Odisha news

ଖଲ୍ଲିକୋଟ ରାଣୀ ସାହେବାକଂ ୮୩ ତମ ଜନ୍ମ ଜୟନ୍ତୀରେ ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଓ ମିଶ୍ରଣ ପର୍ବ

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ)  : ଖଲ୍ଲିକୋଟ ରାଣୀ ସାହେବା ଭି ସୁଜ୍ଞାନ କୁମାରୀ ଦେଓକଂ ୮୩ ତମ ଜନ୍ମ ଜୟନ୍ତୀ ଅବସରରେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ଠାରେ ଅନୁଷ୍ଠିତ ହୋଇଯାଇଛି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ। ଏହି ଅବସରରେ ବହୁ କର୍ମକର୍ତ୍ତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ରାଣୀ ମା ଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି।
ଆୟୋଜିତ କାର୍ଯ୍ଯକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ବରିଷ୍ଠ ବିଜେଡି ନେତା ସୁବାଷ ମହାରଣାଙ୍କ ସମେତ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କର ଉପସ୍ଥିତି ଦେଖିବାକୁ ମିଳିଥିଲା।ଅପରପକ୍ଷେ ଏହି ଅବସରରେ ବ୍ଲକ ବିଜେଡିର ଏକ ମିଶ୍ରଣ ପର୍ବ ମଧ୍ଯ ଅନୁଷ୍ଠିତ ହୋଇଥିଲା।ବେଗୁନିଆପଡ଼ା ବ୍ଳକର ବହୁ ବିଜେପି କର୍ମକର୍ତ୍ତା ବିଜେଡିରେ ଯୋଗଦାନ କରିଛନ୍ତି। କୁମ୍ଭାରଗାଁ ପଞ୍ଚାୟତରୁ ଯୁବ ନେତା ଅଶୋକ ତାରେଣୀ ବିଜେପି ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି।
ବିଧାୟିକା ଓ ସାଂସଦଙ୍କ ଉପସ୍ଥିତିରେ କୁମ୍ଭାରଗାଁ ପଞ୍ଚାୟତର ବହୁ ବିଜେପି କର୍ମୀ ମାନେ ବିଜେଡିରେ ଯୋଗଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଥିବା କଥା କହିଛନ୍ତି।
Leave A Reply