କୋଣାର୍କ : ବୁଧବାର ପୂର୍ବାହ୍ନରେ କୋଣାର୍କ ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସର ରେ କୋଣାର୍କ ମିଡ଼ିଆ ଫୋରମ୍ ପକ୍ଷରୁ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ନବ ନିଯୁକ୍ତ ଜିଲ୍ଲା ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅର୍କଶ୍ରୀ ର ସମ୍ପାଦକ ଉମେଶ ସ୍ବାଇଁ,କୋଣାର୍କ ଭାଷା ସାହିତ୍ୟ ର ସମ୍ପାଦକ ଭାଗୀରଥି ସ୍ବାଇଁ, ବସନ୍ତ ମଞ୍ଜରୀ ପାଠାଗାର ର ସମ୍ପାଦକ ରାମକୃଷ୍ଣ ମହାନ୍ତି, କୋଣାର୍କ ହସ୍ତଶିଳ୍ପ ବ୍ୟବସାୟ ଅନୁଷ୍ଠାନ ର ସମ୍ପାଦକ ରମେଶ ରଥ,କୋଣାର୍କ ମହିଳା ମହାସଂଘ ର ସଭାନେତ୍ରୀ ମିନର୍ଭା ରାଉତ, କୋଣାର୍କ ଭଗବତୀ ଫଟୋଗ୍ରାଫର ଆସୋସିଏସନ ର ସଭାପତି ସମୟ ରଞ୍ଜନ ସାହୁ, ଯୁବ ପରିବେଶବିତ ସରୋଜ କୁମାର ଜେନା,ଶିରିପୁର ଗ୍ରାମ୍ୟ କମିଟି ର ସଭାପତି ତୁଳସୀ ପଟ୍ଟନାୟକ,କୋଣାର୍କ ଓକିଲ ସଂଘର ଉପଦେଷ୍ଟା ସୁରେଶ ଚନ୍ଦ୍ର ସ୍ବାଇଁ, କାକଟପୁର ମିଡିଆ ଫୋରମ ର ସଭାପତି ମାନସ ରଞ୍ଜନ ସାମଲ ,କୋଣାର୍କ ୟୁଥ କ୍ଲବ ର ସଭାପତି ଗଣେଶ ଚନ୍ଦ୍ର ବେହେରା,ମୋ ସବୁଜ କୋଣାର୍କ ର ସଭାପତି ବଳରାମ ପ୍ରଧାନ ଓ ସମସ୍ତ ସଂଗଠନ ର ସଦସ୍ୟ ମାନେ ଯୋଗ ଦେଇଥିଲେ।ବର୍ତ୍ତମାନ ପରିସ୍ଥିତି ରେ ମିଡ଼ିଆ ର ସ୍ଥିତି, ମିଡ଼ିଆ ର ଭୂମିକା ସମ୍ପର୍କରେ ଅତିଥି ମାନେ ଆଲୋଚନା କରିଥିଲେ।ମିଡ଼ିଆ ର କଣ୍ଠରୋଧ ନକରାଯାଇ ନିରପେକ୍ଷ ଓ ସଠିକ୍ ଖବର ପରିବେଷଣ କରିବା ପାଇଁ ପୁରୀ ଜିଲ୍ଲା ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ପ୍ରକାଶ କରିଥିଲେ। ଆଗାମୀ ଦିନରେ ସାମ୍ବାଦିକ ମାନଙ୍କ ଅବସର କାଳୀନ ଭର୍ତ୍ତ। ପ୍ରଦାନ ପାଇଁ ରାଜ୍ୟ ସରକାର ଙ୍କ ପାଖରେ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଥିଲେ।ପରେ କୋଣାର୍କ ର ବିଭିନ୍ନ ସଙ୍ଗଠନ ପକ୍ଷରୁ ସଭାପତି ଓ ସମ୍ପାଦକ ମାନେ କୋଣାର୍କ ର ପାରିପର୍ଶ୍ଵକ ବିକାଶ ଓ ଜମିଜମା ସମସ୍ୟା ର ସ୍ଥାୟୀ ବନ୍ଦୋବସ୍ତ ଲାଗି ଏବଂ କୋଣାର୍କ ସହର ର ଉନ୍ନତି ପାଇଁ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ କୁ କୋଣାର୍କ ମିଡ଼ିଆ ଫୋରମ୍ ର ସଭାପତି ମିଲନ ମହାନ୍ତି,ଉପସଭାପତି ଦେବାଶିଷ ସିଂରାୟଣ,ସମ୍ପାଦକ ପ୍ରକାଶ କାଣ୍ଡି ଓ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାପାତ୍ର,ଜୟନ୍ତ କୁମାର ସେଠୀ,ବିରଞ୍ଜନ ମଲ୍ଲିକ, ଦେବାଶିଷ ସେଠୀ,ସୋମ୍ୟ ରଞ୍ଜନ ମହାରଣା,ଓ ସମସ୍ତ ସଦସ୍ୟ ମାନେ ପରିଚାଳନା କରିଥିଲେ।