Odisha news

ଫେଲ୍ ମାରୁଛି ସରକାରଙ୍କ ଧାନ ମଣ୍ଡି ବ୍ଯବସ୍ଥା : ଟାର୍ଗେଟ ନଥିବାରୁ ଟୋକେନ୍ ଥାଇ ମଧ୍ୟ ଚାଷୀ ବିକ୍ରି କରି ପାରୁ ନାହାନ୍ତି ଧାନ

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ ।) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ଧାନ ମଣ୍ଡିକୁ ନେଇ ଅବ୍ଯବସ୍ଥା ଅଭିଯୋଗ ବାରମ୍ବାର ଆସୁଥିବା ବେଳେ ଏହି ସମସ୍ଯାର ସମାଧାନ ନହେବାରୁ ଏବେ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭିନ୍ନ ସେବା ସମବାୟ ସମିତିରୁ ଏଭଳି ଅଭିଯୋଗ ଏବେ ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନି ।ଯାହାକୁ ନେଇ ବ୍ଲକର ଫାଶୀ ପଞ୍ଚାୟତର ଚାଷୀମାନେ କୋଦଳା ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଫାଶୀ ପଞ୍ଚାୟତ ଅନ୍ତର୍ଗତ ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ ଏହି ସେବା ସମବାୟ ସମିତିର ସଂପାଦକ ଅନେକ ଚାଷୀଙ୍କୁ ଟୋକେନ୍ ଦେଇଛନ୍ତି। କିନ୍ତୁ ଟୋକେନ୍ ଥାଇ ସୁଦ୍ଧା ଚାଷୀ ମାନେ ଧାନ ବିକ୍ରୟ କରି ପାରୁ ନାହାନ୍ତି ।ଆବଶ୍ୟକ ସଂଖ୍ୟକ ଟାର୍ଗେଟ ଆସୁନଥିବା ସେବା ସମବାୟ ସମିତି ସଂପାଦକ କହୁଥିବା ନେଇ ଚାଷୀମାନେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁସାରେ ଫାଶୀ ସମବାୟ ସମିତି ସଂପାଦକଙ୍କ କହିବା କଥା ୨୪୮ ଜଣ ଚାଷୀଙ୍କ ୬୮୫୯ କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଟୋକେନ୍ ଆସିଛି। କିନ୍ତୁ ଟାର୍ଗେଟ ନଥିବାରୁ ଚାଷୀମାନଙ୍କ ଧାନ ବିକ୍ରୟ ହୋଇ ପାରୁନି। ଯାହା ଫଳରେ କି ବିଲରେ ହିଁ ଧାନକୁ ଗଦେଇ ରଖିଛନ୍ତି। ମାସ ମାସ ଧରି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ। ଏନେଇ ପ୍ରଶାସନ ପାଖରେ ଗୁହାରି କଲେ ବି କୌଣସି ସୁଫଳ ମିଳିପାରୁନାହି। ସୋମବାର ପଞ୍ଚାୟତର ବହୁ ଚାଷୀମାନେ କୋଦଳା ତହସିଲ କାର୍ଯ୍ଯାଳୟରେ ଏନେଇ ଅତିରିକ୍ତ ତହସିଲଦାରକୁଂ ଲିଖିତ ଅଭିଯୋଗ କରିଛନ୍ତି। ଏଥି ସହିତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଯୋଗାଣ ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଯୋଗାଣ ଅଧିକାରୀଣୀକୁଂ ଯୋଗାଯୋଗ କରିବାରୁ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବେ ବୋଲି କହିଛନ୍ତି ।ତେବେ ଫାଶୀ ପଞ୍ଚାୟତ କାହିଁକି ବ୍ଲକର ବହୁ ପଞ୍ଚାୟତରୁ ଏଭଳି ଅଭିଯୋଗ ଆସୁଥିବା ଏବଂ ପ୍ରଶାସନ କର୍ଣ୍ଣପାତ କରୁ ନଥିବାରୁ ଆଗକୁ ଏନେଇ ବଡ଼ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବ୍ଲକର ଚାଷୀ।
Leave A Reply