Odisha news

୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବିଜୁଳି ସେବା ଠପ୍ : ବେଗୁନିଆପଡ଼ାରେ ଅସନ୍ତୋଷ

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟ) : ଲଘୁଚାପ ପ୍ରଭାବରେ ସୋମବାର ଠାରୁ ଗଂଜାମ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଜିଲ୍ଲାର ବେଗୁନିଆପଡ଼ା ବ୍ଳକର ବିଭିନ୍ନ ଅଞ୍ଚଳରେ ସୋମବାର ଅପରାହ୍ନ ୨ଟାରୁ ମଂଗଳବାର ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବିଜୁଳି ଆସି ନଥିବା ବେଳେ କେବେ ସ୍ଥିତି ସୁଧୁରିବ ସେ ନେଇ ବିଭାଗୀୟ ଯନ୍ତ୍ରୀ ସ୍ପଷ୍ଟ କହି ପାରୁ ନାହାନ୍ତି।
ଚିଲିକା ନେଭିରୁ ଆସିଥିବା ଏହି ବିଜୁଳି ଖଲ୍ଲିିକୋଟ ଦେଇ ବେଗୁନିଆପଡ଼ା ସବ୍ ଷ୍ଟେସନ୍ କୁ ସଂଯୋଗ କରିଛି। ତେବେ ବାରମ୍ବାର ଏହି ସବ୍ ଷ୍ଟେସନ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବିଜୁଳି କାଟ ହେଉଥିବାରୁ ଗ୍ରାହକମାନଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ନିକଟରେ ଥିବା କୋଦଳା ସବ୍ ଷ୍ଟେସନ୍ ରେ ଏହି ସମସ୍ଯା ଦେଖା ଦେଉନଥିବା ବେଳେ ବେଗୁନିଆପଡ଼ା ଅଞ୍ଚଳରେ ସାଧାରଣ ବର୍ଷା ହେଲେ ବିଜୁଳି ଚାଲି ଯାଉଥିବା ଏବଂ ଦୁଇଦିନ ଧରି ସ୍ବାଭାବିକ ନହେବାରୁ ବିଭିନ୍ନ କାର୍ଯ୍ୟରେ ବାଧା ଉପୁଜୁଛି ।ବେଗୁନିଆପଡ଼ା, ସୁମଣ୍ଡଳ ଓ ରାହାଡା ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ବିଜୁଳି ନଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଗୁରାପଲୀ ଠାରେ ତାର ଛିଡି ଯାଇଛି  ଏବଂ ଯଥାଶୀଘ୍ର ବିଜୁଳି ସେବା ସ୍ବାଭାବିକ କରିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।
Nalco
Leave A Reply