କୋଣାର୍କ : କାଜୁ ବିକ୍ରି କୁ ନେଇ କୋଣାର୍କରେ ଦିନକୁ ଦିନ ପର୍ଯ୍ୟଟକ ମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଇଆସୁଥିଲା । ପର୍ଯ୍ୟଟକ ମାନେ କାଜୁ କିଣାବିକା କୁ ନେଇ ସବୁଠାରୁ ଅଧିକ ଠକାମିର ଶିକାର ହେଉଥିଲେ ।କୋଣାର୍କରେ କେତେକ ଅସାଧୁ ବ୍ୟବସାୟୀଙ୍କ ଲାଭଖୋର ମନବୃତ୍ତି ପାଇଁ ପର୍ଯ୍ୟଟକ ମାନେ ଶୋଷଣର ଶିକାର ହେଉଛନ୍ତି ।
ଯାହା ଗତ ୧୭ ତାରିଖ ଦିନ କୋଣାର୍କ ବୁଲିବାକୁ ଆସିଥିବା ମହାରାଷ୍ଟ୍ର ର ମହିଳା ପର୍ଯ୍ୟଟକ ଜୈନିକ କାଜୁ ବ୍ୟବସାୟୀ ଙ୍କ ଠାରୁ ପ୍ରାୟ ୩କେଜି ପ୍ୟାକେଟ କାଜୁ ଉଚ୍ଚା ଦରରେ ଖରିଦ୍ କରିସାଥିରେ ନେଇଥିଲେ ।ପରେ ସେ କାଜୁ ପ୍ୟାକେଟ ଖୋଲିବାରୁ ସେଥିରେ ୮୦ ଭାଗ ପଚା, ଗମରା ଓ ପୋକା କାଜୁ ପ୍ୟାକେଟ ରେ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ । ସେ ସଂଗେ ସଂଗେ ଏବିଷୟରେ ଭିଡିଓ କନଫ୍ରେନ୍ସ କରି କୋଣାର୍କ ଥାନାରେ ଅଭିଯୋଗ କରିଥିଲେ । କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ମହିଳା ଙ୍କ ଅଭିଯୋଗ କୁ ଗୁରୁତ୍ୱ ସହ ନେଇ ମଙ୍ଗଳବାର ଅପରାହ୍ନ ରେ ସମସ୍ତ କାଜୁ ଦୋକାନ ଉପରେ ଅତର୍କିତ ଚଢ଼ାଉ କରିବା ସହ ଜଣେ କାଜୁ ବ୍ୟବସାୟୀ କୁ ଥାନାକୁ ଆଣି ପୂଛ ତାଛ କରିଥିବା ଜଣାପଡ଼ିଛି ।
ଏବଂ ପ୍ୟାକେଟ କାଜୁ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ ଲାଗିଥିବା ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।ବ୍ୟବସାୟୀ ମାନେ ବସ୍ତା ଖୋଲାରେ ଉନ୍ନତ ମାନର କାଜୁ ବିକ୍ରି କରିପାରିବେ ବୋଲି ସେ କଡା ନିର୍ଦ୍ଦେଶ ଦେଇଛନ୍ତି ଯଦି ଏଥିରେ କୌଣସି ବ୍ୟବସାୟୀ ଖିଲାପ କରନ୍ତି କି କାଜୁ କୁ ପ୍ୟାକେଟ କରି ବିକ୍ରି କରୁଥିବା ଦେଖାଯାଏ ତାହାଲେ ସମ୍ପୁକ୍ତ ବ୍ୟବସାୟୀ ଙ୍କ ଉପରେ ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଏଠାରେ ସୂଚନା ଥାଉକି ପ୍ରତି ପ୍ୟାକେଟ କାଜୁ ରେ ପ୍ରାୟ ୭୫ ପ୍ରତିଶତ କାଜୁ ପୋକା, ଗମରା ଓ ପଚା କାଜୁ ଥିବାର ଦେଖାଯାଇଛି ।ଗୋଟିଏ ଏକ କିଲୋର କାଜୁ ପ୍ୟାକେଟରେ ଶହେରୁ ଦୁଇଶହ ଗ୍ରାମ ପର୍ଯ୍ୟନ୍ତ ଦୃଶ୍ୟମାନ ହେବା ଭଳି ଭଲ କାଜୁ ଚାରିପାଖରେ ଦିଆଯାଉଥିବା ସମୟରେ ପ୍ୟାକେଟର ମଝିରେ ପ୍ରାୟ ୮୦ ପ୍ରତିଶତ ପଚା ଓ ପୋକା କାଜୁ ଦିଆଯାଉଥିବାର ଅଭିଯୋଗ ହେଇଆସୁଥିଲା ।କୋଣାର୍କ ପୋଲିସ ର ଏଭଳି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ କୁ ବୁଦ୍ଧିଜୀବୀଙ୍କ ମହଲରେ ପ୍ରସଂଶା କରାଯାଇଛି । ଏବିଷୟରେ ସୂଚନା ପାଇବା ପାଇଁ ଜିଲ୍ଲା ଖାଦ୍ୟ ନିରୀକ୍ଷଣ ଙ୍କୁ ଯୋଗାଯୋଗ କରାଯାଇଥିଲେବି ସେ ଫୋନ ଉଠାଇ ନଥିଲେ ।