Odisha news

ଅବ୍ୟବସ୍ଥା ଘେରରେ ଧାନମଣ୍ଡି , ଟାର୍ଗେଟ ନଥିବାରୁ ଉଠି ପାରୁନି ଚାଷୀଙ୍କ ଧାନ।

କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ବିଭିନ୍ନ ଧାନମଣ୍ଡିରେ ଟାର୍ଗେଟ ନଥିବାରୁ ଧାନ ଉଠି ପାରୁନଥିବାରୁ ଚିନ୍ତାରେ ଚାଷୀ। ବ୍ଲକର ବେଗୁନିଆପଡ଼ା, ତିରିଡା, ମର୍ଦକୋଟ, ଚିଙ୍ଗୁଡିଖୋଲ ସମେତ ଅଧିକାଂଶ ସେବା ସମବାୟ ସମିତିରେ ଏହି ଅବ୍ଯବସ୍ଥା ଅଭିଯୋଗ ହୋଇଥିବା ଜଣାପଡିଛି ।କିଛି ଚାଷୀମାନେ ଟୋକେନ୍ ପାଇଥିଲେ ମଧ୍ୟ ଟାର୍ଗେଟ ନଥିବାରୁ ଧାନ ବିକ୍ରୟ କରି ପାରୁ ନାହାନ୍ତି ।ଅପରପକ୍ଷେ ମାସ ମାସ ଅପେକ୍ଷା କରି ମଧ୍ୟ ମଣ୍ଡିରେ ଧାନ ବିକ୍ରୟ ନ କରିପାରି ବାଧ୍ୟ ହୋଇ ଆନ୍ଧ୍ର ବେପାରୀଙ୍କୁ କମ୍ ଦାମରେ ବିକ୍ରି କରୁଛନ୍ତି। ଗତ ଏକ ମାସରୁ ଅଧିକ ସମୟ ଧରି ଏଭଳି ସମସ୍ଯା ଦେଖା ଦେଇଥିଲେ ମଧ୍ୟ ସମସ୍ଯାର ସମାଧାନ ହୋଇ ପାରୁନି। ଯାହା ଫଳରେ କି ଚାଷୀଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ସେପଟେ କିଛି ଅସାଧୁ ସମିତି ସଂପାଦକ ପ୍ରକୃତ ଚାଷୀଙ୍କୁ ପ୍ରାଧାନ୍ୟ ନ ଦେଇ ବ୍ଯବସ୍ଥାରେ ଘୋଟାଲା କରୁଥିବା ମଧ୍ୟ ଅଭିଯୋଗ ହେଉଛି। ବ୍ଲକର ଧାନମଣ୍ଡି ଅବ୍ଯବସ୍ଥାକୁ ନେଇ ଅଖିଳ ଭାରତ କୃଷକ ସଭାର ଗଂଜାମ ଜିଲ୍ଲା ଉପସଭାପତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନି।
ସେପଟେ ବେଗୁନିଆପଡ଼ା ବ୍ଳକରେ ସ୍ଥାୟୀ ଯୋଗାଣ ଅଧିକାରୀ ନଥିବାରୁ ଅଭିଯୋଗ କରିବାକୁ କାର୍ଯ୍ୟାଳୟକୁ ବାରମ୍ବାର ଆସି ଚାଷୀ ମାନେ ନିରାଶ ହେଉଛନ୍ତି। ଏନେଇ କୋଦଳା ତହସିଲଦାର ଅବନୀ କୁମାର ସାହୁଙ୍କୁ ପଚାରିବାରୁ ଘଟଣା ସଂପର୍କରେ ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ପ୍ରକୃତ ଚାଷୀଙ୍କ ଧାନ କିଣା ଯିବାକୁ ସର୍ଭେ ଚାଲିଛି ଏବଂ ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ଏସବୁ ଭିତରେ ଚାଷୀଙ୍କ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଅଞ୍ଚଳର ଚାଷୀ।

Comments are closed.