କେନ୍ଦୁଝର : କେନ୍ଦୁଝର କୋଭିଡ ହସ୍ପିଟାଲରେ ପ୍ରାଣ ହରାଇଥିବା ରୋଗୀଙ୍କ ପକ୍ଷରୁ ଜିନିଷ ପତ୍ର ଲୁଟ ଅଭିଯୋଗ ହେବା ପରେ ଦାୟିତ୍ଵରେ ଥିବା ଉତ୍କଳ ହସ୍ପିଟାଲ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଥିଲେ ଏହି ଘଟଣା କୁ ଗୁରୁତ୍ୱ ଦେଇ କେନ୍ଦୁଝର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରକାଶ ଜେମ୍ସସ କପୋତ ଏଘଟଣା ର ପର୍ଦ୍ଧାଫାଶ ପାଇଁ ତନାଘନା କରିବା ସହିତ ଟାଉନ ଥାନାକୁ ନିର୍ଦ୍ଦେଶ ଦେବାପରେ ଟାଉନ ଥାନା ପୋଲିସ ତଦନ୍ତ ଚଳାଇ ଜଣେ ହସ୍ପିଟାଲ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୂଚନା ଯୋଗ୍ୟ କେନ୍ଦୁଝର ସଦର ବ୍ଲକ ପର୍ଜନପୁର ପଞ୍ଚାୟତର କୃଷ୍ଣ ଚନ୍ଦ୍ର ମାଝୀଙ୍କ ର ଗତ୧୮ ତାରିଖ ରେ ରାଙ୍କିସ୍ଥିତ କୋଭିଡି ହସ୍ପିଟାଲରେ ମୃତ୍ୟୁ ଘଟିଥିଲା କୃଷ୍ଣ ହସ୍ପିଟାଲ ରେ ଭତ୍ତୀ ହେବା ସମୟରେ ପାଖରେ ଏକ ମୋବାଇଲ ରଖିବା ସହ ସୁନାଚେନ୍ ପିନ୍ଧି ଥିଲେ ଓ ସାଙ୍ଗରେ ୧୦ହଜାର ଟଙ୍କା ମଧ୍ୟ ନେଇ ଥିଲେ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ତାଙ୍କ ଶବକୁ ଧାଙ୍ଗରପଡା ଶ୍ମଶାନ ଦାସ କରାଯାଇଥିଲା ମାତ୍ର ତାଙ୍କ ଜିନିଷ ପତ୍ର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇନଥିଲା ତାଙ୍କ ସୁଧି କର୍ମ ପରେ ପରିବାର ଲୋକେ ବହୁ ବାର କୋଭିଡ ହସ୍ପିଟାଲ କୁ ଯାଇ ଜିନିଷ ପତ୍ର ମାଗିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ ଶେଷରେ ଗତ୧ ତାରିଖରେ ସ୍ବର୍ଗତ ମାଝିଙ୍କ ପୁତୁରା ଲକ୍ଷ୍ମୀଧର ମାଝୀ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ଅଭିଯୋଗ କୁ ଭିତ୍ତିକରି କେନ୍ଦୁଝର ଏସଡିପିଓ ନିର୍ଦେଶକ କ୍ରମେ ପୋଲିସ ତଦନ୍ତ ଚଳାଇ ଥିଲେ ସପ୍ତୃକ୍ତ ଲୁଟେରା ଙ୍କୁ ଧରିବା ପାଇଁ ଟାଉନ ଥାନା ଅଧିକାରୀଣୀ ପ୍ରମୋଦୀନି ସାହୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଥିଲେ ପ୍ରାଥମିକ ତଦନ୍ତରୁ ପୋଲିସକୁ କିଛି ସୁରାକ ମିଳିଥିଲା କୋଭିଡି ହସ୍ପିଟାଲର ର ହାଉସ୍କିପିଂ ବୋଏ ରାହୁଲ ପ୍ରଧାନ (୨୧) ଅନ୍ୟ ଜଣେ କର୍ମଚାରୀଙ୍କ ସହ ମିଶି ମୃତକଙ୍କ ବେକ ରୁ ସୁନା ଚେନ୍ ଓ ମୋବାଇଲ ଫୋନ ଲୁଟ କରିଥିଲେ। ଏହି ଘଟଣା ରେ ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱର ର ରାହୁଲ ଙ୍କ ସମେତ ତାଙ୍କ ଠାରୁ ସାମଗ୍ରୀ କିଣିବାକୁ ଜଗନ୍ନାଥ ବାରିକ (୨୯) ଏବଂ ଜିମିନ୍ଦ୍ର ଦିଗଲଙ୍କ କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛନ୍ତି। ଅନ୍ୟ ମୃତକଙ୍କ ଠାରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଉଦ୍ଧାର ପାଇଁ ପୋଲିସ ତନାଘନା ଚଳାଇଛନ୍ତି। ଏ ନେଇ ଟାଉନ ଥାନାରେ କେସ ନମ୍ବର ୨୦୯/୨୦୨୧ ଦଫା ୩୮୦, ୪୧୧, ୩୪ ଆଇପିସି ରେ ମାମଲା ରୁଜୁ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣା ର ସତ୍ୟାସତ୍ୟ ପରଦାଫାସ ହୋଇଥିବା ରୁ ଏସ ଡିପିଓ ଶ୍ରୀ ଟପୋ ଓ ଟାଉନ ଥାନା ଅଧିକାରୀଣୀ ଶ୍ରୀମତି ସାହୁ ଙ୍କ ପ୍ରତି ସନ୍ତୋଷ ପ୍ରକାଶ କରିଛନ୍ତି।

Comments are closed.