Odisha news

କଲ୍ୟାଣମୟୀ ସରସ୍ଵତୀ,ଡ. କିରଣବାଳା ରଥଙ୍କ ସ୍ମୃତି ସଭା ଓ ଭଣ୍ଡାରା ଉତ୍ସବ

0

ଭୁବନେଶ୍ଵର, ତା୦୭.୦୯.୨୦୨୩ ରିଖ: ବିଶିଷ୍ଟ ସାହିତ୍ୟିକା ଓ ଅଧ୍ୟାପିକା ଡ. କିରଣବାଳାରଥଙ୍କମହାପ୍ରୟାଣର ତ୍ରୟୋଦଶ ଦିବସରେ ତାଙ୍କର ସ୍ମୃତିଚାରଣ ସଭା ଓ ଭଣ୍ଡାରା ଉତ୍ସବ ଆୟୋଜିତ ହୋଇଯାଇଛି। ସେ ଏକାଧାରରେ ଜଣେ ଶିକ୍ଷାବିତ, ସୁଲେଖିକା, ସୁବକ୍ତା, ଉପନ୍ୟାସିକା, ଗାଳ୍ପିକା, ଓ ସମାଜ ସେବି ଥିଲେ। ଅନେକ ସମ୍ମାନର ଅଧିକାରିଣୀ ଶ୍ରୀମତୀ ରଥ, ଅବସର ପରେ ସ୍ଵାମୀ ତଥା ସୁନାମଧନ୍ୟ କବି ଗୋପାଳକୃଷ୍ଣ ରଥଙ୍କ ସହିତ ସନ୍ୟାସ ଧର୍ମ ଗ୍ରହଣ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟର ନିରଳସ ସାଧକ ଭାବେ ସେ ଅନେକ କବିତା, ପ୍ରବନ୍ଧ, ଉପନ୍ୟାସ ଆଦି ରଚନା କରିଯାଇଛନ୍ତି। ତାଙ୍କ ରଚିତ ପୁସ୍ତକ “ ଅସ୍ଥିର ଆକାଶ”, “ଶେଷ ମୂର୍ଚ୍ଛନାର ସ୍ଵରଲିପି”, “ପୁଣ୍ୟଶ୍ଳୋକ ଗୋପାଳକୃଷ୍ଣ”,“ଗୋପାଳକୃଷ୍ଣଙ୍କ କବିତା ସମଗ୍ର” ଇତ୍ୟାଦି ପାଠକ ମହଲରେ ବେଶ ଆଦୃତ। ଏକ ଓଜସ୍ଵୀ ବକ୍ତା ଭାବେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ। ବିଗତ ଚଉଦ ବର୍ଷ ଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ଧାରା ବିବରଣୀ ଦେବା ସହ ବିଭିନ୍ନ କାର୍ୟ୍ୟକ୍ରମରେ ସେ ଦେଉଥିବା ସମ୍ଭାଷଣ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା।
ଭୁବନେଶ୍ଵରସ୍ଥିତ ନିଗମାନନ୍ଦ ଯୋଗାଶ୍ରମରେ ଆୟୋଜିତ ସ୍ମୃତି ସଭାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ସାଧୁ ସନ୍ୟାସୀ, ଗୁରୁ ଆଶ୍ରିତ ଶିଷ୍ୟ ଭକ୍ତ, ସାରସ୍ଵତ ସାଧକ,ଜଗନ୍ନାଥ ପ୍ରେମୀ, ପ୍ରଶଂସକ, ବନ୍ଧୁ ଓ ପରିବାର ଗଣ ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ କରିବା ସହ ସେହି ପୁଣ୍ୟମୟୀ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ।

Leave A Reply