କୋଣାର୍କ:-୦୧/୦୩ ଚଳିତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କାକଟପୁର ନିର୍ବାଚନ ମଣ୍ଡଳୀ ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କୁ ଲାଗିଛି ଶକ୍ତ ଧକ୍କା। କାକଟପୁର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳର ଗଡ କୁହାଯାଉଥିବା ତିନି ପ୍ରମୁଖ ଓ ଚର୍ଚ୍ଚିତ ପଞ୍ଚାୟତ ବଡତରା, କୁରୁଜଙ୍ଗ ଏବଂ ଶିମିଳି ପଞ୍ଚାୟତ ବିଜୁ ଜନତା ଦଳ ହାତରୁ ଖସି ଯାଇ ପହଁଚିଛି ଜାତୀୟ ରାଜନୈତିକ ଦଳ କଂଗ୍ରେସ ହାତରେ। ଫଳ ରେ ବିଜୁ ଜନତା ଦଳ କୁ ଏହି ତିନି ପଞ୍ଚାୟତ ରେ ଧୂଳି ଚାଟିବାକୁ ପଡିଛି।କୁରୁଜଙ୍ଗ ପଞ୍ଚାୟତ ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀନି ଭାବେ ନୂଆ କରି ପ୍ରାର୍ଥୀ ହୋଇଥିବା କୋଭିଡ ଯୋଦ୍ଧା ରୂପାଲି କାଣ୍ଡି ପ୍ରଥମ ଥର ନିର୍ବାଚନ ମଇଦାନରେ ଓଲ୍ହାଇ ଆସିଥିଲେ ମଧ୍ୟ ଏକ ହଜାର ରୁ ଅଧିକ ଭୋଟ ବ୍ୟବଧାନ ରେ ବିଜେଡି ଗଡ଼ ରେ ପସି ସେଠାରେ ବିଜୁ ଜନତା ଦଳର ସାମ୍ରାଜ୍ୟ ଭାଙ୍ଗିବା ସହ ଭାରି ମାତ୍ରା ରେ ବିଜୟ ହାସଲ କରିଛନ୍ତି।
ଯାହା ବିରୋଧୀ ଙ୍କୁ ତଥା ବିଜୁ ଜନତା ଦଳ କୁ ଶକ୍ତ ଝଟକା ଲାଗିଥିଲା ବେଳେ ସ୍ଥାନୀୟ ବିଧାୟକ ଙ୍କୁ ଦେଇଛି ବଡ଼ ଚକମା।କୁରୁଜଙ୍ଗ ପଂଚାୟତ ର ବିଭିନ୍ନ ୱାର୍ଡ ରୁ କଂଗ୍ରେସ ରୁ ରୂପାଲି ମୋଟ ୨୭୪୪ ଖଣ୍ଡ ଭୋଟ ହାସଲ କରିଥିବା ବେଳେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଭାବେ ଉପମା ମହାରି ମୋଟ ୧୬୫୪ ଖଣ୍ଡ ଭୋଟ ହାସଲ କରିଥିଲେ ସେହିପରି ସ୍ୱାଧୀନ ପ୍ରାର୍ଥୀ ଗୀତାଞ୍ଜଳି ଜେନା ମୋଟ ୧୨୮୦ ଖଣ୍ଡ ଭୋଟ ଦଖଲ କରିଛନ୍ତି।ଯାହାକୁ ନେଇ ଏବେ ରାଜନୀତିଜ୍ଞ ବିଶାରଦ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ,କୁରୁଜଙ୍ଗ ପଞ୍ଚାୟତ ରେ ଚଳିତ ଥର ପଂଚାୟତ ବାସୀ ଅନ୍ୟାୟ, ଅନୀତି ଓ ଭ୍ରଷ୍ଟାଚାର ବିରୋଧ ରେ ଏକ ହୋଇ ସ୍ୱର ଉତ୍ତୋଳନ ପାଇଁ ନିଜର ନିଷ୍ପତ୍ତି ରେ ପରିବର୍ତ୍ତନ କରିଛନ୍ତି ଏବଂ ଭୋଟ କୁ ନୋଟ ରେ ବିକ୍ରି କରିନଦେଇ ବିଜୁ ଜନତା ଦଳ ତଥା କ୍ରୀଡା ମନ୍ତ୍ରୀ ଙ୍କୁ ଚେକ ଦେଇଛନ୍ତି।
ସେହିପରି ଶିମିଳି ପଞ୍ଚାୟତ ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଯୁବ ସମାଜସେବୀ ବିଶ୍ଵଜିତ ସ୍ୱାଇଁ ବିଜୁ ଜନତା ଦଳ କୁ କଡା ଟକ୍କର ଦେଇ ଗଡ଼ ହାତେଇଥିବା ବେଳେ ଅନରୁପ ଭାବେ କଂଗ୍ରେସ ସମର୍ଥିତ ବଡତରା ପଂଚାୟତ ର ସରପଞ୍ଚ ପାର୍ଥିନୀ ଜ୍ୟୋଷ୍ଣାରାଣୀ ମିଶ୍ର ବିଜୟୀ ହେବାା ଯୋଗୁଁ ମନ୍ତ୍ରୀ ତୁଷାରକାନ୍ତି ଙ୍କୁ ପୁନଃ ଝଟକା ଲାଗିଛି। ଶିମିଳି ପଞ୍ଚାୟତ ରେ ମୁକାବିଲା କଡା ଟକ୍କର ହୋଇଥିବା ରାଜନୀତିଜ୍ଞ ବିଶାରଦ ମାନେ ମତ ଦେଇଥିବା ବେଳେ ତିନି ଗୋଟି ବିଜୁ ଜନତା ଦଳର ଗଡ଼ କଂଗ୍ରେସ ହାତକୁ ଚାଲିଯିବା ପରେ ଦଳ ରେ ଏବେ ଭାଳେଣି ପଡିଥିବା ଚା ଖଟି ରେ ଚର୍ଚ୍ଚା ଜୋର ଧରିଛି।ତେବେ ପଂଚାୟତ ନିର୍ବାଚନ ରେ ମନ୍ତ୍ରୀ ଙ୍କ ପାରିବା ପଣିଆ ପଦାକୁ ଆସିବା ପରେ ଏବେ ପୌର ନିର୍ବାଚନ ରେ ବିଶେଷ ଭାବେ କାକଟପୁର ନିର୍ବାଚନ ମଣ୍ଡଳୀ ର ଏକମାତ୍ର ଏନ ଏ ଏସି ଭାବେ କୋୋଣାର୍କ ଏନ ଏ ଏସି ରେ ମନ୍ତ୍ରୀ ଙ୍କ
ପୌର ନିର୍ବାଚନ ରେ ସଠିକ ଗୋଟି ଚାଳନକୁ କୁ ନେଇ
ସ୍କୋର କେତେ ହେବ ତାକୁ ନେଇ ଚର୍ଚ୍ଚା ବଢିବା ରେ ଲାଗିଥିଲା ବେଳେ ଅଧକ୍ଷା ପଦପାର୍ଥି ପାଇଁ ଆଶାୟୀ ପ୍ରାର୍ଥି ଙ୍କୁ ନେଇ ଏବେ କୋଣାର୍କ ନଗର ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେବା ଆରମ୍ଭ କରିଦେଇଥିବା ଦେଖା ଯାଇଛି ।ଅଗାମୀ ଦିନରେ କୋଣାର୍କ ନଗର ବିଜେଡି ର ସ୍ଥିତି କୁ ନେଇ ବିରୋଧୀ ତାଙ୍କର ରଣ ପ୍ରସ୍ତୁତ କରିବା ଲକ୍ଷ୍ୟରେ ରହିଥିବା ବିଶେଷ ସୂତ୍ର ରୁ ଜଣା ପଡ଼ିଛି ।