କୋଦଳା : (୨୮/୦୧ /୨୦୨୧) : ଗୁରୁବାର ରାଜ୍ୟ କାୟାକଳ୍ପ ଟିମ୍ ଗଂଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନରେ ଆସି ପରିମଳ ବ୍ୟବସ୍ଥା ଓ ସ୍ବଚ୍ଛତାକୁ ନିର୍ଧାରଣ କରିଛନ୍ତି। ରାଜ୍ୟର ସମସ୍ତ ମେଡିକାଲ୍ ଗୁଡିକରେ ସ୍ବଚ୍ଛ ପରିବେଶ ଓ ପରିମଳକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ କାୟାକଳ୍ପ ଟିମ୍ ପରିଦର୍ଶନ କରି ମାନ ନିର୍ଦ୍ଧାରଣ କରିଥାନ୍ତି। ଯେଉଁ ମେଡିକାଲ୍ ସ୍ବଚ୍ଛ ପରିମଳ ବ୍ୟବସ୍ଥାରେ ଅଗ୍ରଣୀ ରହିଥାଏ ସଂପୃକ୍ତ ମେଡିକାଲ୍ କୁ ପୁରସ୍କୃତ ମଧ୍ୟ କରାଯାଇଥାଏ।
ତେବେ ବିଗତ ଦିନର ସ୍ବଚ୍ଛ ପରିବେଶ ଓ ପରିମଳ ବ୍ୟବସ୍ଥା ପାଇଁ ପୁରସ୍କୃତ ହୋଇଥିବା ବେଳେ ଏବେ ବି ମେଡିକାଲ ର ଏହି ବ୍ଯବସ୍ଥା ପାଇଁ ଟିମ୍ ସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି। ଏହି ଟିମ୍ ଆସିବା ପରେ ମେଡିକାଲ୍ ର ଡାକ୍ତର, ନର୍ସ ସମେତ ସମସ୍ତ କର୍ମଚାରୀ ସ୍ବାଗତ କରିଥିଲେ। ଟିମ୍ ପକ୍ଷରୁ ମେଡିକାଲ୍ ପରିସର ବୁଲି ଦେଖିବା ପରେ କାଗଜ ପତ୍ର ଯାଞ୍ଚ କରାଯିବା ସହ ସମୀକ୍ଷା କରିଥିଲେ। ଟିମରେ ସଂଜୁ ଦାସ, ସୌମ୍ୟାଶ୍ରୀ ମହାପାତ୍ର, ଚକ୍ରଧର ସାହୁ, ଶ୍ୟାମ ସୁନ୍ଦର ତ୍ରିପାଠୀ, ସଞ୍ଜୟ କୁମାର ପରିଡା ପ୍ରମୁଖ ପରିଦର୍ଶନରେ ଆସିଥିବା ବେଳେ ଡଃ ସୁଜିତ କୁମାର ବେହେରା, ଡ଼ଃ ଚିନ୍ମୟ ମହାପାତ୍ର,ଡ଼ଃ ଆଦିତ୍ୟ ପ୍ରସାଦ ସାହୁ,ଡ଼ଃ ଜୟଦେବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।