କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫଟୋ ଗ୍ରାଫି କୁ ନେଇ ଉପୁଜିଛି ବିବାଦ, ଫଟୋ ଗ୍ରାଫିକୁ ନେଇ ଏବେ ହରଡ଼ଘଣାରେ ଏ ଏସ ଆଇ
ଗୋଟିଏ ପଟେ ୧୦ଜଣ ଲାଇସେନ୍ସ ପ୍ରାପ୍ତ ଫଟୋ ଗ୍ରାଫର ଓ ଅନ୍ୟ ପଟେ ୫୦୦ ଜଣ ଅଣ ଲାଇସେନ୍ସ ପ୍ରାପ୍ତ ଫଟୋ ଗ୍ରାଫର
କୋଣାର୍କ-୨୦/୪ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ଫଟୋ ଗ୍ରାଫି କୁ ନେଇ ଏବେ ଦେଖିବାକୁ ମିଳିଛି ବଡ଼ ବିବାଦ, ଆଉ ବିବାଦ ରେ ଛନ୍ଦି ହୋଇ ଯାଇଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ I ସରକାରୀ ନିୟମ ରୁଲ ୮ ଡି ନିୟମ ଅନୁଯାୟୀ ମନୁମେଣ୍ଟ ମଧ୍ୟରେ କେବଳ ସରକାରୀ ସ୍ୱୀକୃତି ପ୍ରାପ୍ତ ଫଟୋ ଗ୍ରାଫର ହିଁ ଫଟୋ ଉଠାଇପାରିବେ, ତେଣୁ ସୂର୍ଯ୍ୟ ମନ୍ଦିର ରେ ଫଟୋ ଉଠାଇବା ପାଇଁ ୧୦ ଜଣ ଫଟୋ ଗ୍ରାଫର ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ଚିହ୍ନଟ ହୋଇଥିଲା ବେଳେ ବାର୍ଷିକ ୨୫ ହଜାର ଟଙ୍କା ଲାଇସେନ୍ସ ଫି ବାବଦ କୁ ପ୍ରଦାନ କରୁଛନ୍ତି,ମାତ୍ର ସୂର୍ଯ୍ୟ ମନ୍ଦିର ମଧ୍ୟରେ ପ୍ରାୟ ୫୦୦ ଅଣ ସ୍ୱୀକୃତି ପ୍ରାପ୍ତ ଫଟୋ ଗ୍ରାଫର ନିଜର ଜୀବନ ଜୀବିକା ପାଇଁ ଦିର୍ଗ ୫୦ ବର୍ଷ ରୁ ଉର୍ଦ୍ଧ ସମୟ ମନ୍ଦିର ଉପରେ ନିର୍ଭର କରୁଥିବା ଯୋଗୁଁ ପ୍ରଯ୍ୟାପ୍ତ ପରିମାଣ ର ଫଟୋ ଗ୍ରାଫର ଏବଂ ଆଶାତୀତ କମ ପର୍ଯ୍ୟଟକ ଙ୍କ ଆଗମନ ପାଇଁ ସ୍ୱୀକୃତି ପ୍ରାପ୍ତ ଫଟୋ ଗ୍ରାଫର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏନେଇ ପୂର୍ବରୁ ସ୍ୱୀକୃତି ପ୍ରାପ୍ତ ଫଟୋ ଗ୍ରାଫର ମାନେ ନ୍ୟାୟ ପାଇବା ପାଇଁ ଉଚ୍ଚ କତ୍ତୃପକ୍ଷ ଙ୍କ ଦ୍ୱାରସ୍ଥ ହେବା ପରେ କୌଣସି ସୁଫଳ ନପାଇବା ଯୋଗୁଁ ରାଜ୍ୟ ପର୍ଯ୍ୟଟନ ବିଭାଗ କୁ ସୂଚନା ଅଧିକାର ଆଇନ ବଳରେ ମଗାଇଥିବା ରିପୋର୍ଟ ରୁ ଜାଣିବାକୁ ପାଇଲେ ଯେ ” କୋଣାର୍କ ସୂର୍ଯ୍ୟ ମନ୍ଦିର ଏ ଏସ ଆଇ ଅଧିନ ରେ ଅଛି ତେଣୁ ଏହା ମଧ୍ୟରେ କିଏ ଯିବ କିଏ ନାହିଁ ତାର ଅନୁମତି ଏ ଏସ ଆଇ ର ଅଧିକାରୀ ହିଁ ଦେବ,ତେଣୁ କେଉଁ ଆଧାର ରେ ଫଟୋ ଗ୍ରାଫର ଅଣ ସ୍ୱୀକୃତି ପ୍ରାପ୍ତ ଫଟୋ ଗ୍ରାଫର ଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରିଛନ୍ତି ତାର ଉତ୍ତର କେବଳ ଏ ଏସ ଆଇ ହିଁ ଦେବ, ସେ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ନିକଟରେ କୌଣସି ସୂଚନା ନାହିଁ” ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ସ୍ପଷ୍ଟ ଜଣାଇଛନ୍ତି। ଅନ୍ୟ ପକ୍ଷରେ କୋଣାର୍କ ରେ କୌଣସି ଶିଳ୍ପ ପ୍ରତିଷ୍ଠାନ କିମ୍ବା ବେରୋଜଗାରୀ ବେକାରୀ ସମସ୍ୟା ର ସମାଧାନ ପାଇଁ କିମ୍ବା ନିଯୁକ୍ତି କ୍ଷେତ୍ରରେ କୌଣସି ସୁବିଧା ସୁଯୋଗ ରାଜ୍ୟ ସରକାର କରିନଥିବା ରୁ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳର ଲୋକେ ଜୀବନ ଜୀବିକା ପାଇଁ ସୂର୍ଯ୍ୟ ମନ୍ଦିର ଉପରେ ନିର୍ଭର କରୁଛନ୍ତି।
ଯେଉଁଥି ପାଇଁ ଶିକ୍ଷାଗତ ଯୋଗ୍ୟତା କମ ଥିବା କାରଣ ରୁ ପ୍ରାୟ ୫୦୦ ପରିବାର ନିଜର ପେଟ ପାଟଣା ପାଇଁ ଫଟୋ ଗ୍ରାଫି କୁ ନିଜର ବେଉସା ଭାବେ ବାଛି ନେଇଛନ୍ତି।ସ୍ଥାୟୀ ସ୍ୱୀକୃତି ନପାଇଥିବା ଯୋଗୁଁ ଏବଂ ସ୍ୱୀକୃତି ପ୍ରଦାନ ପାଇଁ ୨୫ ହଜାର ଟଙ୍କା ର ଆର୍ଥିକ ରାଶି ପ୍ରଦାନ ନକରିବାପାରିବା ଯୋଗୁଁ ବିଭିନ୍ନ ସମୟ ରେ ଅନେକ ଅସୁବିଧା ର ସମ୍ମୁଖୀନ ମଧ୍ୟ ହେଉଛନ୍ତି ଯାହାକୁ ନେଇ ଗତ କିଛି ଦିନ ତଳେ ଅଣ ସ୍ୱୀକୃତି ପ୍ରାପ୍ତ ଫଟୋ ଗ୍ରାଫର ଙ୍କ ମଧ୍ୟରୁ ମା ଭଗବତୀ ଫଟୋ ଗ୍ରାଫର ଆସୋସିଏସନ ମାନ୍ୟବର ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହୋଇଥିଲେ।ମାନ୍ୟବର ହାଇକୋର୍ଟ ସାଧାରଣ ଲୋକ ଙ୍କ ଜୀବନ ଜୀବିକା କଥା କୁ ହୃଦୟଙ୍ଗମ କରି ୨୫ ହଜାର ଟଙ୍କା ପରିବର୍ତେ ୫ ହଜାର ଟଙ୍କା ସ୍ୱୀକୃତି ପ୍ରଦାନ ପାଇଁ ASI ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।ତେଣୁ ଅଣ ସ୍ୱୀକୃତି ପ୍ରାପ୍ତ ଫଟୋ ଗ୍ରାଫର ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ କୁ ମାନି ବାର୍ଷିକ ଲାଇସେନ୍ସ ଫି ବାବଦ କୁ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି।
ଏହାକୁ ନେଇ ସ୍ୱୀକୃତି ପ୍ରାପ୍ତ ଫଟୋ ଗ୍ରାଫର ଅସନ୍ତୋଷ ବ୍ୟକ୍ତ କରିବା ସହ ଏ ଏସ ଆଇ ସୁପରିଟେଣ୍ଡଟ ଅରୁଣ ମଲ୍ଲିକ ଙ୍କୁ ପ୍ରଶ୍ନ କରିବା ରେ ସେ ଏହି ସ୍ୱୀକୃତି ଦେଇ ନଥିବା ଏବଂ ଜିଲ୍ଲାପାଳ ସ୍ୱୀକୃତି ଦେଇଥିବା ସେ ସୂଚନା ଦେଇଛନ୍ତି। ଯାହାକୁ ନେଇ ଏବେ ହରଡ଼ଘଣା ରେ ପଡିଛି ଏ ଏସ ଆଇ କର୍ତ୍ତୃପକ୍ଷ । ଏପଟେ ତୁରନ୍ତ ସମସ୍ୟା ର ସମାଧାନ ନହେଲେ ଆଗମୀ ଦିନ ରେ ସୂର୍ଯ୍ୟ ମନ୍ଦିର ଗେଟର ବନ୍ଦ ଧମକ ଦେଇଛନ୍ତି ସ୍ୱୀକୃତି ପ୍ରାପ୍ତ ଫଟୋ ଗ୍ରାଫର, ଅନ୍ୟ ପଟେ ଯଦି ୧୦ ଜଣକ ପାଇଁ ୫୦୦ ପରିବାର କୁ ସମସ୍ୟା ସୃଷ୍ଟି ହୁଏ ତେବେ ରାଜରାସ୍ତା କୁ ଓଲ୍ହାଇବା ର ଧମକ ଦେଇଛନ୍ତି ଅଣ ସ୍ୱୀକୃତି ପ୍ରାପ୍ତ ଫଟୋ ଗ୍ରାଫର।