Odisha news

ଘନକୁହୁଡିରେ ଆଛାଦିତ ସୂର୍ଯ୍ୟମନ୍ଦିରର ଯାତାୟତରେ ବାଧାପ୍ରାପ୍ତ କୁହୁଡି ନେଲା ଜଣଙ୍କ ଜୀବନ

0

କୋଣାର୍କ – କୋଣାର୍କ ସମେତ ନିକଟସ୍ଥ ଅଞ୍ଚଳରେ କୁହୁଡିର ପ୍ରଭାବ ଦେଖିବାକୁ ମିଳିଥିଲା । ଫଳରେ ଗମନାଗମନରେ ବାଧା ଉପୁଜିଛି । ଗତ ଏକ ସପ୍ତାହ ଧରୀ ରାତି ସମୟରେ କୋଣାର୍କ ଓ ଏହାର ଆଖପାଖ ଅଞ୍ଚରେ ଘନ କୁହୁଡି ପ୍ରଭାବ ବିସ୍ଥାର କରି ସକାଳ ୬ଟା ବେଳକୁ ଛାଡି ଯାଉଥିଲା । ଏବେ ଏହି କୁହୁଡି ତାର ପ୍ରଭାବ ବିସ୍ଥାର କରି ସନ୍ଧ୍ୟା ୬ ଟାରୁ ଦିନ ୯ଦିନ ପର୍ଯ୍ୟନ୍ତ ଘନ କୂହୁଡିର ଆସ୍ତାରଣରେ ଆଛାଦିତ କରି ସମଗ୍ର ଅଞ୍ଚଳକୁ ରଖୁଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଗତ ଦୁଇଦିନ ହେଲାଣି ସମୁଦ୍ର ଗର୍ଭରୁ ଅପରାହ୍ନ ୪ଟାରୁ କୁହୁଡି ମାଡିଆସିବା ଯୋଗୁଁ କୋଣାର୍କ ପୁରୀ ବେଳାମାର୍ଗସ୍ଥ ରାମଚଣ୍ଡୀଠାରେ ଆୟୋଜିତ ଇକୋ ରିଟି୍ରଟ କୁହୁଡିରେ ଲୁଚି ଯାଉଛି । ଏହି ଘନକୁହୁଡ଼ି ଯୋଗୁଁ ୧୦ଫୁଟ ଦୂରତାକୁ ଦେଖିବା ସମ୍ଭବ ପର ହୋଇପାରୁ ନଥିବା ବେଳେ ବର୍ଷା ସଦୃଷ୍ୟ ଭ୍ରମ ସୃଷ୍ଟି କରୁଛିି । ପ୍ରାତଃ ସମୟରେ ଦୂରଦୂରାନ୍ତରୁ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ ଘନକୁହୁଡ଼ିର ପ୍ରଭାବରେ ଲୁଚି ଯାଇଥିବା କୋଣାର୍କ ସୂର୍ଯ୍ୟମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟକୁ ବୁଲି ଦେଖିବା ସମ୍ଭବପର ହୋଇପାରୁ ନ ଥିବା ବେଳେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ଏହି ଘନ କୁହୁଡି ଯୋଗୁଁ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ଶବ୍ଦ ଓ ଆଲୋକ କାର୍ଯ୍ୟକ୍ରମ ବନ୍ଦ ରହିଛି । କୁହୁଡ଼ିର ପ୍ରଭାବ ଦିନ ୯ଟା ପର୍ଯ୍ୟନ୍ତ ରହୁଥିବାରୁ ଛାତ୍ରଛାତ୍ରୀ ଓ କର୍ମଜୀବିଙ୍କ ସମେତ ଦିନ ମଜୁରିଆଙ୍କ ପାଇଁ ଅନ୍ତରାୟ ସୃଷ୍ଟି କରୁଛି । କୁହୁଡ଼ିର ପ୍ରଭାବରେ ଫଳ ଫୁଲ ଇତ୍ୟାଦି ଗଛର ବଉଳ କଳାପଡ଼ିଯିବା ସହ ବିଭିନ୍ନ ପନିପରିବା ଚାଷଉପରେ କୁପ୍ରଭାବ ପଡିବାର ସମ୍ମାବନ ଦେଖା ଦେଇଛି । ପର୍ଯ୍ୟଟକମାନଙ୍କୁ ଧରି ଦୂରଦୂରାନ୍ତରୁ ଆସୁଥିବା ଯାନବାହାନ ସମେତ ସ୍ଥାନୀୟ ଯାତ୍ରୀବାହି ଗାଡିଗୁଡିକ ରାସ୍ତାଉପରେ ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ଚଳାଚଳରେ ବାଧା ଉପୁଜିଛି । ପିପିଲି-କୋଣାର୍କ ରାସ୍ତାର ଜୁଣେଇ ସଙ୍ଖଠାରେ ବାଲିଦୋକାନ ସ୍ଥିତ ଛଡାସିଂଗ୍ରାମର ବାପି ପାଢୀ(୨୨) ଗତ ରାତ୍ର ୧୦ଟାରେ ବାଇଇକଯୋଗେ ଘରକୁ ଫରୁଥିବା ସମୟରେ ଘନ କୁହୁଡି ଯୋଗୁଁ ବି୍ରଜିରେ ପିଟି ହୋଇ ଘଟଣା ସ୍ଥଳରେ ମୃତୁ୍ୟବରଣ କରିଥିବା ବେଳେ ବାଇକ ପଛରେ ବସିଥିବା ତାଙ୍କ ଭିଣୋଇଁ ମଧ୍ୟ ଗୁରାୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣା ପଡିଛି ।

Leave A Reply