କୋଣାର୍କ : କୋଣାର୍କ ବନଖଣ୍ଡ ଅଧିନ କୁରୁଜଙ୍ଗ ଗ୍ରାମରୁ ଏକ ମାଈ ୪ ବର୍ଷ ର କ୍ଷତାକ୍ତ ହରିଣ କୁ କୋଣାର୍କ ବନକର୍ମଚାରୀ ମାନେ ଉଦ୍ଧାର କରିଥିବା ଜଣାପଡ଼ିଛି। ।ସୂଚନା ମୁତାବକ କୁରୁଜଙ୍ଗ ବେହେରାସାହିର କାଶିନାଥ ସେଠୀ ,ବଳରାମ ସେଠୀ ପ୍ରମୁଖ ନିଜ ବାଡ଼ିରେ ଇଟା ପକାଉଥିଲେ ।ଏହି ସମୟରେ କୁକୁର ମାନେ ସଂଘବଦ୍ଧ ଭାବେ ଏକ ହରିଣକୁ ଆକ୍ରମଣ କରୁଥିବା ର ସେମାନେ ଦେଖିଥିଲେ ।କୁକୁରଙ୍କ ଆକ୍ରମଣରେ ହରିଣଟି ନିଜ ଜୀବନ ବଞ୍ଚାଇବାକୁ ଏଣେ ତେଣେ ଦୌଡୁଥିଲା କୁକୁର ମାନଙ୍କ ହିଂସ୍ର ରୂପ ଦେଖି ସେମାନେ ପାଖ ପଡ଼ିଶାଙ୍କ ସହଯୋଗରେ ଆହତ ହରିଣ ଛୁଆକୁ ଉଦ୍ଧାର କରି ସେଠାରେ ପ୍ରାଥମିକ ଚକିତ୍ସା କରିଥିଲେ ।ଏସଂପର୍କରେ ସେମାନେ ସ୍ଥାନିୟ ବନବିଭାଗକୁ ଖବର ଦେବା ପରେ କୋଣାର୍କ ବନାଧିକାରୀ ବେଣୁଧର ବେହେରାଙ୍କ ନିର୍ଦ୍ଧେଶ ରେ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣଟିକୁ ଆଣି କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟରେ ଚିକିତ୍ସା ଜାରି ରଖିଥିବାର ବନାଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।ହରିଣ ଟି ସୁସ୍ଥ ହେଲା ପରେ ତାକୁ ଅଭୟାରଣ୍ୟ କୁ ଛଡ଼ା ଯିବ ବୋଲି ସେ ପ୍ରକାଶ କରିଛନ୍ତି।
Comments are closed.