Odisha news

ବିଗୁଡୁଛି ପରିବେଶ ସନ୍ତୁଳନ : ଚନ୍ଦ୍ରଭାଗାରେ ମରିପଡିଲେ ଶହ ଶହ ବିରଳ ଜେଲିଫିସ , ଚିନ୍ତାରେ ପରିବେଶବିତ।

0
କୋଣାର୍କ:- ୨୦/୪ ଓଡ଼ିଶାରେ  ସାମୁଦ୍ରିକ  ପରିବେଶ ଉପରେ ଖୁବ କୁ ପ୍ରଭାବ ପଡୁଥିବା  କୁ ନେଇ  ପରିବର୍ତିତ ପରିବେଶ ରେ ଏବେ ଅନେକ ବିରଳ ସାମୁଦ୍ରିକ ଜୀବଜନ୍ତୁ ଙ୍କ ମୁର୍ତ୍ୟୁ ଦେଖିବାକୁ ମିଳୁଛି।   ମଙ୍ଗଳବାର ଅପରାହ୍ନରେ ଇକୋ ରିଟ୍ରିଟ ନିକଟ ବେଳାଭୂମି ରେ ସମୁଦ୍ର ଗର୍ଭରେ ଥିବା ବିରଳ ଜେଲିଫିସ ଶହ ଶହ ସଂଖ୍ୟା ରେ ମରି ପଡିଥିବା ଦେଖିବାକୁ ମିଳିଥିଲା।  ବିରଳ ସାମୁଦ୍ରିକଜୀବ ଜନ୍ତୁ ଙ୍କ ବଂଶ ବୃଦ୍ଧି ଓ ଏହାର ସୁରକ୍ଷା କୁ ନେଇ କୋଟି କୋଟି ଟଙ୍କା ଖାଲି କାଗଜ କଲମରେ ରାଜ୍ୟ ସରକାର ପ୍ରତିବର୍ଷ ଖର୍ଚ କରୁଥିଲା ବେଳେ କୋଣାର୍କ ଚନ୍ଦ୍ରଭାଗା ବେଳମାର୍ଗରେ ଏହି ବିରଳ ସାମୁଦ୍ରିକ ଜୀବଜନ୍ତୁ ଙ୍କ କ୍ଷେତ୍ର ରେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି   ।  ପର୍ଯ୍ୟଟକ ଙ୍କ ମାନବୀୟ କାର୍ଯ୍ୟ  ତଥା ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଚିତ୍ତ ବିନୋଦନ ପାଇଁ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଉଚ ଶକ୍ତିସମ୍ପର୍ଣ୍ଣ ଇଞ୍ଜିନି ବୋଟ ଯୋଗୁଁ ଏହି ବିରଳ ଜେଲିଫିସ ସମେତ ଅନେକ ବିରଳ ଅଲିଭିରିଡେଲ କଇଁଛ  ମୃତ୍ୟ ବରଣ କରୁଥିବା ଅଭିଯୋଗ କରିଛନ୍ତି ପୁରୀ ର ଯୁବ ପରିବେଶବିତି ସରୋଜ କୁମାର ଜେନା ।  ପୂର୍ବରୁ ଅନେକ ଥର ଏଭଳି ଅଘଟଣ ଘଟିଥିଲା ବେଳେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ବିଶେଷ ଭାବେ” ସର୍ବସାଧାରଣ ଖବରକାଗଜ ”  ବିସ୍ତ୍ରୁତ  ଭାବେ ପ୍ରକାଶ ହୋଇଥିଲା ବେଳେ ଏବେ ପୁଣି ଥରେ ଉକ୍ତ ଘଟଣାର ପୁନରାବୃତ୍ତି ହୋଇଥିବା ଦେଖିବାକୁ ମିଳିଛି।ପୁଣି ଶହ ଶହ ସଂଖ୍ୟା ରେ  ସାମୁଦ୍ରିକ ଜେଲିଫିସ ଙ୍କ ମୃତ୍ୟୁ ରେ ଏବେ ପରିବେଶବିତ ମାନେ ଗଭୀର ଚିନ୍ତା ପ୍ରକଟ କରିଥିବା ବେଳେ ସରକାର ଏହା ଉପରେ ଦୃଷ୍ଟି ଆକର୍ଷଣ କରି ଦୃଢ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି
Leave A Reply