କୋଣାର୍କ ଏନ ଏ ସି ରେ ବହୁଛି ପୌର ନିର୍ବାଚନ ର ତାତି, ପଞ୍ଚମ ଦିନ ରେ ଦୁଇ ଅଧକ୍ଷା ଓ ୭ ଜଣ କାଉନସିଲର ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ*
କୋଣାର୍କ : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ପୌର ନିର୍ବାଚନ ଲାଗି ସଜବାଜ ଆରମ୍ଭ ହେଲାଣି। ପୌର ନିର୍ବାଚନ କୁ ନେଇ ଆଜି ଥିଲା ନାମାଙ୍କନ ପତ୍ର ଦାଖଲର ପଞ୍ଚମ ଦିନ। କୋଣାର୍କ ଏନଏସି କାର୍ଯ୍ୟାଳୟ ଠାରେ ଆଜି ୭ଜଣ କାଉନସିଲର ପଦବୀ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଥିବାବେଳେ ଜଣେ ବହୁଜନ ସମାଜ ପାର୍ଟି ଓ ସ୍ବାଧୀନ ପ୍ରାର୍ଥୀ ଭାବେ ଜଣେ ଅଧ୍ୟକ୍ଷା ପଦବୀ ନିମନ୍ତେ ନିର୍ବାଚନ ଅଧିକାରୀ ଏସକେ ସାଗିରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋଣାର୍କ ଏନଏସିର ୩ନଂ ଓ୍ବାର୍ଡ ନିମନ୍ତେ ପ୍ରଦୀପ୍ତ କୁମାର ଚାନ୍ଦ (ବାସପା), ୬ନଂ ଓ୍ବାର୍ଡରୁ ଦିଲ୍ଲୀପ କାଣ୍ଡି (ବାସପା), ୧୦ନଂ ଓ୍ବାର୍ଡରୁ ଜୁଲି ଗୋଚ୍ଛାୟତ (ବାସପା), ୧୧ନଂ ଓ୍ବାର୍ଡରୁ ଚାରୁଲତା ଛାଟୋଇ (ବାସପା), ୧୨ନଂ ଓ୍ବାର୍ଡରୁ ଅନିତା ସେଠୀ (ବାସପା) ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ସେହିପରି ବିଜେପିରୁ ଜଣେ ପ୍ରାର୍ଥୀ ପତ୍ର ଦାଖଲ କରିଥିବାବେଳେ ସ୍ବାଧୀନ ଭାବେ ସାମ୍ବାଦିକ ବିଚିତ୍ର ଓଝା ୯ନଂ ଓ୍ବାର୍ଡରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ କବିତା ଓଝା ଅଧ୍ୟକ୍ଷା ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସ୍ବାଧୀନ ଭାବେ ଲିପ୍ସା ବେହେରା ଅଧ୍ୟକ୍ଷା ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିବା କୋଣାର୍କ ଏନଏସି ନିର୍ବାଚନ ଅଧିକାରୀ ଏସକେ ସାଗିର ପ୍ରକାଶ କରିଛନ୍ତି।ତେବେ ପୌର ନିର୍ବାଚନ ର ଆସନ୍ତା କାଲି ଶେଷ ଦିନ ଥିବା ବେଳେ ଏଯାବତ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇନଥିବା ବେଶ ଚର୍ଚ୍ଚାର ବିଷୟ ରହିଛି।ତେବେ ଦଳ ଦଳ ମଧ୍ୟରେ ନିଜ ନିଜ ନେତା କର୍ମୀ ଙ୍କ ମଧ୍ୟରେ ଲାଗି ରହିଥିବା ଅନ୍ତଃ କନ୍ଦଳ ସବୁ ଘଟଣା ର ମୂଳ ବୋଲି ଜଣାପଡ଼ିଛି।ତେବେ ଆସନ୍ତା କାଲି ପ୍ରମୁଖ ୩ ଦଳ ର ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଚର୍ଚ୍ଚା ହେଉଛି।