Odisha news

କୋଣାର୍କ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ଅତିରିକ୍ତ ଜିଲ୍ଲାପାଳ

କୋଣାର୍କ :ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଅର୍କକ୍ଷେତ୍ର କୋଣାର୍କର  ପାରିପାର୍ଶ୍ବିକ ବିକାଶ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବହୁମୁଖୀ ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ ଘୋଷଣା କରିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କରନା କଟକଣା ସତ୍ୱେ  କୋଣାର୍କର ପାରିପାର୍ଶ୍ବକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଓ ଯୋଜନା ପ୍ରସ୍ତୁତ ହୋଇଛି ।ଏହି ଯୋଜନାକୁ ବାସ୍ତବ ରୂପରେଖ ଦେବାପାଇଁ ଆଜି ପୁରୀ  ଅତିରିକ୍ତ ଜିଲ୍ଲାପାଳ ବିନାୟ  କୁମାର ଦାସ ପୁବାହ୍ନରେ ଅଚାନକ କୋଣାର୍କ ଗ୍ରସ୍ତ କରିଥିଲେ।ଅତିରିକ୍ତ ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ  ଗୋପ ଅତିରିକ୍ତ ତହସିଲଦାର ଶ୍ରୀ ଶରତ କୁମାର ପରିଡା ,କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ. ଶ୍ରୀନିବାସ, ରାଜସ୍ବ ନିରୀକ୍ଷକ ସତ୍ୟବାଦୀ ଚିନ୍ନରାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ପ୍ରଥମେ ମଙ୍ଗଳା ମନ୍ଦିର ସନିକଟ ପ୍ରସ୍ତାବିତ ହସ୍ତଶିଳ୍ପ ବ୍ୟବସାଇ ମାନଙ୍କୁ  ଥଇଥାନ ହେବାକୁ ଥିବା ଜାଗା ଉପରକୁ ଯାଇ ଚାଲିଥିବା କାର୍ଯ୍ୟକୁ ଦେଖି ସମୀକ୍ଷା କରି ଖୁଶି ବ୍ୟକ୍ତ କରିଥିଲେ । ପରେ କୋଣାର୍କ ଏନଏସି କାର୍ଯ୍ୟାଳୟକୁ ଯାଇ  କୋଣାର୍କ କାକଟପୁର ରାସ୍ତା ପାର୍ଶ୍ଵ ରେ ନିର୍ମଣ ହେଉଥିବା ସ୍ମାର୍ଟ ପାର୍କ, ଓ ନଳକଣ ଗ୍ରାମ ନିକଟରେ ହେବାକୁ ଥୁବ କାଞ୍ଜିଆହୁଡା, ମାଉସୀମା ସାହି ନିକଟରେ ହେବାକୁ ଥିବା ମାଛ ମାର୍କେଟ  କାର୍ଯ୍ୟସମ୍ବଧ  ରେ ଟିକିନିକି ସମୀକ୍ଷା କରି କାର୍ଯ୍ୟକୁ ତ୍ୱରା ନିତ୍ୱ କରିବାକୁ ନିର୍ଦେଶ ଦେଇଥିଲେ।କୋଣାର୍କର ବିକାଶ ପାଇଁ ପ୍ରସ୍ତାବିତ ଯୋଜନା ମଧ୍ୟରେ ସ୍ଥାୟୀ ପାର୍କିଂ ନିର୍ମାଣ, ଭେଣ୍ଡିଂଜୋନ ନିର୍ମାଣ , ବ୍ୟବସାୟୀଙ୍କ ସ୍ଥାୟୀ ଥଇଥାନ ଭଳି ଦିଗକୁ ଅଗ୍ରାଧିକାର ଦିଆଯାଇ କାର୍ଯ୍ୟ କରାଯିବ ବୋଲି  ଅତିରିକ୍ତଜିଲ୍ଲାପାଳ ଶ୍ରୀ ଦାସ କହିଛନ୍ତି।।କୋଣାର୍କର ବହୁବିଧ ବିକାଶ ପାଇଁ ପ୍ରସ୍ତାବିତ ଯୋଜନାକୁ ବାସ୍ତବ ରୂପରେଖ ଦେବାପାଇଁ କୋଣାର୍କ ଅଂଚଳବାସୀଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ସେ ମତ ରଖିଥିଲେ ।ଲଗଡାଉନ୍ନ ଉଠିବା ପରେ ସମସ୍ତ ଉର୍ଣ୍ଣତିମୂଳକ କାର୍ଯ୍ୟ ଜୋରସୋରରେ ରେ କରାଯାଇ ସମ୍ପୁର୍ଣ କରାଯିବ ବୋଲି ସେ ପ୍ରକାଶ  କରିଥିଲେ ।

Comments are closed.