କୋଣାର୍କ- ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ୮୦୦ବର୍ଷର ସୂର୍ଯ୍ୟ ମନ୍ଦିର ର ସୁରକ୍ଷା ଓ ଏହାର ରକ୍ଷଣା ବେକ୍ଷଣ ପାଇଁ ୨୮ ଓ ୨୯ ତାରିଖ ଦୁଇଦିନ ଧରି ଭାରତୀୟ ପୂରାତତ୍ୱ ସର୍ବେକ୍ଷଣ ସଂସ୍ଥା(ଏ.ଏସ.ଆଇ)ପକ୍ଷରୁ କୋଣାର୍କ ର ଯାତୀ୍ରନିବାସ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଜାତୀୟ ସ୍ତରୀୟ ବୈଠକ । ଏହି ବୈଠକ ରେ ସୂର୍ଯ୍ୟ ମନ୍ଦିରର ବୈଶୟିକ ବିଶେଷଜ୍ଞ ଟେକ୍ନିକାଲ ଏକ୍ସପୋର୍ଟ,ସି.ବି.ଆର.ଆଇ ର ବିଶେଷଜ୍ଞ,କେନ୍ଦ୍ରର ଏ.ଏସ.ଆଇ ର ଉଚ୍ଚ ପଦାଧିକାରୀ,ରାଜ୍ୟର ସଂସ୍କୃତି ମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ଉଚ୍ଚ ସ୍ତରୀୟ କତୃପକ୍ଷ ମାନେ ଯୋଗଦେଇ ମନ୍ଦିର ସୁରକ୍ଷା ଓ ଏହାର ସରଂକ୍ଷଣ ବିଷୟରେ ବିଶେଷଜ୍ଞ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଏଠାରେ ସୂଚନାଥାଉକି ୨୦୧୦ ଓ ୨୦୧୨ ମସିହାରେ ଏକ୍ସପୋର୍ଟ ବିଶେଷଜ୍ଞ ମାନଙ୍କୁ ନେଇ କୋଣାର୍କ ଠାରେ ମଧ୍ୟ ଏକ ବୈଠକ ପୂର୍ବରୁ କରାଯାଇଥିଲା ।ସେତେବେଳେ ନିଆଯାଇଥିବା ନିଷ୍ପତି ଅନୁସାରେ ମନ୍ଦିରର ଜଗମୋହନ ର ପରୀକ୍ଷା,ଗର୍ତଗୃହ ର ଏନଡୋସ୍କୋପିଙ୍ଗ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହା ପରେ ସି.ବି.ଆର.ଆଇ ପକ୍ଷରୁ ଜଗମୋହନ ର ବାହାର ପାଶ୍ୱର୍ ସ୍କାନିଂ କରାଯାଇ ମନ୍ଦିର ରେ ଥିବା ସୂକ୍ଷ୍ମକାରୁକାର୍ଯ୍ୟ ଅତ୍ୟନ୍ତ ଦୁର୍ବଳ ଅବସ୍ଥାର ଅଛି ବୋଲି ଜଣାପଡିଥିଲା ।ସେଥିପାଇଁ ସମ୍ବେଦନଶୀଳ ଅଂଚଳରେ କଳଙ୍କୀବିହିନ ପାଇପଭାରା ଲଗାଇବା ସହ କେମିକାଲ ପ୍ରଲେପ ଦେବାକୁ ନିଷ୍ପତି ହୋଇଥିଲା । ୧୫ ବର୍ଷ ପରେ ସି.ବି.ଆର.ଆଇ ର ଏକ ବିଶେଷଜ୍ଞ ଦଳ କୋଣାର୍କ ଗ୍ରସ୍ଥ କରି ବାଲିକୁ ନେଇ ପରୀକ୍ଷା କରି ଜାଣିଲେ ଯେ ୧୯୦୩ ମସିହା ବି୍ରଟିଶ ଶାସନ କାଳରୁ ମନ୍ଦିରର ସୁରକ୍ଷା ପାଇଁ ଜଗମୋହନ ଭିତରେ ଯେଉଁ ହାଲକା ବାଲି ଭର୍ତି କରାଯାଇଥିଲା ତାହା ଜଗମୋହନରୁ ୧୭ ଫୁଟ ଦବିଛି ।
ଏବଂ ଏହି ଦବିବା ସ୍ଥାନରେ ହାଲକା ବାଲି ଭର୍ତି କରାଯିବା ବୋଲି ସେମାନେ ରିପୋର୍ଟରେ ଦର୍ଶାଇଥିଲେ । ପରେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକ୍ୟୁସ କ୍ୟୁରି ଏନ.କେ ମହାନ୍ତି ଗତ ସେପ୍ଟେମ୍ବର ମାସରେ କୋଣାର୍କ ଗ୍ରସ୍ଥକରି ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ସହ ସି.ବି.ଆର.ଆଇ ଙ୍କ ରିପୋର୍ଟ କୁ ଭିର୍ତି କରି ଜଗମୋହନରେ ହାଲକା ବାଲି ଭର୍ତି କରିବାକୁ ପ୍ରକାଶ କରିବା ସହ ମନ୍ଦିର ପିଢାକୁ ଲାଗି ଅସ୍ଥାୟୀ ଭାବେ ଷ୍ଟିଲ ବିମ ଓ ପରେ ଏହାର ସୁରକ୍ଷା ପାଇଁ ସ୍ଥାୟୀ ବିମ ମନ୍ଦିର ପିଢାକୁ ସଂଯୋଗ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।ଯାହା ଦ୍ୱାରା ମନ୍ଦିରର କିଛି କ୍ଷତି ହୋଇପାରିବ ନାହିଁ । ତେଣୁ ଗତ ଜାନୁଆରୀ ମାସରୁ ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ରେ ଲାଗିଥିବା ଲୁହା ପାଇପ ଗୁଡିକୁ ମୁକ୍ତ କରିବା ସହ ଏହି ସ୍ଥାନ ରେ ମନ୍ଦିରକୁ ସୁରକ୍ଷା ଦେବାପାଇଁ କଳଙ୍କି ବିହୀନ ବିମ ଓ ସ୍ଥାୟୀ ପିଢା ମନ୍ଦିରକୁ ସଲଗ୍ନ କରି ଲଗାଇବା ପାଇଁ ନିଷ୍ପତି ହୋଇଛି ।ଯାହା ଆଜିର ଏହି ବୈଠକରେ ବିଶେଷ ଭାବରେ ବିଶେଷଜ୍ଞ ମାନଙ୍କ ସହ ଆଲୋଚନା କରାଯିବ ବୋଲି ଜଣାପଡିଛି