କୋଣାର୍କ: ମା ଦୁର୍ଗତିନାସୀନ ଦୁର୍ଗାଙ୍କଶାରଦୀୟ ଦୁର୍ଗାପୂଜା ଆଉ ଅଳ୍ପ ଦିନ କୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ରେ ଚାଲିଥିଲା ବେଳେ ।ଆଜି କୋଣାର୍କ ନରସିହଂଦେବ ଦୁର୍ଗାପୂଜା କମିଟି ପକ୍ଷରୁ ମା ଦୁର୍ଗା ଙ୍କ ମୂର୍ଣ୍ଣୟ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ ଓ ପାଣିତୋଳା କାର୍ଯ୍ୟ ବିଧି ଅନୁଯାୟୀ ରୀତିନୀତି ଅନୁଯାୟୀ ଅପର୍ହାନ ରେ ସମାପନ କରଯାଇଅଛି ।ନରସିଂହ ଦେବ ଦୁର୍ଗା ପୂଜା କମିଟି ର ସଭାପତି ସୁବାଷ ଚନ୍ଦ୍ର ବେଉରା ଓ ବରିଷ୍ଠ ଉପଦେଷ୍ଟା ତଥା କର୍ତ୍ତା ବୀରବର ସ୍ୱାଇଁ,ଉପଦେଷ୍ଟା ରଶ୍ମିରଞ୍ଜନ ବିଶ୍ୱାଳ, ସମ୍ପାଦକ ସୁବୋଧ କୁମାର ଖଟୁଆ, କୋଷଧକ୍ଷ ନଟବର ମହାରଣା ଙ୍କ ତତ୍ୱାବଧାନ ରେ ଚିତ୍ରସେନ ପାତ୍ର, ପ୍ରମୋଦ ଛୋଟରାୟ,,ମହେଶ୍ୱର ଦଳାଇ,ସାଇପ୍ରେମ ବିଶ୍ୱାଳ,ତ୍ରିନାଥ ମଲ୍ଲିକ,ଲିଙ୍ଗରାଜ ସେଠି,ଜିତେନ୍ଦ୍ର ବାରିକ,ଯୁଧିଷ୍ଠିର ନାୟକ, ପ୍ରମୁଖ କୋଣାର୍କ ର ଅଧିଷ୍ଠାତ୍ରୀ ମା ଭଗବତୀ ପୀଠ ଅଭିମୁଖେ ଘଣ୍ଟ,ଘଣ୍ଟା,କାହାଳୀ, ମୂର୍ଦ୍ଙ୍ଗଙ୍ଗ ବଜାଇ ଶୋଭାଯାତ୍ରାରେ ବାହାରି ମା ଭଗବତୀ ଙ୍କ ମନ୍ଦିରରେ ପହଁଚି ପୂଜାଅର୍ଚନା କରି ଆଜ୍ଞା ମାଳ ନେଇ ମାଟି ଅନୁକୂଳ ଅନୁକୂଳ ପାଇଁ ସେଠାରୁ ଚନ୍ଦ୍ରଭାଗ ତୀର୍ଥ ପୁଷ୍କରଣୀ ଅଭିମୁଖେ ଯାତ୍ରା କରି ତୀର୍ଥ ରୁ ମାଟି ଆଣି ମା ଦୁର୍ଗାଙ୍କ ମୂର୍ଣ୍ଣୟୀ ମୂର୍ତି ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ଚଳିତ ବର୍ଷ ନରସିଂହ ଦେବ ପୂଜା କମିଟି ପକ୍ଷରୁ ମହାଆଡମ୍ବରରେ ପୂଜାର୍ଚ୍ଚନା ସହିତ ସାଜସଜ୍ଜା ଉଚକୋଟିର ଭାବେ ବାହାର କାରୀଗର ଙ୍କ ମାଧ୍ୟମରେ ସୁସଜିତ କରାଯିବ ବୋଲି ସଭାପତି ସୂଚନା ଦେଇଛନ୍ତି ।