Odisha news

ପ୍ରତିଦିନର ଏହି ଅଭ୍ୟାସ କିଡ୍ନୀ କୁ କରିଦେଉଛି ଅକାମି

0

କିଡ୍ନୀ ଆମ ଶରୀରର ମହତ୍ଵପୁର୍ଣ ଅଙ୍ଗ ମାନଙ୍କ ମଧ୍ୟରୁ ଗୋଟିଏ, ମଣିଷର କିଛିଟା ଭୁଲ ଯୋଗୁଁ ଏହି କିଡ୍ନୀ ବିପଦରେ ପଡିଥାଏ, ସେହି କିଛିଟା ଭୁଲ ହେଉଛି ଆମର ଖରାପ ଅଭ୍ୟାସ,  ଆରମ୍ଭରେ ତ ଆମେ ଏହି ଛୋଟ ଛୋଟ ଭୁଲ କୁ  ଅଣଦେଖା କରିଦେଇ ଥାଉ କିନ୍ତୁ ଆଗକୁ ଯାଇ ଏହା ଦୁରାରୋଗ ର କାରଣ ମଧ୍ୟ ହୋଇଥାଏ l

ଆସନ୍ତୁ ଜାଣିବା ଆମର ସେହି ଭୁଲ ଗୁଡିକ କଣ ?

* କମ ପାଣି ପିଇବା –
କିଛି ଲୋକଙ୍କର ଅଭ୍ୟାସ ଥାଏ ପାଣି କମ ପିଇବା, ବୟସ ଅନୁପାତରେ ସଠିକ ମାତ୍ରାରେ ପାଣି ନ ପିଇବା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ ଜମା ହେବାକୁ ଲାଗିଥାଏ, ଏବଂ କିଡ୍ନୀ ଉପରେ ଅଧିକ ପ୍ରେସର ପଡିଥାଏ, ଏଣୁ କିଡ୍ନୀ ଅକାମି ହୋଇ ଆମେ ରୋଗରେ ପଡିଥାଉ l କିଡ୍ନୀ କୁ ସୁସ୍ଥ ରଖିବା ପାଇଁ ନିୟମିତ ୮ରୁ ୯ ଗ୍ଲାସ ପାଣି ପିଇବା ଜରୁରୀ l

* ଅଧିକ ଲୁଣ ସେବନ କରନ୍ତୁ ନାହିଁ –
ଆବଶ୍ୟକତା ଠାରୁ ଅଧିକ ଲୁଣ ସେବନ କିଡ୍ନୀ ର ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ, ଅଧିକ ଲୁଣ ସେବନ ଦ୍ୱାରା ବ୍ଲଡ଼ ପ୍ରେସର ବଢିଥାଏ, ଯାହାକି କିଡ୍ନୀ ପାଇଁ ବିପଦପୂର୍ଣ୍ଣ  ହୋଇଥାଏ, ଦୀର୍ଘ ସମୟ ପର୍ଯ୍ୟନ୍ତ ହାଇ ବିପି ରହିବା ଦ୍ୱାରା କିଡ୍ନୀ ଠିକ ଭାବରେ ଫିଲ୍ଟର କରିପାରେ ନାହିଁ l

* ପରିସ୍ରା ଅଟକାଇ ରଖିବା –
ସାଧାରଣ ଭାବରେ ଲୋକେ ପରିସ୍ରାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକାଇ ରଖି ଥାଆନ୍ତି, ପରିସ୍ରା ଅଟକାଇବା ଦ୍ୱାରା କିଡ୍ନୀ ଓ ୟୁରିନାରୀ ଟ୍ରାକ ପାଇଁ କ୍ଷତିକାରକ ଅଟେ, ତେଣୁ ପରିସ୍ରା ଅଟକାନ୍ତୁ ନାହିଁ l

= କିପରି ରଖିବା କିଡ୍ନୀ କୁ ସୁସ୍ଥ ?
– ଲୁଣ ଓ ଚିନି ସୀମିତ ମାତ୍ରାରେ ସେବନ କରନ୍ତୁ
– ନିୟମିତ କିଛି ସମୟ ପାଇଁ ବ୍ୟାୟାମ କରନ୍ତୁ
– ଡାକ୍ତରଙ୍କ ବିନା ନିର୍ଦେଶ ରେ କୌଣସି ଔଷଧ ସେବନ କରନ୍ତୁ ନାହିଁ
– ନିୟମିତ ବ୍ୟବଧାନ ରେ ହେଲଥ ଚେକ ଅପ କରନ୍ତୁ l

Leave A Reply