ଇକୋ ରି-ଟ୍ରିଟ ପରେ ଏବେ ଟ୍ରଲର ହୋଇଛି କଇଁଚଙ୍କ କାଳ : ଚନ୍ଦ୍ରଭାଗା ସମୁଦ୍ର ର ନିସିଦ୍ଧାଞ୍ଚଳ ରେ ବୁଲିଲା ବେଆଇନି ଟ୍ରଲର
ପ୍ରଶାସନ ନିଷ୍କ୍ରିୟ, କଇଁଚ ଙ୍କ ଅଣ୍ଡା ଦାନ ପ୍ରକ୍ରିୟା ରେ ବାଧା ,ଗୋଟିଏ ବି କଇଁଚ ଦେଲେ ନାହିଁ ଅଣ୍ଡା,। ଧକ୍କା ଖାଇ ମଝି ସମୁଦ୍ରରେ ମରି ପଡୁଛନ୍ତି କଇଁଚ ,ଚିନ୍ତାରେ ପରିବେଶବିତ୍ତି
କୋଣାର୍କ:-୨୬/୧ ବିଶ୍ୱ ରେ ବିରଳ ଅଲିଭିରିଡ଼ଲେ କଇଁଚ ର ବଂଶ ବୃଦ୍ଧି ଓ ଏହାର ସୁରକ୍ଷା କୁ ନେଇ ବିଶ୍ୱର ସମସ୍ତ ଦେଶ ଅଣ୍ଟା ଭିଡି ବିଭିନ୍ନ ନୀତିନିୟମ ସହିତ କଟକଣା ମାନ ଲାଗୁକରି କାର୍ଯ୍ୟ କରିଥାନ୍ତି ।ଏହି ବିରଳ ଜନ୍ତୁ ଙ୍କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ଫୋରମ କାର୍ଯ୍ୟ ମଧ୍ୟ କରୁଛନ୍ତି।ଅନରୁପଭାବେ ଆମ ରାଜ୍ୟସରକାର ମଧ୍ୟ ଅନେକ ନୀତି ନିୟମ ସହିତ କଟକଣା ମାନ ଲାଗୁକରି ଏହାର ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ କାର୍ଯ୍ୟ କରିଥାନ୍ତି ।
ଶୀତଋତୁ ଆରମ୍ଭ କୁ ନେଇ ଏବେ ବଙ୍ଗୋପସାଗର ମୁହାଁ ଏହି ବିରଳ ଅଲିଭ ରିଡଲେ କଇଁଛ।ଅଲିଭ ରିଡଲେ କଇଁଛ ଙ୍କ ପାଇଁ ଭୂସ୍ବର୍ଗ କୁହାଯାଉଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ, ଚନ୍ଦ୍ରଭଗା ,ଠାରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ବେଳାଭୂମି ରେ ନିର୍ଭୟ ରେ ଚରାବୁଲା କରି ଅଣ୍ଡା ଦାନ ପକ୍ରିୟା ଆରମ୍ଭ କରିଥାନ୍ତି। ଏହି ଅଲିଭ ରିଡ଼ଲେ କଇଁଛଙ୍କ ପ୍ରଜ୍ଵନନ ସମୟ ନଭେମ୍ବର ରୁ ମାର୍ଚ ମାସ ମଧ୍ୟ ରେ ଏହି ପ୍ରଜାତି ର ବିରଳ କଇଁଛ ନିଜକୁ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ସୁରକ୍ଷିତ ମଣୁଥିବା ବେଳେ ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ଠାରୁ କୁଶଭଦ୍ରା କୂଳ ସେମାନଙ୍କୁ ସବୁବେଳେ ଆକର୍ଷଣ କରିଥାଏ।ଯେଉଁଥି ପାଇଁ ଏହି ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପକ୍ରିୟା ପାଇଁ ସରକାର ରାଜକୋଷ ରୁ କୋଟି କୋଟି ଟଙ୍କା ର ଅର୍ଥ ଖର୍ଚ୍ଚ କରିଥାନ୍ତି।
ଯେପରି ଏହି ପ୍ରଜାତିର କଇଁଛ ଙ୍କ ସମୁଦ୍ର ଗର୍ଭରେ ଏବଂ ବେଳାମାର୍ଗ ରେ କୌଣସି ଅସୁବିଧା ନହୁଏ ସେନେଇ ବନ ବିଭାଗ,ମସ୍ୟ ବିଭାଗ ସହ ମେରାଇନ ପୋଲିସ କୁ ମଧ୍ୟ ସଜାଗ ରଖାଯାଇଥାଏ।ଯେହେତୁ ଶୀତଋତୁ ଅଲିଭ ରିଡଲେ କଇଁଛଙ୍କ ପ୍ରଜ୍ଵନନ ର ଋତୁ ତେଣୁ ଏହି ସମୟ ରେ ସେମାନେ ସମୁଦ୍ର ଗର୍ଭରୁ କୂଳ ଆଡ଼କୁ ମୁହାଁଇଥାନ୍ତି ଯେଉଁଥିପାଇଁ ନଭେମ୍ବର ପ୍ରଥମ ସପ୍ତାହ ର ୧ ତାରିଖ ରୁ ମେ ମାସ ଦୀର୍ଘ ୭ ମାସ ପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ ଟ୍ରଲର ଓ ମେସିନି ଡଙ୍ଗା ଚଳ ପ୍ରଚଳ କୁ ସମ୍ପୂର୍ଣ ଭାବେ ନିଷିଦ୍ଧ ଘୋଷଣା କରାଇବା ସହ ଜୀବିକା ହରାଉଥିବା ମତ୍ସ୍ୟଜୀବୀ ଙ୍କୁ ମାସିକ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି। ଯଦି କୌଣସି ଟ୍ରଲର ଓ ମେସିନି ଦଙ୍ଗା ର ମାଲିକ ସରକାରୀ ନିୟମ ଉଲଂଘନ କରି ଏହି ମାସ ମଧ୍ୟରେ ସମୁଦ୍ର ଗର୍ଭରେ ସମୁଦ୍ର କୂଳରୁ ସମୁଦ୍ର ମଧ୍ୟକୁ ୫ କିଲୋମିଟର ପରିଧି ମଧ୍ୟରେ ଟ୍ରଲର ଚାଲାଣ କରନ୍ତି ତେବେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ କଡା ନିୟମ ରହିଛି।ମାତ୍ର ଗୋଟିଏ ପଟେ ସରକାରୀ ନିର୍ଦ୍ଦେଶ ନାମା ମୁତାବକ ଟ୍ରଲର ଚଳାଚଳ ଉପରେ ନିସିଦ୍ଧାଞ୍ଚଳ ରେ କଟକଣା ଲାଗୁ ହୋଇଥିବା ବେଳେ ଅନ୍ୟପଟେ ଚନ୍ଦ୍ରଭାଗା ସମୁଦ୍ର ଗର୍ଭରେ କୂଳ ଠାରୁ ମାତ୍ର ୧ କିମି ଭିତରେ ଅନେକ ସଂଖ୍ୟା ରେ ଟ୍ରଲର ଦିନଦ୍ଵିହିପହର ଜାତୀୟ ରାଜପଥ ରାସ୍ତା ଉପରେ ସମସ୍ତଙ୍କୁ ଦେଖାଯାଉଥିବା ଭଳି ସମୁଦ୍ର ରେ ଚଳାଚଳକରି ମାଛ ମାରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଜାଣି ନଜାଣିଲା ପରି କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ନିଷ୍କ୍ରିୟ ହୋଇ ରହିବାକୁ ନେଇ ପରୋକ୍ଷ ରେ ଏହି ବିରଳ ଅଲିଭିରିଡ଼ଲେ କଇଁଚ ଙ୍କ ବଂଶ ଲୋପ କରିବାରେ ସହାୟକ ହେଉଥିବାକୁ ନେଇ ସାଧାରଣ ରେ ଏହି ବିରଳ ଅଲିଭିରିଡ଼ଲେ କଇଁଚ ଙ୍କର ସୁରକ୍ଷା କୁ ନେଇ ପ୍ରଶ୍ନନବାଚି ସୃଷ୍ଟି କରିଛି ।
ଏବେ ଇକୋ ରି ଟ୍ରି ଟ ପରେ ବେଆଇନି ଟ୍ରଲର ସାଜିଛି କାଳ,ଫଳରେ ଏହି ଟ୍ରଲର ଗୁଡିକ ସଂସ୍ପର୍ଶରେ ଆସି ଅନେକ କଇଁଚ ମରିଯିବା ଦେଖ ଦେଇଥାଏ। ଏନେଇ ଗତ ଦିନ ସର୍ବସାଧାରଣ ରେ ରାମଚଣ୍ଡୀ କୁଶଭଦ୍ରା ନଦୀ ମୁହାଣ ମୁହଁ ରେ ୩୨ ଟି ଏହି ବିରଳ କଇଁଚ ମରିପଡିଥିବା ଓ ଏହାକୁ ପୁରୀ ର ଜଣେ ଯୁବ ପରିବେଶବିତ୍ତି କଇଁଚ ଙ୍କ ପାଇଁ ସମୁଦ୍ର କୁଳ ରୁ ଆଳିଆବର୍ଜନ ଓ ପ୍ଲାଷ୍ଟିକ ଗୁଡିକୁ କେତେକ ଯୁବକଙ୍କୁ ଧରି ସଫାକରି ପୁରୀ ରୁ କୋଣାର୍କ ଅଭିମୁଖେ ଆସୁଥିଲା ବେଳେ ଏହି ମଲା କଇଁଚ ଗୁଡିକୁ ଦେଖି ସେ ଏହାକୁ ଉଦ୍ଧାର କରି ଗାତ କରି ପୋତିଥିଲେ ।ଯାହାକୁ ନେଇ ବନ ବିଭାଗ ପାଖରେ କୌଣସି ଖବର ନଥିଲା ।ଯଦି ସରକାର ଙ୍କ ପକ୍ଷରୁ ଏପରି ବିରଳ କଇଁଚ ଙ୍କ ବଂଶ ସୁରକ୍ଷା ଦିଗରେ ବିଭାଗୀୟ ଅଧିକାରୀ ମାନେ ମନମୁଖୀ କାର୍ଯ୍ୟ କରନ୍ତି ତାହାହେଲେ ଖୁବ ଅଳ୍ପଦିନ ପରେ ଏହି ଅଲିଭିରିଡ଼ଲେ କଇଁଚ ଙ୍କୁ ଆଉ କେବେବି ଚନ୍ଦ୍ରଭାଗା ଉପକୂଳରେ ଦେଖିବା ସାତ ସ୍ୱପ୍ନ ହେବ । ପରିବେଶବିତ୍ତି ମାନେ ବିଶେଷ ଭାବେ ପୁରୀ ର ଯୁବ ପରିବେଶବିତ୍ତି ସରୋଜ କୁମାର ଜେନା ଓ ଅସ୍ତରଙ୍ଗ ଅଂଚଳର ଜଣେ ବରିଷ୍ଠ ପରିବେଶବିତ୍ତି ସୌମ୍ୟରଂଜନ ବିଶ୍ୱାଳ ଯେକି ସାମୁଦ୍ରିକ କଇଁଚ ଙ୍କ ସୁରକ୍ଷା କୁ ନେଇ ଦୀର୍ଘ ଦିନହେବ ତାଙ୍କରସଂଗ୍ରାମ ଜାରିରଖିଛିନ୍ତି ଏହି ବିରଳ କଇଁଚ ଙ୍କ ସୁରକ୍ଷା କୁ ନେଇ ଘୋର ଚିନ୍ତା ପ୍ରକଟ କରିବା ସହିତ ତୁରନ୍ତ ଏ ଦିଗରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ନିସିଦ୍ଧାଞ୍ଚଳ ରେ ବେଆଇନିଭାବେ ଚଳାଚଳ କରୁଥିବା ଟ୍ରଲର ଓ ମେସିନି ଡଙ୍ଗା ଗୁଡିକୁ ଜବତ କରାଯିବାକୁ ଦାବି କରିଛନ୍ତି ।