କିମ୍ ଜୋନ୍ ଉନ୍ ଙ୍କ ନିର୍ଦ୍ଦେଶ : ଉତ୍ତର କୋରିଆ ରେ ୧୦ ଦିନ ପାଇଁ ହସିବା , ମଦ ପିଇବା ଓ ସପିଂ କରିବା ଉପରେ ଲାଗିଲା ରୋକ୍ , ଜନସାଧାରଣ ଦୁଃଖିତ ରହିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଉତ୍ତର କୋରିଆର ତାନାସାହା କିମ୍ ଜୋଙ୍ଗ ଉନ ତାଙ୍କ ପିତା ଙ୍କ ୧୦ ତମ ମୃତ୍ୟୁ ବାର୍ଷିକ ପାଇଁ ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି ଯାହା ହୁଏତ ବିଶ୍ଵର କୌଣସି ଶାସକ ଦେବେ ନାହିଁ । ମିଳିଥିବା ସୂଚନା ଅନୁସାରେ କିମ୍ ଯୋଙ୍ଗ ଉନ ଶୁକ୍ରବାର ଦିନ ୧୧ ଦିନ ପର୍ଯ୍ୟନ୍ତ ଦେଶରେ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ସେଠାରେ ଏପରି ନିର୍ଦ୍ଦେଶ ଦିଆ ଯାଇଚି ସାଧାରଣ ନାଗରିକ ନିଜର ଦୈନନ୍ଦିନ ଜୀବନର ଆବଶ୍ୟକୀୟ ଜିନିସ ମଧ୍ୟ କିଣି ପାରିବେ ନାହିଁ । ଯଦି କେହି ବ୍ୟକ୍ତି ଏହି ନିୟମ କୁ ଉଲଂଘନ କଲା ତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ଥାନୀୟ ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ଯଦି କେହି ତାଙ୍କ ପିତାଙ୍କ ମୃତ୍ୟୁ ବାର୍ଷିକ ରେ ନିଜକୁ ଖୁସି ରଖିଲା ଭଳି କୌଣସି କାର୍ଯ୍ୟ କରୁଥିଲା ତେବେ ତାକୁ ଗିରଫ କରାଯାଉ ଥିଲା, ପରେ ସେହି ବ୍ୟକ୍ତିର କୌଣସି ଖୋଜ ଖବର ମିଳୁ ନଥିଲା ।
ଯଦି ଏହି ୧୧ ଦିନ ମଧ୍ୟରେ କୌଣସି ବ୍ୟକ୍ତି ଙ୍କ ର କେହି ପରିଜନ ମୃତ୍ୟୁ ବରଣ କରନ୍ତି ତେବେ ମଧ୍ୟ ସେ ଦୁଃଖରେ କାନ୍ଦି ପାରିବେ ନାହିଁ କେବଳ ଯାହା ଶୋକ କରିବେ । ଶୋକ ର ଅବଧି ପୁରା ହୋଇଗଲା ପରେ ଅନ୍ତିମ ସଂସ୍କାର କରି ପାରିବେ । ଯଦି ଏହି ୧୧ ଦିନ ମଧ୍ୟରେ କେହି ଜନ୍ମ ନିଏ କିମ୍ବା କାହାର ଜନ୍ମ ଦିନ ଆସେ ତେବେ ଖୁସି ପାଳନ ମଧ୍ୟ କରି ପାରିବେ ନାହିଁ ।
ଏହି ୧୧ ଦିନ ପୋଲିସ ର କଡ଼ା ନଜର ଜନସାଧାରଣ ଙ୍କ ଉପରେ ରହିଥିବ । ଗଳି ଗଳି ରେ ପୋଲିସ ଓ ସୈନ୍ୟ ଛାଉଣୀ ହୋଇଥିବେ । ଏହି ସମୟରେ ପୋଲିସ ମାନଙ୍କର ସ୍ଵତନ୍ତ୍ର ଡ୍ୟୁଟି ଲାଗିଥିବା କାରଣରୁ ଶୋଇବା ମଧ୍ୟ ମନା ।
କିମ୍ ଜୋଙ୍ଗ ଉନ ଙ୍କ ଜେଜେ କିମ୍ ଇଲ ସୁଙ୍ଗ ୧୯୪୮ ରେ ଉତ୍ତର କୋରିଆର ସ୍ଥାପନା କରିଥିଲେ ଓ ଗାଦି ସମ୍ଭାଳି ଥିଲେ । ତାଙ୍କ ତାଙ୍କ ପୁତ୍ର କିମ୍ ଯୋଙ୍ଗ ଇଲ୍ ଗାଦି କୁ ଆସି ୧୯୯୪ – ୨୦୧୧ ପର୍ଯ୍ୟନ୍ତ ଗାଦି ସମ୍ବଳିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର କିମ୍ ଯୋଙ୍ଗ ଉନ ବର୍ତ୍ତମାନ୍ ଗାଦି ସମ୍ଭାଳି ଛନ୍ତି ।