Odisha news

କୋଣାର୍କ ପ୍ରେସ କ୍ଲବର ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ।

0
କୋଣାର୍କ : ବୁଧବାର ପୂର୍ବାହ୍ନରେ ପ୍ରେସ କ୍ଲବର ସଭାପତି ସଞ୍ଜୟ ପତିଙ୍କ ସଭାପତିତ୍ୟୁରେ କ୍ଲବର ସମସ୍ତ କର୍ମକତା ମାନଙ୍କୁ ନେଇ ୭୩ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ  ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି। ୭୩ ତମ ସ୍ୱାଧୀନତା ଦିବସ କ୍ଲବ ତରଫରୁ କିପରି କୋଭିଡ଼ି କଟକଣାକୁ ମାନି ପାଳନ କରାଯିବ ଏବଂ ଏହି ଦିନ କ୍ଲବ ତରଫରୁ  କରୋନା ମହାମାରି ସଙ୍ଗେ ଲଢୁଥିବା ଆଗଧାଡ଼ିର ଜୋଦ୍ଧା ମାନ ଙ୍କ ସନ୍ମାନ ପାଇଁ  ଅଂଛଳର କରୋନା ଯୋଦ୍ଧା ମାନଙ୍କୁ ସମ୍ୱନ୍ଧୀତ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
୭୩ତମ ସ୍ୱାଧୀନତା ଦିବସ ଅବସରରେ କ୍ଲବର ଏକ ନୂତନ କାର୍ଯ୍ୟାଳୟ ଉଦଘାଟନ ହେବବୋଲି କ୍ଲବର ଅନ୍ୟତମ ସଦସ୍ୟ ତଥା ଉପସଭାପତି ଅବନୀ ଭୂଷଣ ବାରିକ ପ୍ରକାଶ କରିଥିଲେ।ଏହି ଆଲୋଚନା ବୈଠକ ରେ ଅନ୍ୟମାନ ଙ୍କ ମଧ୍ୟରେ କ୍ଲବ ର ସମ୍ପାଦକ ମାନସ ରଞ୍ଜନ ପାତ୍ର, ସହସମ୍ପାଦକ ବିଚିତ୍ର କୁମାର ଓଝା,କୋଷାଧ୍ୟକ୍ଷ ପ୍ରମୋଦ ବିଶ୍ୱାଳ ଙ୍କ ସହ ସଦସ୍ୟ ଅଜିତ ମଲ୍ଲିକ ,ସୂର୍ଯ୍ୟକାନ୍ତ ମିଶ୍ର, ବିଶ୍ଵଜିତ ରାଉତରାୟ,ଧନଞୟ ବେହେରା,  ଗୋପବନ୍ଧୁ ପତି, ଆଲୋକ ରଂଜନ ରାଉତରାୟ,ଉମାକାନ୍ତ ସାହୁ,ମାନସ ରଞ୍ଜନ ଖଣ୍ଡୁଆଳ, ବିଷ୍ଣୁପ୍ରସାଦଜେନା ,ସମ୍ୟରଂଜନ ସାହୁ,ଦେବୀ ପ୍ରସାଦ ନାୟକ,ସଂଗ୍ରାମ କେଶରୀ ମହାପାତ୍ର,ଦିପ୍ତୀ ରଂଜନ ପାତ୍ର , ଜ୍ଞାନ ବିଶ୍ୱାଳ, ତାରକେଶ୍ୱର ବରାଳ ,ଓ  କ୍ଲବ ର ଉପଦେଷ୍ଟା ରାମକୃଷ୍ଣ ମହାନ୍ତିଙ୍କ ସହ ପ୍ରାୟ ୨୦ରୁ ଉର୍ଦ୍ଧ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଭାଗନେଇଥିଲେ ।
Nalco
Leave A Reply