Odisha news

ଶଶିକାନ୍ତ ବିଶ୍ୱାଳ ଜିଲ୍ଲା ବିଜେପି ସାଧାରଣ ସଂପାଦକ ମନୋନୀତ

0

ତିହିଡି,୨୨/୦୧: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢୀ ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି । ଏହି କମିଟିରେ ସାଧାରଣ ସଂପାଦକ ଭାବେ ଯୁବନେତା ଶଶିକାନ୍ତ ବିଶ୍ୱାଳଙ୍କୁ ମନୋନୀତ କରା ଯାଇଛି । ଶ୍ରୀ ବିଶ୍ୱାଳ ପୂର୍ବରୁ ସାହାପୁର ପଞ୍ଚାତର ସରପଞ୍ଚ, ଜିଲ୍ଲା ବିଜେପିର କୋଷାଧ୍ୟକ୍ଷ ଓ ବିଜେପିର ମଣ୍ଡଳ ସଭାପତି ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ । ଶ୍ରୀ ବିଶ୍ୱାଳଙ୍କ ଏଭଳି ସଫଳତାରେ ତିହିଡିର ବହୁ କର୍ମୀ ଓ କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କୁ ଜିଲ୍ଲା ସାଧାରଣ ସଂପାଦକ ଭାବେ ମନୋନୀତ କରାଯାଇଥିବାରୁ ସେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଙ୍ଗଠନ ସାଧାରଣ ସଂପାଦକ ମାନସ ମହାନ୍ତି, ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ ,ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ସଂପାଦକ ଅଭିମନୁ୍ୟ ସେଠୀ, ପ୍ରାକ୍ତନ ବିଜେପି ଜିଲ୍ଲା ସଭାପତି ବଦ୍ରୀନାରାୟଣ ଧଳ, ବିଜେପି ନେତା ଡା. ପ୍ରଦୀପ ନାୟକ, ମାଧବାନନ୍ଦ ମଲ୍ଲିକ ଓ ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply