୍ଷରୁ ଧାରଣା ଆରମ୍ଭ। 

0
କୋଣାର୍କ:-ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂର୍ଯ୍ୟମନ୍ଦିରର ଅସ୍ଥାୟୀ କର୍ମଚାରୀ ଠେଲାପେଲା ଓ ଦୁର୍ବ୍ୟବହାର ଘଟଣାରେ କରିବା ମାମଲାରେ କୋଣାର୍କ ଥାନାରେ ଅଭିଯୋଗ ପରେ କୋଣାର୍କ ଥାନା ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରିବାରେ ଉଦାସୀନତା ମନୋଭାବ ପୋଷଣ କରିବା ଘଟଣା ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ ଦାବିରେ  କୋଣାର୍କର ସମସ୍ତ ଗଣମାଧ୍ୟମ ପ୍ରତିନିଧି କୋଣାର୍କ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏହି ସମ୍ବେଦନଶୀଳ ଘଟଣାକୁ କୋଣାର୍କ ସୁରକ୍ଷା ସମିତି,ଫଟୋଗ୍ରାଫର ଓ ଗାଇଡ ଆସୋସିଏସନ୍, କୋଣାର୍କ ନଗର କଂଗ୍ରେସ  କମିଟି, ସିପିଆଇ ପରି ରାଜନୈତିକ ଦଳ ସହ ଗୋପ ସାମ୍ବାଦିକ ସଂଘ ସମର୍ଥନ ଜଣାଇ ସାମିଲ ହୋଇଥିଲେ। ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଅସନ୍ତୋଷ ଦେଖାଦେଇଛି। ରବିବାର ସୂର୍ଯ୍ୟମନ୍ଦିରରେ ଭିଡ଼ ଯୋଗୁଁ ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଯାଇଥିବାବେଳେ ମନ୍ଦିର ମୂଖ୍ୟ ଫାଟକ ସମ୍ମୁଖରେ ପରିଚୟପତ୍ର ନଥିବା ପ୍ରଦୀପ୍ କୁମାର ନାମକ ଜଣେ ବ୍ୟକ୍ତି ଗାଳିଗୁଲଜ କରିବା ସହିତ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ବୁମକୁ ଠେଲିଦେଇଥିଲେ। ଏହି ଘଟଣାକୁ ନେଇ କୋଣାର୍କ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ପର୍ଯ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏପରିକି ଟିକେଟ କାଟିବା ପାଇଁ ପର୍ଯ୍ୟଟକ ମାନେ ଘଣ୍ଟା ଘଣ୍ଟା ଧରି ଖରାରେ ଠିଆ ହୋଇ ରହୂଥିବାବେଳେ ସେମାନଙ୍କୁ ସାମାନ୍ୟତମ ମୌଳିକ ସୁବିଧା ନମିଳିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ମନ୍ଦିର ପରିଦର୍ଶନ ନକରି ଫେରିଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ କୋଣାର୍କ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ କୋଣାର୍କ ପୋଲିସ ଗିରଫ କରୁନଥିବା ଅଭିଯୋଗକୁ ନେଇ କୋଣାର୍କ ସାମ୍ବାଦିକ ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦିଆଯାଇଛି। ତୁରନ୍ତ କୋଣାର୍କ ପୋଲିସ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ ନ କଲେ ଦାବୀ ହାସଲ ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି ସାମ୍ବାଦିକ ମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
Nalco
Leave A Reply