ଉତର କୋରିଆର ତାନା ସାହା କିମ ଜଙ୍ଗ-ଉନ ପୁଣି ଚର୍ଚ୍ଚାରେ l ତାନା ସାହା କିମ ଜଙ୍ଗ-ଉନ ତାଙ୍କ ଦେଶରେ ପୁଣି ନୂଆ ନିଅମ ଜାରି କରିଛନ୍ତି l ଏଭଳି ଅଦ୍ଭୁତ ନିୟମ ଲାଗୁ କରିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ l ଦେଶରେ ଟାଇଟ ଜିନ୍ସ ଓ ମୁଲେଟ ହେୟାର ପିନ୍ଧିବା ମନା l କିମ ଜଙ୍ଗ-ଉନ ଭାବୁଛନ୍ତି ଦେଶର ଯୁବକ ମାନେ ପଶ୍ଚିମ ସଂସ୍କୃତିକୁ ଆପଣେଇବାକୁ ଚେଷ୍ଟା କରୁଛନ୍ତି l ଏଠାରେ ପରିଲକ୍ଷିତ ହେଉଛି କିମ ଜଙ୍ଗ-ଉନ ପଶ୍ଚିମ ସଂସ୍କୃତିକୁ ଡରୁଛନ୍ତି l ଉତ୍ତର କୋରିଆର ଖବର କାଗଜ ମୁତାବକ କିମ ଜଙ୍ଗ-ଉନ ଭାବୁଛନ୍ତି ପଶ୍ଚିମ ସଂସ୍କୃତିକୁ ଆପଣେଇବା ଦ୍ୱାରା ଦେଶର ଯୁବକ ଓ ଉତର କୋରିଆର ପତନର କାରଣ ହୋଇପାରେ l ସେ ଏକଥା ମଧ୍ୟ କହିଛନ୍ତି ଇତିହାସ ଆମକୁ ଏହା ଶିଖାଇଛି “ପୁଞ୍ଜିବାଦୀ ଜୀବନ ଶୈଳୀ ” ପ୍ରଭାବକୁ ରୋକ ନଗଲେ ଦେଶ କମଜୋର ଦିବାର ଭଳି ଗଳିପଡିବ l ସେଥିପାଇଁ ମୁଲେଟ ହେୟାରକୁ ଦେଶରେ ଗେହେର କାନୁନ ଦିଆ ଯାଇଛି l
ଡେ଼ଲିମେଳର ରିପୋଟ ଅନୁସାରେ ନର୍ଥ କୋରିଆ ଦୁନିଆର ଏଭଳି ଗୋଟିଏ ଦେଶ ଯେଉଁଠାରେ ହେୟାର ଷ୍ଟାଇଳକୁ ନେଇ ଦେଶରେ ନିୟମ କାନୁନ କରାଯାଇଛି l କିମ ଜଙ୍ଗ-ଉନ ଦେଶରେ ୧୫ ପ୍ରକାର ହେୟାର ଷ୍ଟାଇଲ କରିବାକୁ ମଞ୍ଜୁରୀ ଦେଇଛନ୍ତି l ଏହାଛଡା କାନ , ନାକ ଓ ଶରୀରର ବିଭିନ୍ନ ଜାଗାରେ ଫେସନ କିମ୍ବା କୌଣସି ପ୍ରକାର ଟାଟୁ କରିବା ଦେଶରେ ମନା କରି ଦିଆଯାଇଛି l ଯଦି କୌଣସି ବ୍ୟକ୍ତି ନିୟମର ଉଲଂଘନ କରେ ତାପାଇଁ ଜେଲ ଦଣ୍ଡର ପ୍ରାବଧାନ ରହିଛି l
Comments are closed.