Odisha news

ବିବାଦୀୟ ଜମିକୁ ଛାଡି ସରକାରୀ ଜମିରେ ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ଥଇଥାନ ପାଇଁ କାର୍ଯ୍ୟ ଆରମ୍ଭ : ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ବନବିଭଗ କାଟିଲେ ୧୨୪ ଟି ଗଛ

କୋଣାର୍କ ୬/୬  : ବିଶ୍ୱ ପର୍ଯ୍ୟଟନ ମାନଚିତ୍ର ରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଅର୍କକ୍ଷେତ୍ର କୋଣାର୍କ ର ପାରିପାର୍ଶ୍ବିକ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ପରଠାରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ  ପକ୍ରିୟା ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ପୁରୀ ଜିଲ୍ଲାପାଳ  ଙ୍କ  ନିର୍ଦ୍ଧେଶ ରେ  ପ୍ରଥମ ପର୍ଯ୍ୟାୟରେ  ଓଡ଼ିଶା ବ୍ରିଜ କନଷ୍ଟ୍ରଷନ  କମ୍ପାନୀ  ଦ୍ବାରା ଗତ କିଛିମାସ ତଳେ  ମଙ୍ଗଳା ମନ୍ଦିର ସନ୍ନିକଟ ଥିବା ୧.ଏକର ୨୮ ଡେସିମିଲି ଜମିକୁ ଚିହ୍ନଟ କରାଯାଇ ସଫେଇ କରାଯାଇଥିଲା କିନ୍ତୁ ଉକ୍ତ କାର୍ଯ୍ୟ ଚାଲୁ ଥିବା ସମୟରେ ସେହି ଜମିକୁ ନିଜର ମାଲିକାନା ଦର୍ଶାଇ  ସ୍ଥାନୀୟ ବାଣପଦା ଗ୍ରାମର କିଛି ବ୍ୟକ୍ତି ଜମିର କାଗଜପତ୍ର ଦେଖାଇ  ଓବିସିସି କରୁଥିବା ସଫେଇ କାର୍ଯ୍ୟ କୁ ବନ୍ଦ କରି  ହାଇକୋର୍ଟ ର ଦ୍ବାରସ୍ତ  ହୋଇଥିଲେ । ଏବଂ  ମାନ୍ୟବରକୋର୍ଟ  ତାହାକୁ ବିଚାରକୁ ନେଇ ଉକ୍ତ ବିବାଦୀୟ ଜମି ଉପରେ ରହିତାଦେଶ ଦେଇଥିଲେ ।ଫଳରେ ସେହି ଦିନ ଠାରୁ  କାର୍ଯ୍ୟ ବନ୍ଦ ରହି ଥିଲା,  କିନ୍ତୁ  ପରବର୍ତ୍ତୀ    ସମୟ ରେ   ବିିବାଦୀୟ ଜମିକୁ ଛାଡି ସେହି ଜମିର ପାର୍ଶ୍ୱ ରେଥିବା  ଅବଶିଷ୍ଟ ୩ ଏକର .୫୨ ଡିସିମିଲ ସଂପୂର୍ଣ୍ଣ ସରକାରୀ ଖାତା ଅନାବାଦୀ କିସମ ଜମି ଉପରେ ହସ୍ତଶିଳ୍ପ  ବ୍ୟବସାୟୀ ମାନଙ୍କୁ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ  ପୁନର୍ବାର ଯୋଜନା କରାଯାଇଥିଲା । ଉକ୍ତ ଜମି ର ସ୍ଥିତି  ପ୍ରଶାସନ ପକ୍ଷରୁ  କିଛି ଦିନ ପୂର୍ବରୁ ଅନୁଧ୍ୟାନ ସାରିଥିଲାବେଳେ ରବିବାର ପୂର୍ବାହ୍ନ ରେ  ଏହି ଜମି ଉପରେ ରହିଥିବା କାଜୁ ,ଝାଉଁ, ମୋଟ  ଚିହ୍ନଟ ହୋଇଥିବା୧୨୪  ଗୋଟି ଗଛ କାଟିବା ପାଇଁ  ଗୋପ ଅତିରିକ୍ତ ତହସିଲଦାର ଶ୍ରୀ ଶରତ କୁମାର ପରିଡା,, ଓ  କୋଣାର୍କ ଥାନା ଅଧିକାରୀ ଶ୍ରୀବରଞ୍ଜନ କୁମାର ମଲ୍ଲିକ କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀଅଧିକାରୀ ଶ୍ରୀ ଏମ.ଶ୍ରୀନିବାସନ  ଙ୍କ ଉପସ୍ଥିତିରେ  କୋଣାର୍କ ବନନିଗମ କର୍ମଚାରୀ ଓ କୋଣାର୍କ ଏନଏସି ର କର୍ମଚାରୀ ମିଳିତ ଭାବରେ ଉକ୍ତ ଜମି ଉପରେ ଉପସ୍ଥିତ ରହି ଗଛ ଗୁଡିକୁ ମେସିନି ଲଗାଇ କଟାଯାଇଥିଲା ।  ସଫେଇ କାର୍ଯ୍ୟ ଉକ୍ତ ନିର୍ଦ୍ଧାରିତ ଜାଗା ଉପରେ ସରିଲାପରେ  ଓବିସିସି  ପକ୍ଷରୁ ନିଯୁକ୍ତ ଠିକାଦାର ଦ୍ୱାରା କାର୍ଯ୍ୟ ଖୁବଶୀଘ୍ର  ଆରମ୍ଭ କରିବା ପାଇଁ ପଦେକ୍ଷେପ  ନିଆଯାଉଛି ବୋଲି ସୂଚନା ମିଳିଛି ।ଏଠାରେ ସୂଚନା ଥାଉକି ଏହି ଜାଗା ଉପରେ କୋଣାର୍କ ମନ୍ଦିର ଉଭୟ ପାର୍ଶ୍ୱରେ ବସିଥିବା ପ୍ରାୟ ୨୦୦ ରୁ ଉର୍ଦ୍ଧ  ହସ୍ତ ଶିଳ୍ପ  ବ୍ୟବସାୟୀ ଙ୍କୁ ୧୮ ମାସ ପର୍ଯ୍ୟନ୍ତ  ଉକ୍ତ ଜାଗା ରେ  ଅସ୍ଥାୟୀ ଭାବରେ ଥଇଥାନ କରାଯିବ , ପରେ ସ୍ଥାୟୀ ଭେଣ୍ଡିଜୋଂନ   ଡାକ୍ତରଖାନା ପଛପାଖ ଶାମୁକା ପୋଖରୀ ପାଖରେ ଥିବା ୭ଏକର  ଚିହ୍ନଟ  ଜମିରେ ନିର୍ମାଣ କରାଯାଇ ସମସ୍ତ ଦୋକାନୀ ମାନଙ୍କୁ  ସ୍ଥାୟୀ ଥଇଥାନ କରାଯିବା ପାଇଁ ବ୍ଲୁପ୍ରିଣ୍ଟି  ପ୍ରଶାସନ ପକ୍ଷରୁ   ପ୍ରସ୍ତୁତ  ହୋଇ ସାରିଛି । ରାଜପଥ ବିଭାଗ ପକ୍ଷରୁ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ ପ୍ରସ୍ତାବିତ ୬ ଲାଇନ ରିଂ ରୋଡ଼ ର  ପ୍ରକିୟା ପ୍ରଥମେ ଆରମ୍ଭ ହେବା ପାଇଁ ଠିକାଦାର ଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟାଦେଶ ଦିଆଯାଇ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି ।

Ad2

Comments are closed.